ଶୌଚ ହେବାକୁ ଯାଇଥିଲେ, କାଟିଦେଲେ ବେକ

1

ଭୁବନେଶ୍ୱର,: ଥମିବାରେ ନାଁ ଧରୁନାହିଁ ପିଲା ଚୋର ଗୁଜବ । ଶୌଚ ହେବା ଲାଗି ଜଣେ ଯୁବକ ଉଠିଥିବା ବେଳେ ତାଙ୍କ ବେକକୁ କେହି ଦୁର୍ବୃତ୍ତ କାଟି ଦେଇଛନ୍ତି । ଏହାପଛରେ ପିଲାଚୋର ଗ୍ୟାଙ୍ଗ ହାତ ଥିବା ସନ୍ଦେହ କରି ପୂରା ଅଞ୍ଚଳରେ ଏବେ ଆତଙ୍କ ଖେଳିଯାଇଛି । ଘଟଣାଟି ହେଉଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ପୋନାର ଗାଁର । ଆକ୍ରମଣରେ ଆହତ ହୋଇଥିବା ଯୁବକଙ୍କ ନାଁ ବିକାଶ ବେହେରା ।

ମିଳିଥିବା ରିପୋର୍ଟ ଅନୁସାରେ, ବିକାଶ ରାତିରେ ପରିଶ୍ରା କରିବା ଲାଗି ଘର ବାହାରକୁ ଯାଇଥିଲେ । ଅଚାନକ କେତେକ ଦୁର୍ବୃତ୍ତ ତାଙ୍କୁ କାବୁ କରି ବେକକୁ କାଟି ପକାଇଥିଲେ । ତେବେ ଭାଗ୍ୟଭଲ କୌଣସି ମତେ ସେମାନଙ୍କ କବଳରୁ ଖସି ଆସି ବିକାଶ ଘରେ ପଶିଯାଇଥିଲେ । ରକ୍ତାକ୍ତ ଅବସ୍ଥାରେ ବିକାଶକୁ ପରିବାର ଲୋକେ ଦେଖି ମେଡିକାଲରେ ଭର୍ତ୍ତି କରିଛନ୍ତି । ଅବସ୍ଥା ଏବେ ବିକାଶଙ୍କର ଭଲ ରହିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here