ଶ୍ରୀମନ୍ଦିର ସଂସ୍କାର : ୨୦ରେ ଆସିବେ ଆମିକସ କ୍ୟୁରି

https://www.facebook.com/nnsodia/videos/267154983995629/?t=5

ପୁରୀ, ଶ୍ରୀମନ୍ଦିର ସଂସ୍କାର ଲାଗି ଆସନ୍ତା ୨୦ରେ ଆମିକସ କ୍ୟୁରି ପୁରୀ ଆସିବେ ବୋଲି ଶ୍ରୀମନ୍ଦିର ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ହୋଇଛନ୍ତି ଆମିକସ କ୍ୟୁରି ଗୋପାଳ ସୁବ୍ରମଣ୍ୟମ । ସେ ଆସିବା ପରେ ୨୧ ଓ ୨୨ତାରିଖରେ ଶଙ୍କରାଚାଯ୍ୟ, ଗଜପତି ମହାରାଜଙ୍କ ସହ ଶ୍ରୀମନ୍ଦିର ସଂସ୍କାର ନେଇ ଆଲୋଚନା କରିବେ । ଏଥିସହ ଶ୍ରୀମନ୍ଦିର ପ୍ରଶାସନ ଓ ଛତିଶା ନିଯୋଗ ସହ ମଧ୍ୟ ଆଲୋଚନା କରିବେ । ସବୁଠାରୁ ଗୁରୁତ୍ୱ କାଯ୍ୟ ସୁପ୍ରିମକୋର୍ଟଙ୍କ ୧୨ଟି ପ୍ରସ୍ତାବ ଉପରେ ମଧ୍ୟ ସେ ଆଲୋଚନା କରିବେ । ଆଲୋଚନାରେ ଦାନ ଦକ୍ଷିଣା ଓ ବଂଶାନୁକ୍ରମିକ ସେବା ମୁଖ୍ୟ ପ୍ରସଙ୍ଗ ରହିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ମତାମତ ଦିଅନ୍ତୁ

Please enter your comment!
Please enter your name here