You are here
Home > ବଡ଼ଖବର > ସି-ପ୍ଲେନ ବିବାଦ – ବିଜେପିରେ କଳି

ସି-ପ୍ଲେନ ବିବାଦ – ବିଜେପିରେ କଳି

ଚିଲିକାରେ ସି-ପ୍ଲେନ ଅବତରଣ ପ୍ରସଙ୍ଗକୁ ନେଇ ଏବେ ରାଜନୀତି ତିକ୍ତ ହେବାରେ ଲାଗିଛି । ବିଜେପି ଭିତରେ ଏହାକୁ ନେଇ ଦେଖାଦେଇଛି କନ୍ଦଳ । ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ବିରୋଧ ପରେ ଆଉଜଣେ ବରିଷ୍ଠ ବିଶ୍ୱଭୂଷଣ ହରିଚନ୍ଦନ ବିରୋଧ କରିବାକୁ ଆଗେଇ ଆସିଛନ୍ତି । ଅନ୍ୟପଟରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ସେମାନଙ୍କୁ କଡା ସମାଲୋଚନା କରିଛନ୍ତି । ବିଜେଡିକୁ ବାଣ ମାରିବା ସହ ଦଳୀୟ ନନେତାଙ୍କ ବିରୋଧ ଲେଖାଶ୍ରୀଙ୍କ ଟାର୍ଗେଟକୁ ଆସିଛି । ଶ୍ରୀ ହରିଚନ୍ଦନ କହିଛନ୍ତି ଏହି ସି-ପ୍ଲେନ ଅବତରଣ କଲେ ଚିଲିକାର ପର୍ଯ୍ୟଟନ ବ୍ୟବସ୍ଥା କ୍ଷତବିକ୍ଷତ ହୋଇପାରେ । କାରଣ ଚିଲିକାର ସବୁଠାରୁ ଆକର୍ଷଣ ପର୍ଯ୍ୟଟନ । ଅସଂଖ୍ୟ ପର୍ଯ୍ୟଟନର ଆଗମନ ! ଏଥିସହ ଅନ୍ୟତମ ଆର୍କଷଣ ହେଉଛନ୍ତି ଡଲଫିନ । ସେମାନଙ୍କ କିଛି କ୍ଷତି ହେବ କି ନାହିଁ ଏବଂ ଯେତେପ୍ରକାରର ମାଛ ଅଛନ୍ତି ସେମାନଙ୍କ ସଂଖ୍ୟା ଆସ୍ତେଆସ୍ତେ କମି ଯାଉଛି । ସେମାନଙ୍କ ଉପରେ କଣ ପ୍ରଭାବ ପଡିବ । ଚିଲିକା ଉପରେ ଦୁଇ ଲକ୍ଷ ମତ୍ସ୍ୟ ଜୀବୀ ନିର୍ଭର କରି ଜୀବୀକା ନିର୍ବାହ କରନ୍ତି । ସେମାନଙ୍କର କଣ କ୍ଷତି ହେବ ତାହା ମଧ୍ୟ ଦେଖିବା କଥା । ଏହା ଉପରେ ହଠାତ କୌଣସି ନିଷ୍ପତି ନ ନେଇ ପ୍ରଥମେ ଅନୁପ୍ରମ କରି ପ୍ରକୃତରେ ଲାଭ ହେବ ନା କ୍ଷତି ହେବ ତାହା ପରେ କାର୍ଯ୍ୟ ଗ୍ରହଣ କରିବା ଆବଶ୍ୟକ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ପୂର୍ବରୁ ବିଜୟ କହିଥିଲେ ଯେଉଁମାନେ ବାଃବାଃ ସସ୍ତା ବିବୃତି ରଖୁଛନ୍ତି ସେମାନେ କ୍ଷାନ୍ତ ହୁଅନ୍ତୁ । ଚିଲିକାକୁ ବଞ୍ଚାଇବା ପାଇଁ ଯାହା ଆବଶ୍ୟକ ତାହା କରାଯାଉ । ସି-ପ୍ଲେନ ଆଣି ସସ୍ତା ବାହାଦୁରି ନେବା ବନ୍ଦ ହେଉ । ପୂର୍ବରୁ ବିଜେଡିର ମନ୍ତ୍ରୀ ମହେଶ୍ୟର ମହାନ୍ତି ଓ ବିଧାୟକ ସଂଜୟ ଦାସବର୍ମା ପ୍ରଥମେ ବିରୋଧ କରୁଥିଲେ ।

ବିଜେପିର ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଆଜି ବିଜୟଙ୍କ ଆକ୍ଷେପ ପରେ ପତିକ୍ରିୟା ରଖି ପାଲଟା ସମାଲୋଚନା କରିଛନ୍ତି । ସେ କହିଛନ୍ତି ସରକାର ନିଜେ ପ୍ରସ୍ତାବକୁ ଅନୁଧ୍ୟାନ କରି ସହଯୋଗ କରିଥିଲେ । ଯେଉଁମାନେ ପରିବେଶ ନେଇ ଚିନ୍ତା ପ୍ରକଟ କରୁଛନ୍ତି ଓ ପରିବେଶ ନଷ୍ଚ ହେବ ବୋଲି କହୁଛନ୍ତି ସେମାନେ ଚିଙ୍ଗୁଡି ଘେରିକୁ ବିରୋଧ କରୁ ନ ଥିଲେ କାହିଁକି । ଚିଙ୍ଗୁଡି ଘେରିକୁ ବିରୋଧ ନକକରି ଚୁପ ଥିଲେ କଣ ପାଇଁ । ଏସବୁ ବିରୋେଧ କେବଳ ପିସି ପାଇଁ ! ମନ୍ତ୍ରୀ ଓ ବିଧାୟକ ହକୁ ପିସି ନମିଳବ ବୋଲି ବିରୋଧ କରୁଛନ୍ତି ବୋଲି ଲେଖାଶ୍ରୀ କହିଛନ୍ତି ।

କୁହାଯାଉଛି ମନ୍ତ୍ରୀ ଓ ବିଧାଯକଙ୍କୁ ସମାଲୋଚନା କରିବା ସହ ନିଜ ଦଳର ନେତାଙ୍କୁ ମଧ୍ୟ ଏଥିରେ ସେ ସମାଲୋଚନା କରୁଥିବା କଥା ଆଲୋଚନା ହେଉଛି । ପିସି କଥା ଉଠାଇ ଲେଖାଶା୍ରୀ ଆଉ ଏକ ବିବାଦ ଠିଆ କରାଇଛନ୍ତି ।

Loading...
ONA

Leave a Reply

Top