ଲାଞ୍ଚୁଆ ସାବଧାନ: ଜାରି ହେଲା ସ୍ୱତନ୍ତ୍ର ନମ୍ବର

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ଏଣିକି ଲାଞ୍ଚୁଆଙ୍କୁ ଧରିବ ଭିଜିଲାନ୍ସ । କୌଣସି କାମ ପାଇଁ କେହି ବ୍ୟକ୍ତି ଲାଞ୍ଚ ମାଗିଲେ ସିଧାସଳଖ ଭିଜିଲାନ୍ସ ମୁଖ୍ୟାଳୟକୁ ଜଣାଇ ପାରିବେ । ଏନେଇ ଭିଜିଲାନ୍ସ ମୁଖ୍ୟାଳୟ ଏବଂ ୬ଟି ଡିଜିଜନରେ ସ୍ୱତନ୍ତ୍ର ଫୋନ୍ ନମ୍ବର ଜାରି କରାଯାଇଥିବା ଭିଜିଲାନ୍ସ ନିର୍ଦେଶକ ଆର ପି ଶର୍ମା ଏହି ସୂଚନା ଦେଇଛନ୍ତି । ଭିଜିଲାନ୍ସ ମୁଖ୍ୟାଳୟ ଏବଂ ୬ଟି ଡିଭିଜନରେ ସ୍ୱତନ୍ତ୍ର ଫୋନ ନମ୍ବର ହେଲା କଟକ’ ୦୬୭୧-୨୩୦୫୬୮୨, ଭୁବନେଶ୍ୱର’ ୦୬୭୪-୨୩୯୭୭୪୮, ବ୍ରହ୍ମପୁର’ ୦୬୮୦-୨୨୮୨୩୦୦, ସମ୍ବଲପୁର’ ୦୬୬୩-୨୪୧୨୧୧୫, ବାଲେଶ୍ୱର’ ୦୬୭୮୧-୨୫୫୦୦୫, କୋରାପୁଟ’ ୦୬୮୫୪-୨୩୩୩୩୦ ଓ ଭିଜିଲାନ୍ସ ମୁଖ୍ୟାଳୟ’ ୦୬୭୧-୨୩୦୫୯୮୮ । ଭିଜିଲାନ୍ସ ନିର୍ଦେଶକ ଆରପି ଶର୍ମା କହିଛନ୍ତି, ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଦୁର୍ନୀତି ବନ୍ଦ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏଯାବତ ୩୭ଟି ମାମଲା ରୁଜୁ ହୋଇଛି । ଏହି ଘଟଣାରେ ୯ଜଣଙ୍କୁ ଗିରଫ କରାଯାଇଛି । ଗ୍ରାମୀଣଗୃହ ନିର୍ମାଣ ଯୋଜନାରେ ଦୁର୍ନୀତି ମାମଲାରେ ୭୬ଟିର ତଦନ୍ତ ଚାଲିଛି । ୪୮ଟି ଗୁପ୍ତ ସୂଚନା ଯାଞ୍ଚ ହେଉଛି । ତେବେ ଏ ସମ୍ପର୍କରେ ଫୋନ୍ କରି ସୂଚନା ଦେଲେ ସୂଚନା ଦାତାଙ୍କ ନାମ ସମ୍ପୂର୍ଣ୍ଣ ଗୋପନ ରଖାଯିବ ବୋଲି ଶ୍ରୀ ଶର୍ମା ପ୍ରକାଶ କରିଛନ୍ତି ।

ମତାମତ ଦିଅନ୍ତୁ

Please enter your comment!
Please enter your name here