ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା

2

        ଜଗତସିଂହପୁର:ଜଗତସିଂହପୁର ଜିଲ୍ଲା ବିଜୁଜନତା ଦଳ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ସ୍ଥାନୀୟ ଗାନ୍ଧିଛକ ନିକଟରୁ ନବନିଯୁକ୍ତ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସଙ୍କୁ ଦଳୀୟ କର୍ମୀ ମାନେ ମୋଟର ସାଇକେଲ ରାଲିରେ ସହର ପରିକ୍ରମା କରିବା ପରେ ସଂସ୍କୃତି ଭବନ ପରିସରରେ ସମ୍ବର୍ଦ୍ଧନା ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ଛୁଟି ଆସିଥିବା ବିଜେଡି ଦଳର କର୍ମକର୍ତ୍ତା ମାନେ ରାଜ୍ୟ ଉପାଧ୍ୟକ୍ଷ ଶ୍ରୀ ଦାସଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି,ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରିୟଦର୍ଶିନୀ ବିଶ୍ୱାଳ,ଉପାଧ୍ୟକ୍ଷ ଲିଙ୍ଗରାଜ ସ୍ୱାଇଁ,ଜଗତସିଂହପୁର ବ୍ଲକ ଅଧ୍ୟକ୍ଷ ବିଜୟଲକ୍ଷ୍ମୀ ବେହେରା,ପୁର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦେବିଦତ୍ତ ମହାନ୍ତି,ରାଜ୍ୟ ପଛୁଆ ବର୍ଗ ଅର୍ତଉନ୍ନୟନ ଅଧ୍ୟକ୍ଷ ନାରାୟଣ ବିଶ୍ୱାଳ, ବିଜେଡିର ବ୍ଲକ ସଭାପତି ମନୋଜ ଭୋଇ,ନଗର ସଭାପତି ଦୋଳଗୋବିନ୍ଦ ଦାଶ,ବିଜେଡି ସଂଖ୍ୟାଲଘୁ ସେଲର ସଭାପତି ମିର ଅଜମିର ଅଲ୍ଲି,ଯୁବସଭାପତି ଅମରେନ୍ଦ୍ର ଦାସ,ଉକ୍ôଳ ସମ୍ମିଳନୀର ଜିଲ୍ଲା ସାଧାରଣ ସମ୍ପାଦକ ଶିବପ୍ରଶାଦ ମାଝି ,ନୂତନ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା ଏବଂ ଶତାଧିକ ବିଜେଡିର କର୍ମୀ ଉପସ୍ଥିତ ହୋଇ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here