You are here
Home > ଲାଟେଷ୍ଟ > ସଞ୍ଜୟ ଦାସବର୍ମା ହତାଶ

ସଞ୍ଜୟ ଦାସବର୍ମା ହତାଶ

-ସୁପ୍ରିମକୋର୍ଟରେ ଲିଭ ପିଟିସନ୍ ଖାରଜ
ଭୁବନେଶ୍ୱର: ବିଜେଡି ବିଧାୟକ ସଞ୍ଜୟ ଦାସ ବର୍ମାଙ୍କୁ ଶକ୍ତ ଝଟକା ଲାଗିଛି । ବ୍ରହ୍ମଗିରି ବିଧାନସଭା ନିର୍ବାଚନ ଅନିୟମିତତା ମାମଲାରେ ସୁପ୍ରିମକୋର୍ଟ ସଞ୍ଜୟଙ୍କ ସ୍ପେଶାଲ ଲିଭ୍ ପିଟିସନକୁ ଖାରଜ କରିଦେଇଛନ୍ତି । ଏଥିସହ ହାଇକୋର୍ଟ ଦେଇଥିବା ରାୟକୁ ମଧ୍ୟ କାଏମ ରଖିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଫଳରେ ହାଇକୋର୍ଟରେ ସଞ୍ଜୟଙ୍କ ବିରୋଧରେ ନିର୍ବାଚନୀ ଅନିୟମିତତା ମାମଲା ଜାରି ରହିବ ।
ବିଧାନସଭା ନିର୍ବାଚନରେ ଅନିୟମିତତା ଅଭିଯୋଗ କରି ସଞ୍ଜୟ ଦାସବର୍ମାଙ୍କ ପ୍ରତିଦ୍ୱନ୍ଦ୍ୱୀ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ଏହି ମାମଲାକୁ ଖାରଜ କରିବା ଲାଗି ହାଇକୋର୍ଟରେ ସଞ୍ଜୟ ଆବେଦନ କରିଥିଲେ । ଏହା ଉପରେ ଶୁଣାଣି କରି ହାଇକୋର୍ଟ ସଞ୍ଜୟ ଦାସବର୍ମାଙ୍କ ଆବେଦନକୁ ଖାରଜ କରିଥିଲେ । ଫଳରେ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ ଦାସବର୍ମା । ଲୁଲୁଙ୍କ ପରଲୋକ ପରେ ଏବେ ତାଙ୍କ ଭାଇ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ମାମଲା ଲଢ଼ୁଛନ୍ତି ।
ପୂର୍ବରୁ ସଞ୍ଜୟ ଦାସ ବର୍ମାଙ୍କ ନାଁରେ ଚିଟଫଣ୍ଡ ମାମଲାରେ ସମ୍ପୃକ୍ତିଥିବା ଅଭିଯୋଗ କରିଥିଲେ ଲୁଲୁ । ଏପରକି ଅର୍ଥତତ୍ୱ ମାଲିକ ପ୍ରଦୀପ ସେଠୀଙ୍କଠାରୁ ସଞ୍ଜୟ ଏସୟୁଭି କାର ବା ପାଜିରୋ ନେଇଥିବା ମାମଲାରେ ସିବିଆଇ ତାଙ୍କୁ ନୋଟିସ୍ କରିଥିଲା । ଏବେ ସୁପ୍ରିମକୋଟଙ୍କ ଝଟକା ତାଙ୍କ ପାଇଁ ପରିସ୍ଥିତିକୁ ଗମ୍ଭୀର କରିଛି । 

Loading...
ONA

Leave a Reply

Top