ଶିକ୍ଷକଙ୍କୁ ହାଣି ହତ୍ୟା, ବର୍ତ୍ତିଲାନି ନାବାଳିକା ଝିଅ

2

ବରଗଡ଼,: ଶିକ୍ଷକଙ୍କୁ ଟାଙ୍ଗୀଆରେ ହାଣି ହତ୍ୟା । ଏଭଳି ଏକ ଘଟଣା ଘଟିଛି ଖଇରିପଲ୍ଲୀ ଗାଁରେ । ତେବେ କିଏ ଓ କାହିଁକି ଏଭଳି କାଣ୍ଡ ଭିଆଇଛି ତାହା ଏଯାବତ ଜଣାପଡିନାହିଁ । ମୃତ ଶିକ୍ଷକଙ୍କ ନାଁ ସାଧୁ ଚରଣ ପ୍ରଧାନ । ସବୁଠୁ ବଡ଼ କଥା ହେଉଛି ଏଥିରେ ସାଧୁଙ୍କ ନା ବାଳିକା ଝିଅ ମଧ୍ୟ ଗୁରୁତର ଆହତ ହୋଇଛି । ତାଙ୍କୁ ଚିକିତ୍ସା ଲାଗି ହସପିଟାଲରେ ଭର୍ତ୍ତି କରାଯାଇଛି । ରାତିରେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ଏଭଳି କାଣ୍ଡ ଭିଆଇଥିବା ଜଣାପଡିଛି ।

ଏହି ଘଟଣାରେ ପୁଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ସାଧୁ ଚରଣ ଖଇରପଲ୍ଲୀ ସ୍କୁଲରେ ଶିକ୍ଷକତା କରୁଥିଲେ । ସେ ସେହି ଗାଁରେ ନିଜ ଝିଅ ସହ ରହୁଥିଲେ । ଗତକାଲି ରାତିରେ ଉଭୟ ବାପା-ଝିଅ ଖାଇ ଶୋଇଥିବା ଅବସ୍ଥାରେ ସେମାନଙ୍କୁ ଆକ୍ରମଣ କରାଯାଇଛି । ସାଧୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଛଟପଟ ହେଉଥିଲେ ତାଙ୍କ ନାବାଳିକା ଝିଅ । ଏହାଦେଖି ଲୋକେ ପୁଲିସକୁ ଖବର ଦେବା ସହ ଝିଅଟିକୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଛନ୍ତି ।

LEAVE A REPLY

Please enter your comment!
Please enter your name here