ସନା ସାଇଜ

ଭୁବନେଶ୍ୱର : କୁଆଡେ ଗଲା କୋଟିତି ବିଧାୟକ ସନାତନ ମହାକୁଡଙ୍କ ନୂଆ ପଲିଟିକାଲ ପାର୍ଟି? କାହିଁକି ଜନ ସମୃଦ୍ଧି ପାର୍ଟିର ଆଉ ସୋର୍ ଶବ୍ଦ ଆଉ ଶୁଭୁନି? ସନାତନ ଦଳ ଗଢିବା ନିଷ୍ପତ୍ତିରୁ ଓହରି ଗଲେ କି? ଯଦି ଓହରିଲେ ତେବେ କାହା ଚାପରେ? କେନ୍ଦୁଝରରୁ ରାଜଧାନୀ ଯାଏ ଚାଲିଛି ଏମିତି କିଛି ଚର୍ଚ୍ଚା । କୁହାଯାଉଛି ସରକାରଙ୍କ ଚାପରେ ସନାତନ ମହାକୁଡ କୁଆଡେ ଚେପା ହୋଇଯାଇଛନ୍ତି । ଏମିତି ଚାପି ହୋଇଯାଇଛନ୍ତି ଯେ, ତାଙ୍କ ଦଳ ଗଢିବା ନିଶା ଏକବାର ଥଣ୍ଡା ପଡି ଯାଇଛି । କିଛି ମାସ ତଳେ ଧନର କୁବେର ଚମ୍ପୁଆର ସ୍ୱାଧୀନ ବିଧାୟକ ସନାତନ ମହାକୁଡ ତାଙ୍କ ସନା ସେନାକୁ ରାଜନୈତିକ ଦଳର ରୂ ଦେବାକୁ ଉଦ୍ୟମ ଆରମ୍ଭ କରିଥିଲୋ ଜନ ସମୃଦ୍ଧି ପାର୍ଟି ନାଁରେ ସ୍ୱୀକୃତି ଲାଗି ନିର୍ବାଚନ କମିଶନଙ୍କ ନିକଟରେ ଆବେଦନ ବି କରିଥିଲେ । ସନାତନ ମହାକୁଡଙ୍କ ରାଜନୈତିକ ଦଳ ଗଢିବା ଖବର ଗଣମାଧ୍ୟମରେ ପ୍ରଚାର ପ୍ରସାର ପରେ ସେ ମଧ୍ୟ ବେଶ ଉତ୍ସାହିତ ହୋଇ ପ୍ରତିକ୍ରିୟା ରଖିଥିଲେ । ଜନ ସେବା ଲାଗି ଜନ ସମୃଦ୍ଧି ପାର୍ଟି ଗଢିଥିବା କହିଥିଲେ ସନାତନ । ତେବେ ଏବେ ଯେମିତି ଧୀମେଇ ଯାଇଛି ଜନ ସମୃଦ୍ଧି ପାର୍ଟି । କାହିଁକି ଧୀମେଇଲା ଏମିତି କାମ? ସନାତନ ମହାକୁଡଙ୍କ ପାଖରେ ଟଙ୍କାର ତ ଅଭାବ ନାହିଁ । ଲୋକ ବଳ ବି କିଛି କମ ନାହାନ୍ତି । ପାର୍ଟି ଅଫିସ ଲାଗି ଭୁବନେଶ୍ୱର ପାଣ୍ଡରା ପାଖରେ ୨ ଏକର ଜମି କିଣି ସାରିଛନ୍ତି ବୋଲି ବି ଚର୍ଚ୍ଚା ହେଉଛି । ଏଥିଲାଗି ୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସନାତନ ମହାକୁଡଙ୍କ ପାର୍ଟିକୁ ଦଳୀୟ ସଙ୍କେତ ଓ ନିର୍ବାଚନ କମିଶନଙ୍କ ସ୍ୱୀକୃତି ମିଳିବା ପରେ ମାର୍ଚ୍ଚ ମାସରୁ ଏହାର ରାଜନୈତିକ ଆକ୍ଟିଭିଟିଜ ଆରମ୍ଭ କରିବ ବୋଲି ସନାତନଙ୍କ ନିଜ ଲୋକଙ୍କଠୁ ଶୁଣିବାକୁ ମିଳୁଥିଲା । ଶ୍ରୀକ୍ଷେତ୍ରରୁ ଦଳୀୟ କାର୍ଯ୍ୟକ୍ରମର ଆରମ୍ଭ ହେବ ବୋଲି ଏକପ୍ରକାର ଶୁଣାଯାଉଥିଲା । ପୁରୀରୁ କେନ୍ଦୁଝରର ଘଟଗାଁ ମା’ ତାରିଣୀଙ୍କ ପୀଠ ପର୍ଯ୍ୟନ୍ତ ରାଲି ଆୟୋଜନ କରାଯିବାର କାର୍ଯ୍ୟକ୍ରମ ବି ଥିଲା । ଆଗାମୀ ନିର୍ବାଚନରେ ରାଜ୍ୟର ୧୪୭ଟି ବିଧାନସଭା ଆସନରେ ଜନ ସମୃଦ୍ଧି ପାର୍ଟି ପ୍ରାର୍ଥୀ ଦେବ ବୋଲି ପରୋକ୍ଷରେ କହୁଥିବା ସନା ବାବୁ କିନ୍ତୁ ବାସ୍ତବରେ ଖଣି ଅଞ୍ଚଳକୁ ପାର୍ଟିର ଫୋକସରେ ରଖିଥିଲେ । ହେଲେ ଏବେ ଏସବୁ କାମ ଯେମିତି ଠପ ହୋଇଯାଇଛି । ପ୍ରଶାସନିକ ଅଡୁଆରେ ସନାତନଙ୍କୁ ଛନ୍ଦି ଦିଆଯିବା ନେଇ ନାଲିଆଖି ଦେଖାଯାଇଥିବା ଶୁଣିବାକୁ ମିଳୁଛି । ତାଙ୍କ ବ୍ୟବସାୟ ଓ ପୁଅ କେଶକୁ ନେଇ ଚାପ ଦିଆଯାଉଛି । ଏମିତିବି ପୁଅର ବିବାହକୁ
ନେଇ ବିବାଦରେ ଅଛନ୍ତି ସନାତନ । ଏତିକି ବେଳକୁ ବ୍ୟାଙ୍କ ଆକାଉଣ୍ଟରେ ବିୁଳ ଟଙ୍କା ଡିପୋଜିଟ ଲାଗି ଗାଡିରେ ଯିବାବେଳେ ଧରାପଡିଛି । ଯାହାକୁ ନେଇ ଆରମ୍ଭ ହୋଇଛି ଖୋଳତାଡ । କୁହାଯାଉଛି ସନାତନ ମହାକୁଡଙ୍କ ଦଳ ଆଗକୁ କାଳେ ଖଣି ବହୁଳ ଜିଲ୍ଲାରେ ବିଜେଡି ଲାଗି ଅଡୁଆ ପରିସ୍ଥିତି ସୃଷ୍ଟି କରିବ । ସେଥିଲାଗି ସନାଙ୍କ ନୂଆ ପାର୍ଟିକୁ ଚାହୁଁନି ସରକାରୀ ଦଳ । ଖାସ୍ କରି କେନ୍ଦୁଝର, ବାରିଦା, ଯାଜପୁର ଜିଲ୍ଲାରେ ବିଜେଡି ଭୋଟ ବ୍ୟାଙ୍କ ଉପରେ ସନାଙ୍କ ନୂଆ ଦଳର ପ୍ରଭାବ ପଡିବ । ଆଉ ବିଜେପିକୁ ଏହା ସୁହାଇବ ବୋଲି କୁଆଡେ ଭିତିରି ରିପୋର୍ଟ ବି ସରକାରୀ ଦଳକୁ ମିଳିସାରିଛିା ସେଥିଲାଗି ସରକାରୀ ଦଳ ଚାହୁଁନି ସନାଙ୍କ ଦଳ ଆଗାମୀ ନିର୍ବାଚନରେ ଲଢୁ । ତେଣୁ ସନାଙ୍କ ପୁରୁଣା କେଶର ଖୋଳତାଡ ମଝିରେ ଆରମ୍ଭ ହୋଇଥିଲା । ଆଉ କାଳେ ବିଧାୟକ ସନାତନ ମହାକୁଡ ନିକଟରେ ନିଜର କେଶ ଓ ସମସ୍ୟା ନେଇ ସରକାରଙ୍କ ପାଖରେ ଗୁହାରି ହୋଇଥିଲେ । ସଚିବାଳୟରେ ଆଲୋଚନା କରିଥିଲେ । ସେଠାରେ ସନାତନ ମହାକୁଡଙ୍କୁ ଦଳ ଗଢିବା ନେଇ ଆଗକୁ ନ ବଢିବାକୁ ତାଗିଦ କରାଯାଇଥିବା ଶୁଣିବାକୁ ମିଳୁଛି । ଆଉ ସେଇ ଦିନ ଠୁ ଦଳ ଗଢିବା ନେଇ ମୁହଁ ଖୋଲୁ ନାହାନ୍ତି ସନାତନ । ଏକା ଧମକାଣରେ ସନାତନ ସାଇଜ ହୋଇଯାଇଥିବାରୁ କାନମୁଣ୍ଡା ଆଉଁସି ରହିଛନ୍ତି । ଆଉ ଯିଏ ତାଙ୍କୁ ଦଳ ଗଢିବା କଥା ପଚାରୁଛି
ତାଙ୍କ ଉପରେ କେବଳ ଖିଙ୍କାରି ହେଉଛନ୍ତି ସନା ।

LEAVE A REPLY

Please enter your comment!
Please enter your name here