ରାୟଗଡାରେ ମାଓବାଦୀ ହିଂସା

1

-ଜଳିଗଲା ମଦଭାଟି
ରାୟଗଡା: ରାୟଗଡା ଆମ୍ବଦଳା  ଥାନାର ରଘୁବୀରା ଗାଁରେ ପୁଣି ହିଂସା ଘଟାଇଛନ୍ତି  ମାଓବାଦୀ  । ଗାଁରେ ଥିବା ଏକ ମଦଭାଟିକୁ ମାଓବାଦୀମାନେ ଜାଳି ଦେଇଛନ୍ତି  ।  ଏହି ହିଂସାରେ ମହିଳା ମାଓବାଦୀମାନେ ସାମିଲ ଥିଲେ  । ସୂଚନା ମୂତାବକ ଗତକାଲି  ରାତିରେ ୧୩ଜଣ ମାଓବାଦୀଙ୍କ ସହ ୩ଜଣ ମହିଳା ସଶସ୍ତ୍ର ରଘୁବୀରା ଗାଁକୁ ଆସିଥିଲେ  । ମଦଭାଟିର ୪ ଜଣ କର୍ମଚାରୀଙ୍କୁ ନିସ୍ତୁକ ମାଡ ମାରିବା ସହ ଗୋଟିଏ ବାଇକକୁ ପୋଡି ଦେଇଥିଲେ  । ବାଇକ୍ ପୋଡି ପରେ ମଦଭାଟିରେ ନିଆଁ ଲଗାଇ ଦେଇଥିଲେ  । ମଦଭାଟି ସମ୍ପୂର୍ଣ୍ଣ ପୋଡିଯିବା ସହ ସବୁପ୍ରକାର ଆସବାବପତ୍ର ମଧ୍ୟ ପୋଡି ପାଉଁଶ ହୋଇଯାଇଛି । ନିଆଁ ଲଗାଇ ଲାଲବାହିନୀ ଏକ ପୋଷ୍ଟର ମଧ୍ୟ ଛାଡି ଯାଇଥିଲେ  । ଏଥିରେ ସେମାନେ ମଦମୁକ୍ତ ଓଡ଼ିଶା ଗଠନ ଆହ୍ୱାନ ଦେଇଛନ୍ତି  ।

LEAVE A REPLY

Please enter your comment!
Please enter your name here