You are here
Home > ଗସିପ ଖବର > ଶୀତ ଦିନିଆ ଜ୍ୱର ଓ ଥଣ୍ଡାକାଶ

ଶୀତ ଦିନିଆ ଜ୍ୱର ଓ ଥଣ୍ଡାକାଶ

ଶୀତ ଦିନେ ଥଣ୍ଡା ଜ୍ୱର ହେବା ସାଧାରଣ କଥା । ଛୋଟରୁ ବଡ ସମସ୍ତେ ଏହାର ଶିକାର ହୋଇଥାଆନ୍ତି । ସେଥିପାଇଁ ଶୀତଦିନ ଆସିବା ପୂର୍ବରୁ ହିଁ ଘରେ ଘରେ ସମସ୍ତେ ପ୍ରସ୍ତୁତ ହୋଇଥାନ୍ତି । ଏଥିପାଇଁ ବିଭିନ୍ନ ପ୍ରକାର ଔଷଧ ଆଗରୁ ରଖିଥାଆନ୍ତି । ତେବେ କେବଳ ଔଷଧ ନୁହେଁ, କିଛି ଘରୋଇ ଉପାୟ ଦ୍ୱାରା ମଧ୍ୟ ଥଣ୍ଡା ଜ୍ୱର ଭଳି ସମସ୍ୟାରୁ ନିଜକୁ ଦୂରେଇ ରଖିହେବ ।  
ଥଣ୍ଡା କାଶ ହେଲେ ନାକରୁ ପାଣି ବାହାରିବା, ନାକ ବନ୍ଦ ହୋଇଯିବା, ମୁଣ୍ଡ ବିନ୍ଧିବା, କଫ ଜମିବା, କାଶ ହେବା ଆଦି ଲକ୍ଷଣ ଦେଖାଯାଇଥାଏ । ଶରୀର ପୀଡା ହେବା ସହ ବିରକ୍ତି ଅନୁଭବ ହୋଇଥାଏ । ଥଣ୍ଡା କାଶ ଅଧିକ ଦିନ ରହିଲେ ଶରୀର ପାଇଁ ଭଲ ନୁହେଁ । ତେଣୁ ଯଥାସମ୍ଭବ ଏହାର ପ୍ରତିକାର ଆବଶ୍ୟକ ।
ଥଣ୍ଡା ହେଲେ ତୁଳସୀ ପତ୍ର ଭଲ କାମ କରେ । ପ୍ରତିଦିନ ୬-୭ଟି ତୁଳସୀ ପତ୍ର ଖାଇଲେ ଥଣ୍ଡା କାଶ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ । ସେହିପରି ଚାରେ ତୁଳସୀ ପତ୍ର, ଗୋଲମରିଚ ଗୁଣ୍ଡ ପକାଇ ପିଇଲେ କାଶ ଦୂର ହୋଇଥାଏ ।
  ଅଦା, ମହୁ ଓ ଲେମ୍ବୁର ମିଶ୍ରଣକୁ ଖାଇଲେ ଥଣ୍ଡାକାଶ ଭଳି ସମସ୍ୟାରୁ ମୁକ୍ତି ମିଳିପାରିବ । ଦିନକୁ ୨-୩ ଥର ଏହି ମିଶ୍ରଣକୁ ଖାଇଲେ ଭଲ ।
   ନାଲି ଚାହାରେ ମହୁ ଓ ଲେମ୍ବୁ ରସ ମିଶାଇ ପିଇଲେ ଥଣ୍ଡା କାଶରୁ ମୁକ୍ତି ମିଳିଥାଏ । ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଏହି ଚା ସେବନ କଲେ ସୁଫଳ ମିଳିଥାଏ ।
   ସେହିପରି ଚାହାରେ ଅଦା, ତେଜପତ୍ର, ଅଳ୍ପ ଲେମ୍ବୁରସ ପକାଇ ପ୍ରତିଦିନ ପିଇଲେ ଥଣ୍ଡା କାଶ ଭଲ ହେବା ସହ ଏହା ଶରୀର ପାଇଁ ମଧ୍ୟ ବେଶ ଉପକାରୀ ।
   ହଳଦୀରେ ରୋଗ ପ୍ରତିରୋଧକ ଶକ୍ତି ରହିଛି । ତେଣୁ ଉଷୁମ କ୍ଷୀରରେ ହଳଦୀ ମିଶାଇ ପିଇଲେ ଥଣ୍ଡାରୁ ଉପଶମ ମିଳିଥାଏ । ଏହା ଶରୀର ପାଇଁ ମଧ୍ୟ ଭଲ ।
   ଗୋଟିଏ ପାତ୍ରରେ କିଛି ପାଣି ଗରମ କରି ସେଥିରେ ଗୋଟିଏ ଚାମଚ ହଳଦୀ, ଅଳ୍ପ ଗୋଲମରିଚ ଗୁଣ୍ଡ, ୧-୨ଟି ମିଠାକାଠି, ଅଳ୍ପ ମହୁ ପକାଇ ଫୁଟାନ୍ତୁ । ଏହି ମିଶ୍ରଣକୁ ପିଇଲେ ଅଳ୍ପ ଦିନରେ ଥଣ୍ଡା କାଶ ଭଲ ହୋଇଯିବ ।
   ଥଣ୍ଡା କାଶ ପାଇଁ ପିଆଜ ମଧ୍ୟ ବେଶ ଉପକାରୀ । ୧-୨ ଚାମଚ ପିଆଜ ରସରେ ଅଳ୍ପ ମହୁ ମିଶାଇ ଦିନକୁ ଦୁଇ ଥର ପିଇଲେ ମଧ୍ୟ ଥଣ୍ଡା କାଶରୁ ଉପଶମ ମିଳିଥାଏ ।
   ଅଧିକ କାଶ ହେଉଥିଲେ, ଖଣ୍ଡେ ଅଦାକୁ ପାଟିରେ ରଖି ଅଳ୍ପ ଅଳ୍ପ ଚୁଚୁମି ଖାଇଲେ କାଶ ଭଲ ହୋଇଥାଏ ।
   କାଶ ହେଲେ ସାଧାରଣତଃ କଫ ଜମିବା, ତଣ୍ଟି କୁଣ୍ଡାଇବା ଭଳି ଲାଗିବା ଏବଂ ତଣ୍ଟି ଖସ ଖସ ଲାଗିଥାଏ । ତେଣୁ ଅଳ୍ପ ଉଷୁମ ପାଣିରେ ଲୁଣ ମିଶାଇ ଗଗଲ କଲେ ତଣ୍ଟି ଖସ ଖସ ଏବଂ ଖଣ୍ଡି କାଶ ଭଳି ସମସ୍ୟାରୁ ମୁକ୍ତି ମିଳିପାରିବ ।
   ଥଣ୍ଡାରୁ ରକ୍ଷା ପାଇବା ପାଇଁ ଆଲମଣ୍ଡ ମଧ୍ୟ ଭଲ କାମ କରିଥାଏ । ରାତିରେ ୭-୮ ଆଲମଣ୍ଡ ପାଣିରେ ବତୁରାଇ ରଖନ୍ତୁ । ସକାଳେ ଏହାକୁ ଖାଲି ଖାଆନ୍ତୁ କିମ୍ବା ଏହାକୁ ଗ୍ରାଇଣ୍ଡିଂ କରି କ୍ଷୀରରେ ମିଶାଇ ପିଇଲେ ଭଲ ।
   ପ୍ରତିଦିନ ସକାଳେ ଖାଇବା ବେଳେ ୨-୩ ପାଖୁଡା ରସୁଣ ଖାଇଲେ ଥଣ୍ଡାଠାରୁ ନିଜକୁ ଦୂରେଇ ରଖିପାରିବେ ।
   ବାହାରକୁ ଗଲାବେଳେ ହାତ ଓ ପାଦକୁ ଘୋଡାଇ ରଖନ୍ତୁ । ସୋରିଷ ତଲରେ ରସୁଣ ମିଶାଇ ଏହାକୁ ଅଳ୍ପ ଫୁଟାନ୍ତୁ । ରାତିରେ ଶୋଇବା ପୂର୍ବରୁ ଏହାକୁ ପାଦ ଓ ହାତରେ ମାଲିସ କଲେ ଶରୀରରୁ ଥଣ୍ଟା ଦୂର ହୋଇଥାଏ ।

Loading...
ONA

Leave a Reply

Top