You are here
Home > ଲାଟେଷ୍ଟ > ସିଏମସି କାର୍ଯ୍ୟାଳୟ ଘେରିଲା ବିଜେପି: ଉତ୍ତେଜନା, ୪ ପୋଲିସ ଆହତ

ସିଏମସି କାର୍ଯ୍ୟାଳୟ ଘେରିଲା ବିଜେପି: ଉତ୍ତେଜନା, ୪ ପୋଲିସ ଆହତ

କଟକ: ଗୁରୁବାର କଟକ ମହାନଗର ନିଗମ(ସିଏମସି) କାର୍ଯ୍ୟାଳୟକୁ ବିଭିନ୍ନ ଦାବି ନେଇ ବିଜେପି କର୍ମୀ ଘେରାଉ କରିଥିଲେ । ଫଳରେ ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ବିଜେପି କର୍ମୀମାନେ କାର୍ଯ୍ୟାଳୟ ଉପରକୁ ଅଣ୍ଡା ଓ ବିଲାତି ମାଡ କରିବା ସହ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ପୋଲିସ ସେମାନଙ୍କୁ ବାଧା ଦେଇଥିଲା । ଏହାପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ପୋଲିସ ଉପରକୁ ବିଜେପି କର୍ମୀ ଢ଼େଲା ମାଡ କରିଥିଲେ । ଫଳରେ ଅତିରିକ୍ତ ଡିସିପି ରାଜକିଶୋର ପାଇକରାୟଙ୍କ ସମେତ ୩ଜଣ କନେଷ୍ଟବଳଙ୍କ ଦେହରେ ଢ଼େଲାବାଜିବାରୁ ସେମାନେ ଗୁରୁତର ହୋଇଛନ୍ତି । ଆହତମାନଙ୍କୁ କଟକ ସିଟି ମେଡିକାଲରେ ଭର୍ତ୍ତି କରାଯାଇଛି । ପରିସ୍ଥିତିକୁ ଆୟତ କରିବା ପାଇଁ ସମ୍ପୃକ୍ତ ଅଞ୍ଚଳରେ ୪ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଉଲ୍ଲେଖଯୋଗ୍ୟ କି, ମଶାତେଲ ଦୁର୍ନୀତିର ତଦନ୍ତ ଓ ଜାଇକା ପ୍ରକଳ୍ପ କାର୍ଯ୍ୟରେ ବିଳମ୍ବ ନେଇ କଟକ ନଗର ବିଜେପି ପକ୍ଷରୁ ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ନେତୃତ୍ୱରେ ଗୁରୁବାର ସିଏମସି କାର୍ଯ୍ୟାଳୟ ଘେରାଉ କରାଯାଇଥିଲା ।

Loading...
ONA

Leave a Reply

Top