You are here
Home > ଏଣ୍ଟରଟେନମେଣ୍ଟ > ଶେଷରେ ବାଜିମାରିଲେ ରଣବୀର ସିଂ, ଦୀପିକାଙ୍କୁ ବାହା ହେବେ ନଭେମ୍ବର 20ରେ

ଶେଷରେ ବାଜିମାରିଲେ ରଣବୀର ସିଂ, ଦୀପିକାଙ୍କୁ ବାହା ହେବେ ନଭେମ୍ବର 20ରେ

ବହୁ ଚର୍ଚ୍ଚିତ ଯୋଡି ରଣବୀର ସିଂ ଦୀପିକା ପାଦୁକୋନ ବହୁତ ଜଲଦି ଏକତ୍ରିତ ହେବାକୁ ଯାଉଛନ୍ତି । ଆସନ୍ତା ନଭେମ୍ବର 20ରେ ସେମାନେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ସେମାନେ ଇଟାଲୀର ଲେକ କୋମାର ଭେନ୍ୟୁରେ ବିବାହ ହେବ ବୋଲି ଜଣା ପଡିଛି । ଏହି ବିବାହରେ କେବଳ 30 ଜଣ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି ବୋଲି ସୂଚନା ମିଲିଛି । ଦୀପିକାଙ୍କ ଜଣେ ସର୍ମ୍ପକୀୟ କହିଛନ୍େତି କି ଦୀପିକାଙ୍କୁ ଇଟାଲୀ ବହୁତ ପସନ୍ଦ ସେଥିପାଇଁ ସେ ଏହି ଠାରେ ଡେଷ୍ଟିନେସନ ୱୋଡିଙ୍ଗ ପ୍ଲାନ କରୁଛନ୍ତି । ସେପଟେ ବିବାହ ତାରିଖ ଫାଇନାଲ ହେବା ପରେ ଏହି ଦୁଇ ତାରକାଙ୍କୁ ଶୁଭକାମନା ମିଳିବା ଆରମ୍ଭ ହୋଇଗଲାଣି । ବିବାହ ପରେ ମୁମ୍ବାଇରେ ଉତ୍ସବ ପାଳନ ହେବ ବୋଲି ସୂଚନା ମିଳିଛି । ଏହି ଦୁଇ ଯୋଡି 2013ରୁ ଡେଟିଂ କରୁଥିଲେ । ଏହି ଯୋଡି ବଲିଉଡକୁ ଅନେକ ସୁପରହିଟ ଫିଲ୍ମ ଭେଟି ଦେଇଛନ୍ତି । ରାମଲୀଲା, ବାଜିରାଓ ମସ୍ତାନୀ, ପଦ୍ମାବତୀ ଆଦି ଫିଲ୍ମ ମାଧ୍ୟମରେ ଏହି ଦୁଇ ଯୋଡି ଖୁବ ପରିଚିତ ହୋଇଯାଇଛନ୍ତି ଦରଶକଙ୍କର ।

Loading...
ONA

Leave a Reply

Top