ସାଉଥ ମୁହାଁ ସନ୍ନି

ବଲିଉଡର ହଟ୍୍ ଆଣ୍ଡ ସେକ୍ସି ଗର୍ଲ ସନ୍ନି ଲିଓନି । କିଛି ଫିଲ୍ମରେ ଲିଡ ରୋଲରେ ନଜର ଆସିବା ସହ ଆଇଟମ ସଙ୍ଗରେ ଠୁମକା ଲଗାଇ ସମସ୍ତଙ୍କୁ ମତୁଆଲା କରିଛନ୍ତି ସେ । ଜାନୁଆରୀରେ ରିଲିଜ ହୋଇଥିବା ଶାହରୁଖ ଖାନ ଷ୍ଟାରର୍୍ ଫିଲ୍ମ ରଇଜରେ ଲୈଲା ମୈ ଲୈଲା ଗୀତ ତାଙ୍କୁ ଆଣିଦେଇଛି ଅନେକ ପ୍ରଶଂସା । ଏହି ଗୀତ ପରେ ସନ୍ନିଙ୍କ ଡିମାଣ୍ଡ ଆହୁରି ବଢିଯାଇଛି । ତାଙ୍କ ହାତରେ ଏବେ ଅନେକ ଅଫର୍୍ । ତେବେ ଶୁଣିବାକୁ ମିଳୁଛି ଯେ, ବଲିଉଡ ପରେ ଏବେ ସାଉଥ ଇଣ୍ଡଷ୍ଟ୍ରିରେ ନିଜର ଜଲବା ଦେଖାଇବେ ସନ୍ନି । ହଁ, ଫିଲ୍ମ ନିର୍ମାତା ପ୍ରବୀଣ ସତ୍ତାରୁ ନିଜର ଆଗାମୀ ଫିଲ୍ମ ପିଏସବି ଗରୁଡା ବଗାରେ ଏକ ଖାସ୍୍ ଗୀତରେ ନାଚିବାକୁ ସନ୍ନିଙ୍କୁ ଅଫର ଦେଇଛନ୍ତି । ସେ କହିଛନ୍ତି ଯେ, ସନ୍ନି ଏହି ଗୀତ ପାଇଁ ପୁରା ଫିଟ୍୍ । ଆଉ ଫିଲ୍ମରେ ସନ୍ନିଙ୍କ ଆପିଆନ୍ସ ଦର୍ଶକଙ୍କୁ ଆକୃଷ୍ଟ କରିବ । ତେବେ ଏହା କୌଣସି ଆଇଟମ ସଙ୍ଗ ନୁହେଁ । ଗୀତଟିର ସୁଟିଂ କେରଳରେ କରାଯିବ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here