ଷ୍ଟେସନରେ ଖୋଲିବ ମଲ: ସଂକ୍ଷିପ୍ତ ତାଲିକାରେ କଟକ, ପୁରୀ

4

ଭୁବନେଶ୍ୱର: କଟକ ଏବଂ ପୁରୀ ରେଳ ଷ୍ଟେସନର ବଦଳିବ ଚେହେରା  । ଦେଶର ଅନ୍ୟାନ୍ୟ ଅତ୍ୟାଧୁନିକ ଷ୍ଟେସନ୍ ପରି ହେବ ରୂପରେଖ । ପୂର୍ବତଟ ରେଳବାଇ ପକ୍ଷରୁ ଏଭଳି କିଛି ପରିକଳ୍ପନା କରାଯାଇଛି । ପିପିପି ମୋଡରେ ଏହି କାମ କରାଯିବ  । ତେବେ ଏନେଇ ରେଳବାଇ  ବୋର୍ଡ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ଚଳିତ ମାସ ଶେଷ ସୁଦ୍ଧା ଏହାର  ପ୍ରକ୍ରିୟା ଆରମ୍ଭ ହେବ ବୋଲି ନିଷ୍ପତ୍ତି ନେଇଛି ରେଳବାଇ ବୋର୍ଡ  । ସୂଚନା ଅନୁଯାୟୀ ଦେଶର ୩୩ଟି ଷ୍ଟେସନର ଉନ୍ନତିକରଣ ପାଇଁ ତାଲିକା ପ୍ରକାଶ ପାଇଛି  । ଏଥିରେ ଓଡ଼ିଶାର ପୁରୀ ଓ କଟକ ଷ୍ଟେସନ୍ ସ୍ଥାନ ପାଇଛି ।  ତେବେ ଭୁବନେଶ୍ୱର ରେଳ ଷ୍ଟେସନର ଉନ୍ନତି  ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଥିବାରୁ ଏହାକୁ ଏଥିରେ ସାମିଲ କରାଯାଇ ନାହିଁ  । କଟକ ଏବଂ ପୁରୀ ରେଳ ଷ୍ଟେସନ୍ରେ ମଲ, ମଲ୍ଟିପ୍ଲେକ୍ସ, ପାର୍କିଂ ବ୍ୟବସ୍ଥା, ଲନ୍ ଏବଂ ଅନ୍ୟାନ୍ୟ ସୁବିଧା ରହିବ  । ତେବେ ପିପିପି ମୋଡରେ ଏହି କାର୍ଯ୍ୟ ହେବା ନେଇ ନିଷ୍ପତ୍ତି ହୋଇଥିବାରୁ ରେଳବାଇ ବୋର୍ଡ ପକ୍ଷରୁ ପ୍ରସ୍ତାବ ଆହ୍ୱାନ କରାଯିବ  । ଏଥିରେ କୌଣିସ ବ୍ୟକ୍ତିବିଶେଷ କିମ୍ବା କମ୍ପାନୀ ସାମିଲ ହୋଇପାରିବେ  । ତେବେ ସବୁଠୁ ଶ୍ରେଷ୍ଠ ପ୍ରସ୍ତାବକୁ ଚୟନ କରିବା ପାଇଁ ଏକ କମିଟି  ଗଠନ କରାଯିବ  । କମିଟି ରିପୋର୍ଟ ଦେବା ପରେ ବ୍ୟୟ ଅଟକଳ, ଷ୍ଟେସନର ଡିଜାଇନ୍ ସଂକ୍ରାନ୍ତରେ ଚୂଡାନ୍ତ ନିଷ୍ପତ୍ତି  ନିଆଯିବ  । ଏହି ପ୍ରକଳ୍ପ ପାଇଁ କଟକରେ ୬.୪୨ ଏକର ଜମି ଥିବା ବେଳେ ପୁରୀ ୧.୬୧ ଜମିରେ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ତେବେ ଏଥିପାଇଁ ଗଠନମୂଳକ ପ୍ରସ୍ତାବ ମିଳିବ ବୋଲି ଆଶା ରଖିଥିବା ପୂର୍ବତଟ ରେଳବାଇର ବରିଷ୍ଠ ଲୋକସମ୍ପର୍କ ଅଧିକାରୀ ଜେପି ମିଶ୍ରା ସୂଚନା ଦେଇଛନ୍ତି  ।

LEAVE A REPLY

Please enter your comment!
Please enter your name here