You are here
Home > ଇଣ୍ଡିଆ > ରାହୁଲଙ୍କ ଦଳିତ କାର୍ଡ

ରାହୁଲଙ୍କ ଦଳିତ କାର୍ଡ

କେତେବେଳେ ସେ ଡଙ୍ଗରିଆ କନ୍ଧଙ୍କ ସିପାହୀ ତ ଆଉ କେତେବେଳେ ଦଳିତଙ୍କ ପାଇଁ ସୁଖଦୁଃଖର ସାଥୀ । ଜାତୀୟ ରାଜନୀତିରେ କଂଗ୍ରେସ ରସାତଳକୁ ଯାଉଥିବା ବେଳେ ଏବେ ରାହୁଲ ପୁଣି ଖେଳିଛନ୍ତି ଦଳିତ କାର୍ଡ । ଏଥିପାଇଁ ଗରିବ ଦଳିତଙ୍କ ଘରେ ଖାଦ୍ୟ ଖାଇ ଫଟୋ ଉଠାଇବାକୁ ଭୁଲି ନାହାନ୍ତି । ନିକଟରେ ସେ ଯାଇଥିଲେ  ଉତ୍ତରପ୍ରଦେଶର ମାଉ । ସେଠାରେ ଏକ ଦଳିତ ପରିବାର ନିଜ ପାଇଁ ଖାଇବାକୁ ନ ଥିବା ବେଳେ ରାହୁଲ ଗାନ୍ଧୀ ପହଞ୍ଚିଥିଲେ ତାଙ୍କ ଘରେ । ରାହୁଲଙ୍କ ପାଇଁ ସେଇ ପରିବାର ଖାଦ୍ୟ ସାମଗ୍ରୀ ଧାର କରି ଆଣିଥିବା ଜଣାପଡିଛି । ରାହୁଲ ଦଳର ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ସହ ସ୍ୱାମୀନାଥ ନାମକ ଜଣେ ଦଳିତଙ୍କ ଘରେ ରୁଟି ଓ ଆଳୁୁ ତରକାରୀ ଖାଇଥିଲେ । ନିଜ ପରିବାର ପାଇଁ ଖାଦ୍ୟ ଯୋଗାଡ କରିବା ସ୍ୱାମୀନାଥଙ୍କ ପାଇଁ କାଠିକର ପାଠ ହୋଇଥିବା ବେଳେ ରାହୁଲଙ୍କ ଚର୍ଚ୍ଚାରେ ସେ କିନ୍ତୁ କୌଣସି ଉଣା କରି ନଥିଲେ । ଅତିଥି ଚର୍ଚ୍ଚା ପାଇଁ ସେ ଅଟା, ଚାଉଳ, ପରିବା ପ୍ରଭୃତି  ଧାର କରି ଆଣିଥିଲେ ବୋଲି ଚର୍ଚ୍ଚା ଚାଲିଛି ।

Loading...
ONA

Leave a Reply

Top