ସଫଳ ହେବନି ବିଜେଡିକୁ ବିଭାଜନ କରିବାର ସ୍ୱପ୍ନ: ନବୀନ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ବିଜୁ ଜନତା ଦଳ ସଂସଦୀୟ ଦଳରେ କୌଣସି ମତଭେଦ ନାହିଁ  । ଦଳରେ ସବୁ ଠିକଠାକ ଚାଲିଛି ବୋଲି ସୋମବାର ନୂଆଦିଲ୍ଲୀରେ ସାଂସଦଙ୍କ  ବୈଠକ ଶେଷ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ସେ କହିଛନ୍ତି, ବିଜେଡିକୁ ବିଭାଜନ କରିବାକୁ ବିଜେପି ଯେଉଁ ସ୍ୱପ୍ନ ଦେଖିଛି, ତାହା ସଫଳ ହେବନି । ଓଡ଼ିଶାକୁ ୟୁପିଏ ସରକାର ଅଣଦେଖା କରୁଥିଲା ଏବେ ଏନଡିଏ ଅଣଦେଢ଼ଖା କରୁଛି । ସୂଚନା ଅନୁସାରେ, ସୋମବାର ନୂଆଦିଲ୍ଲୀ ସଂସଦ ଭବନ ବିଜେଡି କାର୍ଯ୍ୟାଳୟରେ ସାଂସଦଙ୍କ ବୈଠକ ପରେ ନବୀନ କହିଛନ୍ତି, ମହାନଦୀ ଓ ପୋଲାଭରମରେ ରାଜ୍ୟ ସ୍ୱାର୍ଥକୁ ବିଜେପି ଉପେକ୍ଷା କରୁଛି । ଆୟୋଜିତ ଏହି ବୈଠକରେ ଦିଲୀପ ତିର୍କୀଙ୍କ ବ୍ୟତୀତ ଦଳର ସମସ୍ତ ସାଂସଦ ଉପସ୍ଥିତ ଥିଲେ । କିନ୍ତୁ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଦିଲୀପ ଅନୁପସ୍ଥିତ ଥିବା ସୂଚନା ମିଳିଛି ।

ମତାମତ ଦିଅନ୍ତୁ

Please enter your comment!
Please enter your name here