You are here
Home > ଲାଟେଷ୍ଟ > ଶବ ରାଜନୀତି

ଶବ ରାଜନୀତି

କୋରାପୁଟ : ବଞ୍ଚିଥିଲା ବେଳେ ମିଳିଲାନି ନ୍ୟାୟ । ୧୦୦ ଦିନର ସଂଗ୍ରାମ ରେ ହାରି ଯାଇ ଗଣଦୁଷ୍କର୍ମର ଶିକାର ହୋଇଥିବା କୁନ୍ଦୁଲି ନାବାଳିକା ଆତ୍ମହତ୍ୟାର ପଥ ବାଛିନେଲେ । ମୃତ୍ୟୁ ପରେ ବି ଶବକୁ ମିଳୁନାହିଁ ନ୍ୟାୟ । ଚାରୋଟି ପ୍ରମୁଖ ଦାବି ନେଇ ଶବ ସହ ସଡ଼କ ଉପରେ ବସି ରହିଛନ୍ତି ପରିବାର । ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଛି । ତିନି ପ୍ଲାଟୁନ୍ ପୋଲିସ ଫୋର୍ସଙ୍କୁ ମୁତୟନ କରାଯାଇଛି । ୬୩ ନମ୍ବର ଜାତୀୟ ରାଜପଥ ଉପରେ ପଥର ରଖି କୋରାପୁଟ ବାସୀ ପ୍ରତିବାଦ ଜାରି ରଖିଛନ୍ତି । ମେଡ଼ିକାଳ ସାମ୍ନା ଦେଇ ଯାତାୟତ ଠପ୍ ହୋଇଯାଇଛି । ପୋଲିସ ଆଇଜି, ଏସ୍ ପି ଓ ଥାନାଧିକାରୀଙ୍କୁ ବହିଷ୍କାର କରିବା ପାଇଁ ଦାବି କରିଛନ୍ତି ପରିବାର । କଂଗ୍ରେସ ମଧ୍ୟ ସମାନ ଦାବି କରିଛି । ସ୍ଥାନୀୟ ଜନଗଣ ଓ ପରିବାର ବର୍ଗଙ୍କ ପକ୍ଷରୁ ପ୍ରତିବାଦର ସ୍ୱର ତୀବ୍ର ହୋଇଥିବାରୁ ଏ ପର୍ଯ୍ୟନ୍ତ ପୋଷ୍ଟମର୍ଟମ କରାଯାଇପାରିନାହିଁ । ସୂଚନା ଯୋଗ୍ୟ ଯେ, ଅକ୍ଟୋବର ୧୦,୨୦୧୭ରେ ମୂଷାଗୁଡ଼ା ଗାଁର ନବମ ଶ୍ରେଣୀ ପଢୁଥିବା ଏହି ଛାତ୍ରୀଙ୍କୁ ପୋଲିସ ପୋଷାକ ପିନ୍ଧା ୪ଜଣ ଦୁର୍ବୃତ୍ତ ବଳାକ୍ରାର କରିଥିଲେ । ପୋଲିସ ଓ ଡାକ୍ତର କିନ୍ତୁ ଏହାକୁ ମିଥ୍ୟା ବୋଲି କହିବା ସହ ମାସ ମାସ ଧରି ତଦନ୍ତ ଓ ଚିକିତ୍ସାର ନାଟକ ଚଳାଇ ରଖିଥିଲେ ବୋଲି ଅଭିଯୋଗ ଉଠିଛି । ଲୋକ ଲଜ୍ଜ୍ୟା, ତଦନ୍ତକାରୀ ସଂସ୍ଥା ଗୁଡ଼ିକର ଉଦାସୀନତା , ତାଙ୍କୁ ମିଥ୍ୟାବାଦିନୀ ପ୍ରମାଣିତ କରିବାର ଚେଷ୍ଟା ସତ୍ତେ୍ୱ ସେ ନିଜ କଥାରେ ଅଟଳ ଥିଲେ । ଦୀର୍ଘ ୪ ମାସରୁ ଊଦ୍ଧ୍ୱର୍ ଧରି ସେ ଚାପରେ ରହିବା ସହ ନ୍ୟାୟ ନପାଇ ସୋମବାର ସରସ୍ୱତୀ ପୂଜା ଦିନ ଓଢଣୀରେ ଓହଳି ଜୀବନ ହାରିବା ଶାସନ ଓ ସମାଜ ପ୍ରତି କଳଙ୍କ । ରାଜ୍ୟ ବିଜେପି ଏହାକୁ ନେଇ ରାଜ୍ୟରେ ୨ ଦିନ ବ୍ୟାପୀ ଆନ୍ଦୋଳନ ପାଇଁ ଓହ୍ଲାଇଥିବା ବେଳେ ପ୍ରଦୀପ ମାଝୀଙ୍କ ନେତୃତ୍ୱରେ କଂଗ୍ରେସ କୋରାପୁଟରେ ପ୍ରତିବାଦ କରିଛି । ତଦନ୍ତ ସଂସ୍ଥା ଉପରେ ସନ୍ଦେହ ରହିଛି ବୋଲି ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ମତ ଦେଇଥିବା ବେଳେ ଡାକ୍ତର ଓ ପୋଲିସ କର୍ମକର୍ତ୍ତା ଏହି ନାବାଳିକାଙ୍କ ବୟାନକୁ ଅସତ୍ୟ ପ୍ରମାଣ କରିବାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ବୋଲି ଚର୍ଚ୍ଚା ଜୋର୍ ଧରିଛି ।

Loading...
ONA

Leave a Reply

Top