ବିଜେପୁର ଉପନିର୍ସବାଚନ : ସରିଲା ପ୍ରଚାର,୨୪ରେ ଭୋଟ

0
1

ବିଜେପୁର : ଶେଷ ହେଲା ପ୍ରଚାର ଆଜିଠାରୁ ପ୍ରଚାର ମୈଦାନ ଛାଡିବେ ନେତା ଶେଷ ଦିନରେ ପ୍ରଚାରରେ ପୁରା ଜୋର ଲଗାଇ ଦେଇଥିଲେ ନେତା ଦଳ ପ୍ରାର୍ଥୀ ନେତା ଘରଘର ବୁଲି ଭୋଟରଙ୍କୁ ନିଜ ସପକ୍ଷରେ ଭୋଟ୍ଦେବାକୁ ମତ ରଖିଥିଲେ

ବିଜେପୁର ଉପନିର୍ବାଚନ ପାଇଁ ସରିଲା ପ୍ରଚାର । ଆଜି ଶେଷ ଦିନ ଥିବାରୁ ୩ଦଳର ପ୍ରାର୍ଥୀ  ଓ ନେତା ପ୍ରଚାରରେ ଦମ୍‌ ଲଗାଇ ଦେଇଥିଲେ । ବିଜେଡି ପାର୍ଥୀ ରୀତା ସାହୁ ଘରଘର ବୁଲି ଭୋଟ ମାଗିଛନ୍ତି । ସ୍ବାମୀଙ୍କ ଅଧୁରା ସ୍ବପ୍ନ ପୁରଣ କରିବାକୁ ତାଙ୍କୁ ଜିତାଇବାକୁ ଭୋଟରଙ୍କୁ ଅନୁରୋଧ କରିଛନ୍ତି ।ରୀତା ବିଜେପୁର ବ୍ଲକ୍‌ ଉପରେ ଫୋକସ୍‌ କରିଥିବା ବେଳେ ଦଳର ଅନ୍ୟ ଷ୍ଟାର ପ୍ରଚାରକମାନେ ଗାଇସିଲେଟ ଓ ବରପାଲି ବ୍ଲକରେ ପ୍ରଚାର କରିଛନ୍ତି । ସେପଟେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ଆଜି ବରପାଲି ବ୍ଲକରେ ବେଶୀ ଧ୍ୟାନ ଦେଇଛନ୍ତି । ବରପାଲି ବ୍ଲକ ହେଉଛି ଅଶୋକଙ୍କ ନିଜ ବ୍ଲକ । ସେଥିପାଇଁ ପୁରୁଣା ଭୋଟରଙ୍କୁ ମନେଇବାକୁ ଘରକୁ ଘର କ୍ୟାମ୍ପେନ୍‌ କରି ମୋଦି ସରକାରର ସଫଳତା ଏବଂ ରାଜ୍ୟ ସରକାରଙ୍କ ବିଫଳତା କଥା ଶୁଣାଇଛନ୍ତି । ଦଳର ଅନ୍ୟ ଷ୍ଟାର ପ୍ରଚାରକମାନେ ବିଜେପୁର ଓ ଗାଇସିଲେଟ୍‌ ଯାଇ ପ୍ରଚାର କରିଛନ୍ତି ।

ସେପଟେ କଂଗ୍ରେସ ୩ଟି ଯାକ ବ୍ଲକରେ ପ୍ରଚାର କରିଛି । ନିଜ ବ୍ଲକ ଗାଇସିଲେଟ୍‌ରେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ଶୋଭାଯାତ୍ରାରେ ଯାଇ ଗାଇସିଲେଟ୍ ବ୍ଲକର ଭୋଟରଙ୍କୁ ଭେଟିଛନ୍ତି । ବିରୋଧୀ ଦଳ ନେତା ନରସିଂହ ମିଶ୍ର, ତାରାବାହିନୀପତି ଆଜି ଶେଷ ଦିନରେ ପ୍ରଚାର ମଙ୍ଗ ଧରିଥିଲେ । ଗାଇସିଲେଟ୍‌ ବ୍ଲକରେ କଂଗ୍ରେସ ନିଜ ଗଡକୁ ବଞ୍ଚାଇ ରଖିବ ସେଥିପାଇଁ ଜୋରଦାର ପ୍ରଚାର କରିଛି ।

କାଲି ପ୍ରଚାର ବନ୍ଦ । ଆଜି ସଂଧ୍ୟା ସୁଦ୍ଧା ସମସ୍ତ ଦଳର ପ୍ରମୁଖ ନେତା ନିର୍ବାଚନ ମଣ୍ଡଳୀ ଛାଡିବେ । ଆଉ କାଲି ଠାରୁ ଭୋଟରଙ୍କୁ ଲୋଭେଇବା ପାଇଁ ଚାଲିବ ନାନା ଫନ୍ଦି ଫିକର ।

LEAVE A REPLY

Please enter your comment!
Please enter your name here