ରାଜ୍ୟ, କେନ୍ଦ୍ର ଓ ସିବିଆଇକୁ ହାଇକୋର୍ଟଙ୍କ ନୋଟିସ

କଟକ: ହାଇକୋର୍ଟର ଜଣେ କାର୍ଯ୍ୟରତ ବିଚାରପତିଙ୍କ ଘରେ ସିବିଆଇ ଭୁଲରେ ପଶିବା ମାମଲାର ଶୁକ୍ରବାର ଶୁଣାଣି ହୋଇଛି । ଏନେଇ ହାଇକୋର୍ଟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମେତ ସିବିଆଇକୁ ନୋଟିସ ଜାରି କରିଛନ୍ତି । କାହିଁକି ଓ କାହା ଅନୁମତି ନେଇ ସିବିଆଇ ଜଷ୍ଟିସ୍ ଚିତ୍ତରଞ୍ଜନ ଦାସଙ୍କ ଘରକୁ ରାତି ଅଧରେ ଯାଇଥିଲେ, ସେ ସମ୍ପର୍କରେ ଜବାବ ରଖିବାକୁ କୁହାଯାଇଛି । ମାମଲାର ପରବର୍ତ୍ତୀ ଶୁଣାଣୀ ଅକ୍ଟୋବର ୧୬ରେ ହେବ ବୋଲି କୋର୍ଟ ଦର୍ଶାଇଛନ୍ତି । ସର୍ବସମ୍ମତିକ୍ରମେ ହାଇକୋର୍ଟ ବାର ଆସୋସିଏସନ୍ ସଭାପତି ଅଶୋକ ପରିଜା ଦାୟର କରିଥିବା ଜନସ୍ୱାର୍ଥ ମାମଲକୁ ହାଇକୋର୍ଟ ମୁଖ୍ୟ ବିଚାରପତି ବିନୀତ ଶରଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି  କରଛନ୍ତି । ଶୁଣାଣିରେ ୩ଜଣ ପ୍ରତିପକ୍ଷଙ୍କୁ କୋର୍ଟ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି । କେନ୍ଦ୍ର ଗୃହ ସଚିବ, ସିବିଆଇ ନିର୍ଦେଶକ, ରାଜ୍ୟ ମୁଖ୍ୟ ଶାସନ ସଚିବ, ଭୁବନେଶ୍ୱର ସିବିଆଇ ଏସପି, ପୋଲିସ ଡିଜି ଓ କଟକ ଡିସିପିଙ୍କୁ ନୋଟିସ ଜାରି ହୋଇଛି ।
  ଗତ ୧୯ ତାରିଖରେ ସିବିଆଇ ଓଡ଼ିଶା ହାଇକୋର୍ଟ ପୂର୍ବତନ ବିଚାରପତି ଜଷ୍ଟିସ୍  ଆଇଏମ ସୁବୁଦ୍ଧିଙ୍କୁ ଖୋଜିବାକୁ ଭୁଲରେ ପସି ଯାଇଥିଲା ଜଷ୍ଟିସ୍ ଚିତ୍ତରଞ୍ଜନ ଦାଶଙ୍କ ଘରକୁ  । ପରବର୍ତ୍ତୀ ସମୟରେ ଏହି ଘଟଣା ତୀବ୍ର ରୂପ ଧାରଣ କରିଥିଲା ।  କଟକ ହାଇକୋର୍ଟ ବାର୍ ଆସୋସିଏସନ୍ କାର୍ଯ୍ୟବନ୍ଦ ଆନେ୍ଦାଳନ କରିବା ସହ ଗତକାଲି ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲା । ଅନ୍ୟପକ୍ଷରେ କମିଶନରେଟ୍ ପୋଲିସ ପକ୍ଷରୁ କ୍ୟାଣ୍ଟନମେଣ୍ଟ ଥାନାରେ ମାମଲା ରୁଜୁ ମଧ୍ୟ କରାଯାଇଥିଲା ।  ବାର ଆସୋସିଏସନର ଜାରି ରଖିଥିବା କାର୍ଯ୍ୟବନ୍ଦ ଆନେ୍ଦାଳନକଚ ସ୍ଥଗିତ ରଖାଯାଇଛି । ସଂଘର ନିଷ୍ପତ୍ତି କ୍ରମେ ଆନେ୍ଦାଳନକୁ ସ୍ଥଗିତ କରାଯାଇଛି । ସମସ୍ତ ଆଇନଜୀବୀମାନେ କାର୍ଯ୍ୟରେ ଯୋଗ ଦେଇଛନ୍ତି  । ସଂଘର ପରବର୍ତ୍ତୀ ବୈଠକ  ଅକ୍ଟୋବର ୧୯ରେ ହେବାର ଥିବା ବେଳେ ଆନେ୍ଦାଳନକୁ ପରବର୍ତ୍ତୀ କାର୍ଯ୍ୟପନ୍ଥା  ନିର୍ଣ୍ଣୟ ହେବା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ।