ରେୱାରି ଗଣଦୁର୍ଷ୍କମ ମାମଲାରେ ଯବାନ ଗିରଫ

https://www.facebook.com/nnsodia/videos/267154983995629/?t=5

ବହୁଚର୍ଚ୍ଚିତ ହରିଆଣା ଗଣବଳତ୍କାର ମାମଲାର ତଦନ୍ତ ପାଇଁ ଏସଆଇଟି ଗଠିତ, ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ଯବାନ

ହରିଆଣା, ହରିଆଣାର ମହେନ୍ଦ୍ରଗଡ ଜିଲ୍ଲା କନିକା ନିକଟରେ ଝାଗରସ୍ଥିତ ଫାର୍ମରେ ୧୯ ବର୍ଷୀୟ ମେଧାବୀ ଛାତ୍ରୀଙ୍କୁ ଗଣବଳତ୍କାର ଘଟଣାରେ ସମ୍ପୃକ୍ତ ତିନି ଜଣଙ୍କ ମଧ୍ୟରେ ଜଣେ ସେନା ଯବାନ ରହିଥିବା ପୋଲିସ ପ୍ରକାଶ କରିଛି । ହରିଆଣା ପୁଲିସ ମହାନିର୍ଦ୍ଦେଶକ ଡିଜି ବି. ଏସ ସାନ୍ଧୁଙ୍କ ସୁଚନାନୁଯାୟୀ, ସମ୍ପୃକ୍ତ ଯବାନ ହେଉଛନ୍ତି ପଙ୍କଜ ଫୌଜି ଓ ସେ ଏବେ ରାଜସ୍ଥାନରେ କାର୍ଯ୍ୟରତ ଥଇବା ଜଣା ପଡିଛି । ଅଭିଯୁକ୍ତ ଗିରଫ କରିବା ଲାଗି ପୋଲିସ ଦଳ ସେଠାକୁ ଯାଇଛି ଓ ଖୁବ୍ ଶୀଘ୍ର ତାଙ୍କୁ ଗିରଫ କରି ଏଠାକୁ ଅଣାଯିବ । ଏହି ଘଟଣାର ପୁଲିସ ପକ୍ଷରୁ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ଗଠନ କରାଯାଇଛି । ଏଥିସହିତ ପୁଲିସ ପକ୍ଷରୁ ଅଭିଯୁକ୍ତମାନଙ୍କ ଫଟୋ ଜାରି କରାଯାଇଛି ଓ ସେମାନଙ୍କୁ ଧରାଇଦେବା ପାଇଁ ଏକ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି । ସମସ୍ତ ଅଭିଯୁକ୍ତ ପୀଡିତଙ୍କ ପରିଚିତ ବୋଲି ଡିଜି କହିଛନ୍ତି । ଅନ୍ୟ ଦୁଇ ଅଭିଯୁକ୍ତ ମନୀଷ ଓ ନିଶୁଙ୍କୁ ଧରିବା ପାଇଁ ପୁଲିସ ତନାଘନା ଚଳାଇଛି । ସେମାନଙ୍କୁ ଶୀଘ୍ର ଘିରଫ କରାଯିବ ବୋଲି ସେ କହିଛନ୍ତି ।
ସୁଚନାରୁ ପ୍ରକାଶ, ଛାତ୍ରୀ ଜଣଙ୍କ ଗତ ବର୍ଷ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦଶମ ପରୀକ୍ଷାରେ ଗତବର୍ଷ ହରିୟାଣାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରି ଜନରାଜ୍ୟ ଦିବସରେ ପୁରସ୍କୃତ ହୋଇଥିଲେ । ବର୍ତ୍ତମାନ ସେ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର ଛାତ୍ରୀ । ଟ୍ୟୁସନରୁ ଘରକୁ ଫେରିଲା ବେଳେ ଅଭିଯୁକ୍ତମାନେ ତାଙ୍କୁ ଏକ କାରରେ ଅପହରଣ କରିନେଇ ନିଶା ଦେଇ ଫାର୍ମରେ ଦୁଷ୍କର୍ମ କରିଥିଲେ । ପରେ ଅଚେତ ଅବସ୍ଥାରେ ସେହି ବସ୍ ଷ୍ଟପରେ ଛାଡି ଚାଲିଯାଇିଥିଲେ । ବର୍ତ୍ତମାନ ପୀଡିତାଙ୍କ ମାଆ ଅଭିଯୋଗ କରିଛନ୍ତି ଯେ ଝିଅର ମାନସିକ ସ୍ଥିତି ଏବେ ଭଲ ନାହିଁ । ପୀଡ଼ିତା ଏବେ ରେଓ୍ଵାରି ଡାକ୍ତରଖାନାରେ ଚିକିତ୍ସାଧୀନା ଅଛନ୍ତି ।

 

 

ମତାମତ ଦିଅନ୍ତୁ

Please enter your comment!
Please enter your name here