You are here
Home > ଲାଟେଷ୍ଟ > ଶହୀଦ ପ୍ରଦୀପଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଶହୀଦ ପ୍ରଦୀପଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜମ୍ମୁ ଓ କାଶ୍ମୀରରେ ଫୁଲୱାମାଲୋଥାପୋରାରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଓଡ଼ିଆ ପୁଅ ପ୍ରଦୀପ ପଣ୍ଡାଙ୍କ ପରିବାରପାଇଁ ମୁଖ୍ୟମନ୍ତ୍ରୀ ସହାୟତା ରାଶି ଘୋଷଣା କରିଛନ୍ତି । ରାଜ୍ୟ ସରକାରଙ୍କ ପ୍ରତିରକ୍ଷା ଓ ଅର୍ଦ୍ଧ ସାମରିକ କର୍ମଚାରୀ ରିଲିଫ୍‌ ପାଣ୍ଠିରୁ ଏହି ଅନୁକମ୍ପା ରାଶି ପ୍ରଦୀପଙ୍କ ପରିବାରଲୋକଙ୍କୁ ଯୋଗାଇ ଦିଆଯିବ । ଏହା ସହିତ ତାଙ୍କ ପତ୍ନୀଙ୍କ ମାସିକ ଦୁଇ ହଜାର ଟଙ୍କା ଭତ୍ତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି । ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକ ଟ୍ୱିଟ୍‌ କରି କହିଛନ୍ତି ମାଟି ମା’ ପାଇଁ ଜୀବନ ଦେଇଥିବା ପ୍ରଦୀପ ପଣ୍ଡାଙ୍କୁ ସାଲ୍ୟୁଟ୍‌ । ଯିଏ ଭାରତପାଇଁ ଗୌରବ ଥିଲେ ତାଙ୍କ ବୀରତ୍ୱ ସର୍ବଦା ଆମ ହୃଦୟରେ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ସମସ୍ତେ ପ୍ରସ୍ତୁତ ହେଉଥିବା ବେଳେସେତେବେଳେ ପ୍ରଦୀପ ପଣ୍ଡାଙ୍କ ମୃତ୍ୟ ଖବର ତାଙ୍କ ଘର ଲୋକଙ୍କ ପାଖରେ ପହଁଚି ଥିଲା । ଶନିବାରସିଆର୍‌ପିଏଫ୍‌ କ୍ୟାମ୍ପ ଉପରେ ହୋଇଥିବା ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇଥିଲେ । ସେଥିମଧ୍ୟରେଓଡ଼ିଆ ବୀର ସନ୍ତାନ ପ୍ରଦୀପ ପଣ୍ଡା । ଗତକାଲି ପ୍ରଦୀପଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଥିଲା । ଏନେଇ ସିଆର୍‌ପିଏଫ୍‌ ପକ୍ଷରୁ ତାଙ୍କ ପରିବାର ଲୋକଙ୍କୁ ସୂଚିତ କରାଯାଇଛି । ଆଜି ପ୍ରଦୀପଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଁଚିବ । ସେଠାରେ ତାଙ୍କୁ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯିବ । ଏହା ତାଙ୍କଜନ୍ମଭୂମି ସୁନ୍ଦରଗଡ଼ ରାଜଗାଙ୍ଗୁପୁରର ଲିପଲୋଇକୁ ନିଆଯିବ ବୋଲି ସୂଚନା ରହିଛି ।  ଶହୀଦ ପଣ୍ଡା ଗତ ରବିବାର ଦିନ ନିଜ ଘରକୁ ତିନି ଥର ଫୋନ କରିଥିଲେ ।ଫୋନ କରିବନି ମୁଁ ସେନାର ଏକ ଅପରେସନରେ ଯାଉଛି ରାତି ୧୦ଟା ପରେ ଫେରିଲେ ନିଜ ଆଡ଼ୁ ଫୋନ କରିବିବୋଲି ନିଜ ପତ୍ନୀଙ୍କୁ ଶେଷ କଥା କହିଥିଲେ । ତା ପରେ ଘଟିଲା ଦୁର୍ଘଟଣା । ସ୍ୱର୍ଗତ ପଣ୍ଡାଙ୍କଗୋଟିଏ ୨ ବର୍ଷର ଝିଅ ଥିବାବେଳେ ବର୍ତ୍ତମାନ ତାଙ୍କର ପତ୍ନୀ ଗର୍ଭବତୀ ଅଛନ୍ତି ।

Loading...
ONA

Leave a Reply

Top