ଶପଥ ନେଲେ ଶାହା, ସ୍ମୃତି

1

ନୂଆଦିଲ୍ଲୀ: ଶୁକ୍ରବାର ବିଜେପିର ବରିଷ୍ଠ ନେତା ଅମିତ ଶାହା ଓ ସ୍ମୃତି ଇରାନୀ ରାଜ୍ୟସଭା ସାଂସଦ ଭାବେ ଶପଥ ନେଇଛନ୍ତି । ସ୍ମୃତି ସଂସ୍କୃତରେ ଶପଥପାଠ କରିଥିଲେ । ପ୍ରଥମଥର ପାଇଁ ଶାହା ରାଜ୍ୟସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । ଏହାପୂର୍ବରୁ ୨୦୧୪ରେ ଲୋକସଭା ନିର୍ବାଚନ ଜିତିବା ପରେ ସୁଷମା ସ୍ୱରାଜ, ଉମା ଭାରତୀ ଏବଂ ହର୍ଷବର୍ଦ୍ଧନ ସଂସ୍କୃତରେ ଶତପ ନେଇଥିଲେ  । ସେହି ସମୟରେ ଡିବି ସଦାନନ୍ଦ ଗୌଡା, ଅନନ୍ତ କୁମାର ଓ ଜିଏମ୍ ସିଦେ୍ଧଶ୍ୱର କନ୍ନଡରେ, ସର୍ବାନନ୍ଦ ସୋନୋୱାଲ ଆସାମୀରେ ଏବଂ ଜୁଏଲ ଓରାମ ଓଡ଼ିଆରେ  ଶପଥ ନେଇଥିଲେ । ଗତ ଅଗଷ୍ଟ ୮ ତାରିଖରେ ଗୁଜରାଟର ୩ଟି ସିଟ୍ ପାଇଁ ହୋଇଥିବା ରାଜ୍ୟସଭା ନିର୍ବାଚନରେ ବିଜେପିର ୩ଜଣ ନେତା ବିଜୟୀ ହୋଇଥିଲେ । ବହୁ ବିବାଦ ସତ୍ତ୍ୱେ କଂଗ୍ରେସର ଅହମ୍ମଦ ପଟେଲ ତୃତୀୟ ସିଟ୍ଟି ହାତେଇ ଥିଲେ ।
  ନିର୍ବାଚନରେ ସମୁଦାୟ ୧୭୬ଜଣ ବିଧାୟକ ଭୋଟ ଦେଇଥିଲେ  । ଏଥିରୁ ୨ଜଣଙ୍କ ଭୋଟ ବାତିଲ ହେବା ପରେ ୧୭୪ ଭୋଟ ଗରତି ହୋଇଥିଲା । ଅହମ୍ମଦ ପଟେଲଙ୍କୁ ୪୪ଟି ଭୋଟ ମିଳିଥିବା ବେଳେ ଅମିତ ଶାହ ୪୬ ଖଣ୍ଡ, ସ୍ମୃତି ଇରାନୀ ୪୬ ଖଣ୍ଡ ଭୋଟ ପାଇଥିଲେ ।

LEAVE A REPLY

Please enter your comment!
Please enter your name here