ଶିକ୍ଷକଙ୍କ ଦାବୀ ସର୍ମ୍ପକରେ ମନ୍ତ୍ରୀସ୍ତରୀୟ ବୈଠକ ବିଫଳ

ଶିକ୍ଷକମାନେ ଆସି ରାଜଧାନୀର ରାସ୍ତାରେ ବସିଛନ୍ତି । ସେପଟେ ସ୍କୁଲରେ ପାଠପଢା ଠପ୍ । ଶିକ୍ଷକଙ୍କ ଗୋଟିଏ ଜିଦ ଦାବୀ ପୂରଣ ନହେଲେ ଫେରିବେ ନାହିଁ ! ଅନ୍ୟପକ୍ଷରେ ଶିକ୍ଷକଙ୍କ ଦାବୀ ନେଇ ବସୁଥିବା ମନ୍ତ୍ରୀ ସ୍ତରୀୟ ବୈଠକ ବାରମ୍ୱାର ଫେଲ ମାରୁଛି । ଆଜି ଉଚ୍ଚ ଶିକ୍ଷାମନ୍ତ୍ରୀ ଓ ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀଙ୍କ ଆଦ୍ୟକ୍ଷତାରେ ବସିଥିବା ବୈଠକରେ କୌଣସି ନିଷ୍ପତ୍ତି ହୋଇପାରିଲାନି । ଗତକାଲି ମଧ୍ୟ ଶିକ୍ଷକମାନଙ୍କ ସହ ଆଲୋଚନା ହୋଇଥିଲା । ଅର୍ଥମନ୍ତ୍ରୀ ଶଶିଭୁଷଣଙ୍କ ଆଦ୍ୟକ୍ଷତାରେ ଏହି ବୈଠକ ବସିଥିଲା । ଏଥିରେ ଉଚ୍ଚ ଶିକ୍ଷା ମନ୍ତ୍ରୀ, ବିଭାଗୀୟ ଅଫିସର ଓ ଶିକ୍ଷକ ପ୍ରତିନିଧିମାନେ ଯୋଗ ଦେଇଥିଲେ । ଦୀର୍ଘ ସମୟ ଧରି ଆଲୋଚନା ପରେ କିଛି ସୁଫଳ ମିଳିନଥିଲା । ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି, ଶିକ୍ଷକଙ୍କ ଦାବୀ ବିଷୟରେ ପୁଣି ଆଲୋଚନା ହେବ । ଶିକ୍ଷକଙ୍କ ମାନଙ୍କର ସାତ ଦଫା ଦାବୀ ମଧ୍ୟରୁ ପାଞ୍ଚ ଦଫା ଦାବୀ ପୁରଣ ହୋଇସାରିଛି । ଆଉ ଦୁଇଟି ଦାବୀକୁ ନେଇ ବିବାଦ ରହିଛି । ଶିକ୍ଷକଙ୍କୁ ନିୟମିତ କରିବା ପାଇଁ ଯେଉଁ ସତ୍ୟପାଠ ଦାଖଲ କରିବା ପାଇଁ ଯେଉଁ ବିଜ୍ଞପ୍ତି ଜାରୀ କରିଥିଲେ ତାକୁ ପ୍ରତ୍ୟାହାର କରିବା ପାଇଁ ଶିକ୍ଷକ ଦାବୀ କରିଛନ୍ତି । ଗତକାଲି ହାଇକୋର୍ଟ ରାଜ୍ୟ ସରକାରଙ୍କ ଏହି ସର୍ତ୍ତ ବିଜ୍ଞପ୍ତି ରଦ୍ଦ କରିଦେଇଛନ୍ତି । ଆଉ ଯେଉଁ ଦାବୀ ରହିଲା ତାକୁ ନେଇ ଚାଲିଛି ଟଣାଓଟରା । ଚାକିରୀ ଶର୍ତ୍ତାବଳୀକୁ ନେଇ ମୁଖ୍ୟତଃ ସମସ୍ୟ ରହିଛି । ଶିକ୍ଷକମାନେ 7 ଦିନ ହେଲା ରାସ୍ତାରେ ବସିଛନ୍ତି । ଦାବୀ ପୂରଣ ହେଉନଥିବାରୁ ସେମାନେ ଆସନ୍ତା 25 ତାରିଖରୁ କର ବା ମର ଡାକରା ଦେଇଛନ୍ତି । ଫଳରେ ଆଗକୁ ଆନ୍ଦୋଳନ ଅଧିକ ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।