ଶ୍ରୀମନ୍ଦିରରେ ଲାଗିବ ଲ୍ୟାଣ୍ଡଲାଇନ

https://www.facebook.com/nnsodia/videos/267154983995629/?t=5

ପୁରୀ: ଶ୍ରୀମନ୍ଦିରରେ ମୋବାଇଲ କଟକଣା ଉପରେବିହିତ ପଦକ୍ଷେପ ନିଆଯାଇଛି । ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେବା ଉପରେ କଟକଣା ଜାରିକରାଯାଇଥିବା ବେଳେ ଶ୍ରୀମନ୍ଦିରରେ ଲ୍ୟାଣ୍ଡଲାଇନ୍ ବ୍ୟବସ୍ଥା ପ୍ରଚଳନ ହେବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଲ୍ୟାଣ୍ଡଲାଇନ୍କୁ ମୋବାଇଲର ବିକଳ୍ପ ଭାବରେ ନିଆଯାଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଆସନ୍ତାକାଲିଠାରୁ ମୋବାଇଲ ଜବତ ହେଲେ ଜୋରିମାନା ଆଦାୟକୁ କଡାକଡି କରାଯିବ ।
ବାରମ୍ବାର ଶ୍ରୀମନ୍ଦିର ଭିିତର ବେଢ଼ାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଶ୍ରୀମନ୍ଦିର ପ୍ରଶାସନ ମୋବାଇଲ ଉପରେ କଟକଣା ଜାରି କରିବାକୁ ନିଷ୍ପତ୍ତି ନେଇଛି । ତେବେ ସେବାୟତଙ୍କୁ ସ୍ୱତନ୍ତ୍ର ମୋବାଇଲ ଫୋନ୍ ଦିଆଯିବା ଉପରେ କାର୍ଯ୍ୟ ଚାଲୁଛି । ଲ୍ୟାଣ୍ଡ ଫୋନ୍ କେଉଁଠି ଲାଗିଲେ ସମସ୍ତ ସେବାୟତଙ୍କୁ ସୁବିଧା ହେବ ଏବଂ ମହାପ୍ରଭୁଙ୍କ ନୀତିକାନ୍ତି ଉପରେ ଯେମିତି କୌଣସି ପ୍ରଭାବ ନ ପଡେ ସେଥିନେଇ ଗୁରୁତ୍ୱ ଦିଆଯାଉଛି ବୋଲି ଶ୍ରୀ ଜେନା କହିଛନ୍ତି ।

ମତାମତ ଦିଅନ୍ତୁ

Please enter your comment!
Please enter your name here