You are here
Home > ଏଣ୍ଟରଟେନମେଣ୍ଟ > ସାବଧାନ ! ଆପଣ ମଧ୍ୟ ହୋଇପାରନ୍ତି ଅନ୍ଧ

ସାବଧାନ ! ଆପଣ ମଧ୍ୟ ହୋଇପାରନ୍ତି ଅନ୍ଧ

ଅନେକ ସମୟରେ ଦେଖିବାକୁ ମିଳେ ଛୋଟରୁ ବଡ ଯାଏଁ ଗୋଟିଏ ସମସ୍ୟା ଆଖି ସମସ୍ୟା । ଡିଜିଟାଲ ଉପକରଣରୁ ନିର୍ଗତ ନୀଳ ରଙ୍ଗର ରଶ୍ମି ହୋଇପାରେ ଆପଣଙ୍କ ପାଇଁ ଘାତକ । ଯାହାଫଳରେ ଚାଲିଯାଇପାରେ ଆପଣଙ୍କ ଦୃଷ୍ଟିଶକ୍ତି । ଆମେରିକାର ୟୁନିଭର୍ସିଟି ଅଫ୍ ଟୋଲେଡୋରେ କରାଯାଇଥିବା ଏକ ଅନୁସନ୍ଧାନ ମୁତାବକ, ଲଗାତାର ଭାବେ ନୀଳ ରଙ୍ଗର ରଶ୍ମି ଦେଖିବା କାରଣରୁ ଆଖିରୁ ଉତ୍ପନ୍ନ ପ୍ରକାଶ ପାଇଁ ସମ୍ବେଦନଶୀଳ କୋଷରେ ବିଷାକ୍ତ ଅଣୁ ଉତ୍ପନ୍ନ ହୋଇପାରେ । ଏହା ଆମେରିକାରେ ଦୃଷ୍ଟିହୀନତାର ପ୍ରମୁଖ କାରଣ ମଧ୍ୟରୁ ଗୋଟାଏ । ଏହା ଛଡା କମ୍ ଆଲୋକରେ କାମ କରିବା ଦ୍ୱାରା ହେଉ ଅବା ଶରୀର ଦୁର୍ବଳ ହେବା ଦ୍ୱରା ମଧ୍ୟ ଆଖି ସମସ୍ୟା ଦେଖା ଦେଇଥାଏ । ଠିକ ସମୟରେ ଚିକିତ୍ସା କରା ନଗଲେ ବିଭିନ୍ନ ଅସୁବିଧା ହୋଇପାରେ । ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଆସନ୍ତୁ ଜାଣିବା କିଛି ସାଧାରଣ ଘରୋଇ ଉପାୟ ।

• କିଛି ଚା ପତିକୁ ସାମାନ୍ୟ ଗରମ ଜଳରେ ପକାଇ ଆଖିରେ ଧୀରେ ଧୀରେ ସେକ ଦିଅନ୍ତୁ । ଏହିଭଳି କରିବା ଦ୍ୱାରା ଆଖିରୁ ପାଣି ବାହାରୁଥିବା ସମସ୍ୟା କମିବ ।
• ଯଦି ଆଖିରେ ଜଳାପୋଡ଼ା ବା କୁଣ୍ଡାଇ ଆଦି ସମସ୍ୟା ଦେଖାଯାଉଛି ତେବେ ୧ ଗ୍ଲାସ ପାଣିରେ ୧ ଚାମଚ ଲୁଣ ପକାଇ ଏକ କପଡ଼ା ସାହାଯ୍ୟରେ ସେକ ଦିଅନ୍ତୁ । ଏହାକୁ ଦିନରେ ୩ଥର କରନ୍ତୁ ।
• ଆଖିକୁ ସଫା କରିବା ପାଇଁ ନଡ଼ିଆ ତେଲ ଖୁବ ସହାୟକ ହୋଇଥାଏ । ଆଖି ଚାରି ପାଖରେ ଏହି ତେଲକୁ ମାଲିସ କରିବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ । କଳାଦାଗ ମଧ୍ୟ ଦୂର ହୋଇଯାଏ ।

Loading...
ONA

Leave a Reply

Top