ରାଷ୍ଟ୍ରୀୟ ଗୀତ ଗାଇ ଭାଇରାଲ ହେଲେ ପାକିସ୍ତାନୀ ଛାତ୍ରୀ

https://www.facebook.com/nnsodia/videos/267154983995629/?t=5

ନୂଆଦିଲ୍ଲୀ,ପୁଣି ଭାରତୀୟମାନଙ୍କୁ ଏକ ସକରାତ୍ମକ ବାର୍ତ୍ତା ମିଳିଛି । ତେବେ ଏହା କୌଣସି ଅଲଗା ଦେଶରୁ ନୁହେଁ ବରଂ ଶତ୍ରୁ ଦେଶ ରୂପେ ଭାବୁଥିବା ଦେଶ ଅର୍ଥାତ୍ ପାକିସ୍ତାନ ପକ୍ଷରୁ ଏହି ସକରାତ୍ମକ ବାର୍ତ୍ତା ମିଳିଛି । ଜଣେ ପାକିସ୍ତାନୀ ଛାତ୍ରୀ ଶ୍ରେଣୀ ଗୃହରେ ଭାରତୀୟ ରାଷ୍ଟ୍ରୀୟ ଗୀତ ଗାଇ ଅନେକ ପ୍ରଶଂସା ସାଉଣ୍ଟିଲେଣି । ତେବେ ପାକିସ୍ତାନରେ ରହୁଥିବା ପ୍ରତ୍ୟେକ ବାସିନ୍ଦାଙ୍କ ହୃଦୟରେ କେବଳ ଘୃଣା ଥାଏ ବୋଲି ଭାବୁଥିବା ଭାରତୀୟଙ୍କ ପାଇଁ ସତ୍ୟତା ସଂପୂର୍ଣ୍ଣ ଅଲଗା ବୋଲି ଜାଣି ହେଉଛି । ଆଜି ବି ଆଶା ଅଛି ଯେ, ଭାରତ ଓ ପାକିସ୍ତାନ ମଧ୍ୟରେ ଦିନେ ନା ଦିନେ ସଂପର୍କ ଭଲ ହେବ । ଉଭୟ ଦେଶରେ ୧୯୦୬ ମସିହା ଭଳି ଭାଇଚାରା ଆସିବ । ସେମିତି ଉଭୟ ଦେଶ ମଧ୍ୟରେ ଭାଇଚାରାର ସ୍ୱପ୍ନ ଦେଖୁଥିବା ଲୋକଙ୍କ ମଧ୍ୟରେ ଲାହୌର କଲେଜର ଛାତ୍ରୀ -ଅମବରୀନ ରିୟାଜ ଟିକେ ଅଲଗା । ସେ ଭାରତୀୟ ରାଷ୍ଟ୍ରୀୟ ଗୀତ ଗାଇ ହଇଚଇ ସୃଷ୍ଟି କରିଛନ୍ତି । ସାରା ପାକିସ୍ତାନରେ ଏହା ବ୍ୟାପିଗଲାଣି । ସୁଚନାରୁ ପ୍ରକାଶ, କିଛି ଦିନ ପୂର୍ବରୁ ଅମବରୀନ ନିଜ କ୍ଲାସରେ ସମସ୍ତ ସହପାଠୀଙ୍କ ଗହଣରେ ସମ୍ମାନର ସହିତ ଭାରତୀୟ ରାଷ୍ଟ୍ରଗୀତ ଜନ ଗଣ ମନ ଗାଇବା ଆରମ୍ଭ କଲେ । ରାଷ୍ଟ୍ରଗାନ ଶୁଣାଉଥିବାବେଳେ ତାଙ୍କ ଆଖି ବନ୍ଦ ଥିଲା । ସହପାଠୀଙ୍କ ଠାରୁ ପ୍ରତିକ୍ରିୟା ଶୁଣି ତାଙ୍କ ଆଖିରୁ ଲୁହ ଝରିପଡିଥିଲା । ପୁରା କ୍ଲାସରୁମ୍ କରତାଳିରେ ପ୍ରତିଧ୍ୱନିତ ହେଲା । ଅମବରୀନ ଯେତେବେଳେ ଟ୍ୱିଟ୍ କରି ତାଙ୍କର ଏହି ଖୁସି ପ୍ରକାଶ କଲେ , କିଛି ଲୋକ ତାଙ୍କ ପକ୍ଷ ନେଇଥିବା ବେଳେ କିଛି ଲୋକ ତାଙ୍କୁ ଚେତାବନୀ ଦେବା ଆରମ୍ଭ କଲେ । ଅମବରୀନ ଖୋଲି କି ଶାନ୍ତିର ଶତ୍ରୁଙ୍କୁ ଜବାବ ଦେବା ଆରମ୍ଭ କଲେ । ଅମବରୀନଙ୍କ ଏହି ପୋଷ୍ଟ ନା କେବଳ ପାକିସ୍ତାନ ବରଂ ଭାରତରେ ମଧ୍ୟ ଭାଇରାଲ ହେଉଛି । ବହୁଳ ସଂଖ୍ୟାରେ ଯୁବଗୋଷ୍ଠୀ ସାମନାକୁ ଆସି ଉଭୟ ଦେଶ ମଧ୍ୟରେ ଶାନ୍ତିର ବାର୍ତ୍ତା ଦେଉଛନ୍ତି ।

ମତାମତ ଦିଅନ୍ତୁ

Please enter your comment!
Please enter your name here