ରିଷି ମୃତୁ ୍ୟ ମାମଲା: ପୋଲିସ ହାତରେ ପୋଷ୍ଟମାର୍ଟମ ରିପୋର୍ଟ

1

♦ ରିପୋର୍ଟ ସମ୍ପର୍କରେ ଡାକ୍ତରଙ୍କ ମତ ଲୋଡାଯିବ
♦ବୟାନ ଦେବାକୁ ଇଚ୍ଛୁକ ବ୍ୟକ୍ତିଙ୍କୁ ସୁରକ୍ଷା ଦିଆଯିବ
ଭୁବନେଶ୍ୱର: ଇଞ୍ଜିନିୟରିଂ ଛାତ୍ର ରିଷି ମୃତୁ ୍ୟ ଘଟଣାରେ ଭାଇରାଲ ଭିଡିଓକୁ ନେଇ ତନାଘନା ଚାଲିଛି  । ତେବେ ରିଷି ମୃତୁ ୍ୟର ପୋଷ୍ଟମର୍ଟମ ରିପୋର୍ଟ ମଧ୍ୟ ପୋଲିସର ହସ୍ତଗତ ହୋଇଛି । ଏହାକୁ ଅନୁଧ୍ୟାନ କରିବ ପୋଲିସ । ଏତଦଭିନ୍ନ ରିପୋର୍ଟ ସମ୍ପର୍କରେ ଡାକ୍ତରଙ୍କ ମତ ଲୋଡାଯିବ । ରିଷି ମୃତୁ ୍ୟ ନେଇ ବୟାନ ଦେବାକୁ ଇଚ୍ଛୁକ ଥିବା ବ୍ୟକ୍ତି ନିଜର ମତ ରଖିପାରିବେ ।  ସେମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ଦିନକ ଆଗରୁ ରିଷି ମୃତୁ୍ୟ ଓ ଭାଇରାଲ ଭିଡିଓର ସମ୍ପର୍କ ଥିବା ନେଇ ବଡ ଖୁଲାସା ହୋଇଥିଲା । ଭାଇରାଲ ହୋଇଥିବା ସେକ୍ସ ଭିଡିଓ ସହ ରିଷି ମୃତୁ୍ୟ ଘଟଣାର ଲିଙ୍କ ଥିବା ନେଇ ତାଙ୍କର ଦୁଇ ବନ୍ଧୁ ପୋଲିସ ନିକଟରେ ଚାଞ୍ଚଲ୍ୟକର ବୟାନ ଦେଇଥିଲେ । ଏହି ଭିଡିଓ ରିଷିଙ୍କ ବାନ୍ଧବୀଙ୍କ ମାଧ୍ୟରେ ସୁଟ ହୋଇଥିଲା । ଖାଲି ସେତିକି ନୁହେଁ ପୋଲିସ ସୁରକ୍ଷା ଯୋଗାଇ ଦେଲେ, ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ଖୁଲାସା କରିବେ ବୋଲି ରିଷିଙ୍କ ଦୁଇ ସାଙ୍ଗ ପୋଲିସ ନିକଟରେ କହିଥିଲେ । ବୟାନକାରୀଙ୍କ ନାମ ଗୋପନ ରଖାଯାଥିଲେ ବି ସେମାନଙ୍କ ଜୀବନ ପ୍ରତି ବିଦପ ରହିଥିବା କୁହାଯାଇଛି । ମେୟରଙ୍କ ଅନନ୍ତ ନାରାୟଣ ଜେନାଙ୍କ ଯୌନ ବ୍ୟଭିଚାର ଘଟଣା ସହିତ ରିଷି ହତ୍ୟା ଘଟଣାର ସମ୍ପର୍କ ଥିବା ଅଭିଯୋଗ କରାଯାଇ ବିଜେପି ପକ୍ଷରୁ ସୋମବାର ରାଜ୍ୟର ସମସ୍ତ ୧୦୪ଟି ପୌରାଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଚକାଜାମ କରିଥିଲା । ରାଜଧାନୀରୁ ଏହି ପ୍ରସଙ୍ଗ ଏବେ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ସମ୍ପ୍ରସାରଣ ହେବା ଫଳରେ ରାଜ୍ୟ ସରକାରଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି । ବିପେଜି ମଧ୍ୟ ବୁଧବାର  ୧୨ ଘଣ୍ଟିଆ ଭୁବନେଶ୍ୱର ବନ୍ଦ କରିଥିଲା । ଅନ୍ୟପକ୍ଷରେ ରିଷିର ସନେ୍ଦହଜନକ ମୃତୁ୍ୟର ତଦନ୍ତ ଜାରି ରହିଛି । ରିଷିଙ୍କ ମା’ ଲିଖିତ ଭାବେ ଅଭିଯୋଗ କରିବା ଫଳରେ ଘଟଣାର ତଦନ୍ତ କରିବା ଲାଗି ଜୋନ ଏସିପି ତପନ ପଟ୍ଟନାୟକ  ନେତୃତ୍ୱରେ ଏକ ଟିମ ଗଠନ ହୋଇଥିଲା । ଏହି ଟିମ ରିଷି ରହୁଥିବା ଘରର ସରଜମିନ ଅନୁଧ୍ୟାନ କରିବା ପରେ ରିଷିର ସାଙ୍ଗମାନଙ୍କୁ ପଚରାଉଚରା ଜାରି ରଖିଛି । ରିଷି ସହିତ ସେଦିନ ଥିବା ସହପାଠୀ ଓ ରୁମ ମେଟଙ୍କୁ ପଚରାଉଚରା କରାଯାଇଛି । ଶୁଭମ ନାମକ ଜଣେ ସାଙ୍ଗକୁ ଏସିପି ପଚରାଉଚରା କରିଥିଲେ ।  ପରେ ଆଉ କିଛି ସାଙ୍ଗକୁ ମଧ୍ୟ ପଚରାଉଚରା କରାଯାଇଥିଲା । ଶୁଭମଙ୍କ କହିବା ଅନୁସାରେ ରିଷି ସହିତ ସେଦିନ ରାତିରେ ଜଗନ୍ନାଥ ବିହାର ମେସରେ ଥିଲେ । ରିଷି ବ୍ରାଉନସୁଗର ଖାଇବାର ସେ ଦେଖିଛନ୍ତି । ସେ ବହୁ ବିଳମ୍ବିତ ରାତିରେ ଶୋଇଥିଲା । ତେଣୁ ସେ ସକାଳୁ ଉଠି ନ ଥିଲା । ବିଳମ୍ବ ହେବାରୁ ତାକୁ ଆମେ ଉଠାଇବାକୁ ଚେଷ୍ଟା କରିଥିଲୁ । ହେଲେ ସେ ଶୁଣି ନ ଥିଲା । ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ତାଙ୍କୁ ସେଦିନର ଘଟଣା ସମ୍ପର୍କରେ ପଚରାଉଚରା କରିଥିଲା । ସେସବୁ ସେ ପୋଲିସକୁ କହିଛନ୍ତି ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଇଙ୍ଗିତରେ ରିଷି ହତ୍ୟାକୁ ଅପମୃତୁ୍ୟର ରୂପ ଦିଆଯାଉଛି ବୋଲି ବିଜେପି ଉପସଭାପତି ସମୀର ମହାନ୍ତି  ଅଭିଯୋଗ କରିଛନ୍ତି । କେବଳ ଏତିକି ନୁହେଁ ପୋଲିସ ତଦନ୍ତକୁ ବାଟବଣା କରୁଛି, ରିଷି ମୃତୁ୍ୟକୁ ନେଇ ଆଗାମୀ ଦିନରେ ବିଜେପି ଜନ ଅଦାଲତକୁ ଯିବ ବୋଲି ସମୀର ମହାନ୍ତି କହିଛନ୍ତି  ।

LEAVE A REPLY

Please enter your comment!
Please enter your name here