ଶିକ୍ଷା ସହାୟକଙ୍କ ଆନ୍ଦୋଳନ ସ୍ଥଗିତ

0
1
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଆଲୋଚନା ପରେ ଆଜି ଆନ୍ଦୋଳନକୁ ସ୍ଥଗିତ ରଖିଛି ଶିକ୍ଷକ ସଂଘ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଅନୁପସ୍ଥିତିରେ ଅଧିକାରୀଙ୍କ ସହ ଆଜିର ଆଲୋଚନା କରିବା ପରେ ପ୍ରାଥମିକ ଶିକ୍ଷକ ଓ ଶିକ୍ଷା ସହାୟକଙ୍କ ଆନ୍ଦୋଳନ ଆଗାମୀ ୧୭ ତାରିଖ ଯାଏଁ ସ୍ଥଗିତ ରଖିାଯାଇଛି । ରାଜ୍ୟ ଶିକ୍ଷା ସହାୟକ ସଂଘର ସଭାପତି ମଳୟ ଜେନା ଏହି ସୂଚନା ଦେଇଛନ୍ତି ।
 ସଭାପତି ମଳୟ ଜେନାଙ୍କ ନେତୃତ୍ୱରେ ରାଜ୍ୟ ଶିକ୍ଷା ସହାୟକ ସଂଘ ୩ ଦଫା ଦାବି ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟକୁ ଯାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ସେମାନେ କାର୍ୟ୍ୟାଳୟର ଅଧିକାରୀଙ୍କ ସହ ଦାବି ସମ୍ପର୍କରେ ଆଲୋଚନା କରିଥିଲେ। ମୂଳ ପଦବୀ ମାଟ୍ରିକ ଓ ସିଟିରୁ ଯୁକ୍ତ ୨ ଏବଂ ସିଟି ଘୋଷଣା । ୨୦୧୬ ଜାନୁଆରୀ ୧ରୁ ପେ ୫୨୦୦ ଓ ଗ୍ରେଡ ପେ ୨୮୦୦ ହିସାବରେ ସମସ୍ତ ପ୍ରାଥମିକ ଶିକ୍ଷକଙ୍କର ଦରମା ୭ମ ବେତନ କମିଶନରେ ପେ ମାଟ୍ରିକ୍ସରେ ଧାର୍ୟ୍ୟ । ଶିକ୍ଷା ସହାୟକଙ୍କୁ ପ୍ରାଥମିକ ସ୍ତରରେ କନିଷ୍ଠ ଶିକ୍ଷକର ମାନ୍ୟତା ଓ ଶିକ୍ଷା ସହାୟକଙ୍କ ୬ ବର୍ଷର ଚାକିରି କାଳକୁ ଗଣନା କରିବା ଇତ୍ୟାଦି ଦାବିକୁ ନେଇ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ପ୍ରତିଶ୍ରୁତି ମିଳିବା ପରେ ସଂଘର ସଭାପତି ମଳୟ ଜେନା ଆନ୍ଦୋଳନକୁ ଆଗାମୀ ୧୭ ତାରିଖ ଯାଏଁ ସ୍ଥଗିତ ରଖିଛନ୍ତି। ଏହି ଦାବିକୁ ନେଇ ପୁଣି ଥରେ ୧୭ ତାରିଖରେ ରାଜ୍ୟର ସରକାରଙ୍କ ସହ ଆଲୋଚନା ହେବ ବୋଲି ଶ୍ରୀ ଜେନା କହିଛନ୍ତି । 

LEAVE A REPLY

Please enter your comment!
Please enter your name here