ରାଜ୍ୟରେ ବିଶ୍ୱବିଦ୍ୟାଳୟ ଭିତ୍ତିଭୂମି ବିକାଶ: ଖର୍ଚ୍ଚ ହେବ ୧୮ କୋଟି

1

ଭୁବନେଶ୍ୱର: ୨୦୧୭-୧୮ଶିକ୍ଷା ବର୍ଷରେ ରାଜ୍ୟର ୫ଟି ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ସରକାର ଚିନ୍ତା କରିଛନ୍ତି । ଏଥିପାଇଁ ଉଚ୍ଚଶିକ୍ଷା ବିଭାଗ ୧୮ କୋଟି ୬୦ ଲକ୍ଷ ୨୭ ହଜାର ୩୦୦ ଟଙ୍କା ମଞ୍ଜୁର କରିଛନ୍ତି । ଏହି ଟଙ୍କାରୁ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ୯ କୋଟି ଟଙ୍କା ଓ ଖଲିକୋଟ୍ ବିଶ୍ୱବିଦ୍ୟାଳୟକୁ ୬୬ ହଜାର ୩୦୦ ଟଙ୍କା ମିଳିଛି । ସେହିଭଳି ରମାଦେବୀ ବିଶ୍ୱବିଦ୍ୟାଳୟର ୨ୟ କ୍ୟାମ୍ପସ୍ କଥା ୩ବର୍ଷ ହେଲା ଶୁଣାଯାଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ଜମି ଚିହ୍ନଟ ହୋଇ ପାରିନାହିଁ ।
ରେଭେନ୍ସା ବିଶ୍ୱବିଦ୍ୟାଳୟର ୨ୟ କ୍ୟାମ୍ପସ୍ ୧୪ କୋଟି ୪୬ ଲକ୍ଷ ଟଙ୍କାରେ ନିର୍ମାଣ ହେବାକୁ ଥିବା ବେଳେ କ୍ୟମ୍ପସର ପ୍ରଶାସନିକ କୋଠା ଲାଗି ୩ କୋଟି ମଞ୍ଜୁର ହୋଇ ସାରିଛି । ସେହିଭଳି ଛାତ୍ରାବାସ ଓ ଛାତ୍ରୀନିବାସ ନିର୍ମାଣ ପାଇଁ ୧୪ କୋଟି ୪୧ ଟଙ୍କା ଲେଖାଏଁ ଖର୍ଚ୍ଚ ହେବ । ଉଭୟ ହଷ୍ଟେଲ ପାଇଁ ୨ କୋଟି ଲେଖାଏଁ ଟଙ୍କା ମିଳି ସାରିଛି । ଉକ୍ରଳ ବିଶ୍ୱବିଦ୍ୟାଳୟର ୨ୟ କ୍ୟାମ୍ପସ୍ ପାଇଁ ୭ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ପ୍ରଶାସନିକ କୋଠା ପାଇଁ ୬ କୋଟି ଟଙ୍କା ବଜେଟ୍ ହୋଇଥିବା ବେଳେ ୨ କୋଟି ଟଙ୍କା ମଞ୍ଜୁର ହୋଇଛି । ଶ୍ରୀଜଗନ୍ନାଥ ସଂସ୍କୃତି ବିଶ୍ୱବିଦ୍ୟାଳୟର ଜନସ୍ୱାସ୍ଥ କାର୍ଯ୍ୟ ପାଇଁ ୯ଲକ୍ଷ ୬୧ ହଜାର ଏବଂ ଖଲିକୋଟ ବିଶ୍ୱବିଦ୍ୟାଳୟକୁ ପାଲୁର ହିଲରେ ଡିଜିଟାଲ ସାଇଟ୍ ସର୍ଭେ ଅଫ୍ ଲ୍ୟାଣ୍ଡ ପାଇଁ ୬୬ ହଜାର ୩୦୦ ଟଙ୍କା ମଞ୍ଜୁର ହୋଇଛି ।

LEAVE A REPLY

Please enter your comment!
Please enter your name here