ସଲମାନଙ୍କୁ ମିଳିଲା ଜାମିନ

ଯୋଧପୁର: ଶେଷରେ ସଲମାନଙ୍କୁ ମିଳିଲା ବେଲ୍ । ଜେଲ୍ ଭିତରେ ୨ ଦିନ କଟାଇ ସାରିଛନ୍ତି ସୁପରଷ୍ଟାର ସଲମାନ ଖାଁ । ଆଜି ଯୋଧପୁର ଅଦାଲତ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ୫୦,୦୦୦ ଟଙ୍କାର ମୁଚାଲିକାରେ ସଲମାନଙ୍କୁ ମିଳିଛି ଜାମିନ ।
୨ଟି ରାତି କଟାଇ ସାରିଛନ୍ତି ଜେଲ୍ କୋଠରୀରେ । ଏକ ବରମୁଡ଼ା ଓ ଟି ସାର୍ଟ ପିନ୍ଧି ରାତି ବିତାଇଛନ୍ତି ସଲମାନ । ଶୁକ୍ରବାର ହୋଇପାରିଲା ନାହିଁ ତାଙ୍କର ଜାମିନ ଆବେଦନର ଶୁଣାଣି । ଅବଶ୍ୟ ଜାମିନ ଆବେଦନର ଶୁଣାଣି କରି ସଲମାନଙ୍କୁ ଜାମିନ ପ୍ରଦାନ କରିଛନ୍ତି ଯୋଧପୁର ସେସନ୍ କୋର୍ଟ ।
୧୯୯୮ ମସିହାରେ କୃଷ୍ଣସାର ମୃଗ ଶିକାର କରିବା ଘଟଣାରେ ଅନ୍ୟ ୪ ଜଣ ଅଭିଯୁକ୍ତମାନେ ଦୋଷମୁକ୍ତ ହୋଇଥିବା ବେଳେ ସଲମାନ କିନ୍ତୁ ଦୋଷୀ ସାବ୍ୟସ୍ତ୍ୟ ହୋଇଛନ୍ତି । ତାଙ୍କୁ ମଧ୍ୟ ଏହି ଦୋଷରେ ଦଣ୍ଡିତ କରାଯାଇଛି ୫ ବର୍ଷର ଜେଲଦଣ୍ଡ ଏବଂ ୧୦,୦୦୦ ହଜାର ଟଙ୍କା ଜୋରିମ।।ନା । ତେବେ କଏଦୀ ନଂ ୧୦୬ ଭାବେ ଯୋଧପୁର ସେଣ୍ଟ୍ରାଲ୍ ଜେଲ୍ରେ ୨ ରାତି ରହିବା ପରେ ଆଜି ଜାମିନ ମିଳିବା ପରେ ବହୁତ ଖୁସି ହୋଇଯାଇଛନ୍ତି ସଲମାନ ଖାଁ ଏବଂ ତାଙ୍କର କୋଟି କୋଟି ପ୍ରଶଂସକ ।

LEAVE A REPLY

Please enter your comment!
Please enter your name here