ଶ୍ରୀ ଜଗନ୍ନାଥଙ୍କ ଦାରୁ ଫିକ୍ସିର ସିବିଆଇ ତଦନ୍ତ ହେଉ, ଅରୁଣ ଓ ଅଚ୍ୟୁତଙ୍କୁ ଗିରଫ କରାଯାଉ: ସିଭିଲ ସୋସାଇଟି

ଭୁବନେଶ୍ୱର : ଜଗନ୍ନାଥଙ୍କର ନବକଳେବର ସମୟରେ ଦେଖା ଦେଇଥିବା ଜଗନ୍ନାଥ ମହାପ୍ରଭୁଙ୍କର ଦାରୁ ଫିକ୍ସିଂ ଏବଂ ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗକୁ ନେଇ ରାଜ୍ୟରେ ରାଜନୈତିକ ବାତାବରଣ ଉଷ୍ମତା ଦେଖାଦେଇଥିଲା ବେଳେ ବିରୋଧୀ ଦଳମାନଙ୍କର ଅଭିମୁଖ୍ୟ ଏବଂ ବିଭ୍ରାନ୍ତିମୂଳକ ମନ୍ତବ୍ୟ ଘଟଣାକୁ ଆହୁରି ରହସ୍ୟମୟ କରିଦେଉଛି । ତେଣୁ ଏହି ପରିପ୍ରେକ୍ଷୀରେ ସିଭିଲ୍ ସୋସାଇଟି କର୍ମକର୍ତ୍ତାମାନେ ଅଭିଯୋଗ କରିଛନ୍ତି ଯେ, ଉଭୟ ଘଟଣା ରାଜ୍ୟରେ କୋଟ କୋଟି ଜଗନ୍ନାଥପ୍ରେମୀମାନଙ୍କ ଧର୍ମ ଭାବନାକୁ ଆଘାତ ଦେଇଛି ଏବଂ ମନ୍ଦିରର ପବିତ୍ରତା ମଧ୍ୟ ନଷ୍ଟ ହୋଇଛି । ତେଣୁ ଏହି ଦାରୁ ଫିକ୍ସିଂରେ ତକ୍ରାଳୀନ ମନ୍ତ୍ରୀ ଅରୁଣ ସାହୁ ଓ କୁଖ୍ୟାତ ଜମି ଦଲାଲ ଅଚ୍ୟୁତ ସାମନ୍ତ ସମ୍ପୃକ୍ତ ଥିବାରୁ ଏମାନଙ୍କୁ ତୁରନ୍ତ ଗିରଫ କରିବାକୁ ସିଭିଲ୍ ସୋସାଇଟି ତରଫରୁ ଦାବୀ ହୋଇଛି । ଏହା ସହିତ ଏହି ଦାରୁ ଫିକ୍ସିଂ ଘଟଣାର ତଦନ୍ତ କରାଇବାରେ ରାଜ୍ୟ ସରକାର ବିଫଳ ହୋଇଥିବାରୁ ଏହାର ତଦନ୍ତ ସିବିଆଇକୁ ଦେବାକୁ କର୍ମକର୍ତ୍ତାମାନେ ଦାବୀ କରିଛନ୍ତି । ସେହିପରି ବ୍ରହ୍ମ ବିଭ୍ରାଟର ତଦନ୍ତ ତକ୍ରାଳୀନ ମନ୍ଦିର ପ୍ରଶାସକ ସୁରେଶ ମହାପାତ୍ର ଠିକ୍ ଭାବେ କରିନାହାଁନ୍ତି ବୋଲି ବରିଷ୍ଠ ବିଜେପି ନେତା ଶ୍ରୀ ବିଜୟ ମହାପାତ୍ର ଦେଇଥିବା ମନ୍ତବ୍ୟକୁ ସିଭିଲ୍ ସୋସାଇଟି ତରଫରୁ ନାପସନ୍ଦ କରାଯାଇଛି । ବର୍ତ୍ତମାନ ଏହି ବ୍ରହ୍ମ ବିଭ୍ରାଟ ତଦନ୍ତ ରିପୋର୍ଟକୁ ସର୍ବସାଧାରଣରେ ପ୍ରକାଶ ପାଇଁ ସିଭିଲ୍ ସୋସାଇଟି ତରଫରୁ ଦାବୀ କରାଯାଇଛି ଯାହାଦ୍ୱାରା ବାସ୍ତବ ଘଟଣା ଲୋକମାନେ ଜାଣିପାରିବେ । ସେହିପରି ଜଗନ୍ନାଥଙ୍କ ରତ୍ନଭଣ୍ଡାରର ·ବି ହଜିବା ଉପରେ ରାଜ୍ୟ ସରକାର ତଦନ୍ତ କମିଶନ ବସାଇଥିଲେ ଏବଂ ଏହି ତଦନ୍ତ କମିଶନଙ୍କୁ ରିପୋର୍ଟ ଦେବାକୁ ତିନିମାସ ସମୟ ଦିଆଯାଇଥିଲା । କିନ୍ତୁ ଏହି କମିଶନ ଉକ୍ତ ସମୟ ମଧ୍ୟରେ ରିପୋର୍ଟ ନ
ଦେବାରୁ ରାଜ୍ୟ ସରକାର ପୁଣି ତିନିମାସ ସମୟ ବୃଦ୍ଧି କରିଛନ୍ତି । ତଦନ୍ତ କମିଶନ ନାମରେ ସମୟ ଗଡ଼େଇ ତନନ୍ତ ରିପୋର୍ଟକୁ ·ପି
ଦେବା ପାଇଁ ଏହା ଏକ ଚକ୍ରାନ୍ତ ବୋଲି ସିଭିଲ୍ ସୋସାଇଟି ତରଫରୁ ଅଭିଯୋଗ ହୋଇଛି ଏବଂ ରାଜ୍ୟବାସୀ ନବୀନ ପଟ୍ଟନାୟକଙ୍କ
ଏହି ଠକାମୀ ପ୍ରତି ସତର୍କ ରହିବା ପାଇଁ ସେମାନେ ରାଜ୍ୟବାସୀଙ୍କୁ ନିବେଦନ କରିବା ସହ ତଦନ୍ତ ତୁରନ୍ତ ଶେଷ କରିବାକୁ କମିଶନଙ୍କୁ
ଅନୁରୋଧ କରିଛନ୍ତି । ଚିଟ୍ଫଣ୍ଡ ଦୁର୍ନୀତିର ସିବିଆଇ ତଦନ୍ତ ପ୍ରସଙ୍ଗରେ ବିରୋଧୀ ଦଳ କଂଗ୍ରେସ ଗଣମାଧ୍ୟମରେ ବହୁ ବିଭ୍ରାନ୍ତିମୂଳ ତଥ୍ୟ ଦେଉଛି । ସିବିଆଇ ତଦନ୍ତ ନାମରେ କେବଳ ବିଜେପି ଦଳର ନେତାମାନଙ୍କୁ ହଇରାଣ କରୁଛନ୍ତି ବୋଲି କଂଗ୍ରେସ ମୁଖପାତ୍ର ଗଣମାଧ୍ୟମରେ କହିଛନ୍ତି ଯାହାକି ମିଥ୍ୟା ଏବଂ ବିଭ୍ରାନ୍ତିମୂଳକ । ସିଭିଲ୍ ସୋସାଇଟି ତରଫରୁ ଏହାକୁ ଦୃଢ ନିନ୍ଦା କରାଯାଇଛି ଏବଂ ଏହିଭଳି ମିଥ୍ୟା ତଥ୍ୟ ଏବଂ ମନ୍ତବ୍ୟରୁ କ୍ଷାନ୍ତ ରହିବା ପାଇଁ କଂଗ୍ରେସ ଦଳକୁ ସଭିଲ୍ ସୋସାଇଟି ତରଫରୁ ନିନ୍ଦା କରାଯାଇଛି । ସିବିଆଇ ତଦନ୍ତକୁ ବାଟବଣା କରିବା ଏବଂ ନିନ୍ଦିତ କରିବା ପାଇଁ ଶାସକ ଶ୍ରେଣୀର ବୃହତ୍ତର ଚକ୍ରାନ୍ତର ଏହା ଏକ ଅଂଶବିଶେଷ । ତେଣୁ ଚିଟ୍ଫଣ୍ଡ
ଦୁର୍ନୀତିର ସିବିଆଇ ତଦନ୍ତ ତୁରନ୍ତ ଶେଷ କରିବା ଦାବୀରେ ଆଗାମୀ ନଭେମ୍ବର ୨୬ ତାରିଖରୁ ସିବିଆଇ କାର୍ଯ୍ୟାଳୟ ସମ୍ମୁଖରେ
ଅନିର୍ଦ୍ଦିଷ୍ଟ କାଳ ପାଇଁ ପ୍ରତିକ ଅନଶନ ·ଲିବ ବୋଲି କହିଛନ୍ତି । ଆଜିର ସାମ୍ବାଦିକ ସମ୍ମିଳନୀରେ ସିଭିଲ୍ ସୋସାଇଟି ନେତୃବୃନ୍ଦ ତଥା
ସୂଚନାଧିକାର କର୍ମୀ ପ୍ରଦୀପ ପ୍ରଧାନ, ଆଇନ୍ଜୀବୀ ସୁଧୀର ମହାନ୍ତି, ମହିଳାନେତ୍ରୀ ସଂଯୁକ୍ତା ପାଣିଗ୍ରାହୀ, ପ୍ରତାପ ସାହୁ, ଯୋଗେନ୍ଦ୍ର
ଡ଼ାକୁଆ ପ୍ରମୁଖ ଉପସ୍ଥିତ ଥିଲେ ।