ରାଜ୍ୟରେ ବିଜେପି କ୍ଷମତାକୁ ଆସିଲେ ପ୍ରଗତୀ ସହ ତାଳ ମିଳାଇବ ଓଡ଼ିଶା

1

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାହୁଁଛନ୍ତି ଦେଶର ପଞ୍ଚିମାଂଚଳ  ପରି ପୂର୍ବାଞ୍ଚଳ ରାଜ୍ୟ ଗୁଡିକର ବିକାଶ ହେଉ । ଦେଶ ପ୍ରଗତୀ ସହ ତାଳ ଦେଇ ଓଡ଼ିଶାରେ ମଧ୍ୟ ବିକାଶ ହେଉ । ରାଜ୍ୟରେ ବିଜେପି ସରକାର ଗଢ଼ି ପାରିଲେ ଏସବୁ ସମ୍ଭବ ହୋଇପାରିବ ବୋଲି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅନୀଲ ବଲୋନି କହିଛନ୍ତି । ଆଗାମୀ ୧୫ ଓ ୧୬ ତାରିଖରେ ଭୁବନେଶ୍ୱରରେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଅନୁଷ୍ଠିତ ହେବ । ଏହାର ପ୍ରସ୍ତୁତି ନେଇ ସମୀକ୍ଷା କରି ଅନୀଲ କହିଛନ୍ତି, ଭାରତ ବିକାଶ ମୁଖୀ ହେଉଛି । ସେଥିପାଇଁ ଦେଶ ବିଦେଶର ସଂସ୍ଥା ଭାରତକୁ ପ୍ରଶଂସା କରୁଛନ୍ତି । ଏପରି ସ୍ଥଳେ ବିରୋଧୀ ବିଜେପିକୁ ସମାଲୋଚନା କରୁଛନ୍ତି । ଉତ୍ତର ପ୍ରଦେଶରେ ବିଜେପି ପରାଜୟ ବରଣ କରିବ ବୋଲି ବିରୋଧୀ କହୁଥିଲେ । ବିରୋଧୀଙ୍କ ସବୁ କଳ୍ପନା ଜଳ୍ପନାକୁ  ଭୁଲ ପ୍ରମାଣିତ କରି ନିକଟରେ ହୋଇଥିବା ନିର୍ବାଚନରେ ବିଜେପି ୪ଟି ରାଜ୍ୟରେ ସରକାର ଗଢ଼ି ପାରିଛି । ଏଥିରୁ ସ୍ପଷ୍ଟ ହୋଇଛି  ଭାରତର ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦିଙ୍କ ବିକାଶର ମନ୍ତ୍ରକୁ ଲୋକେ ଗ୍ରହଣ କରୁଛନ୍ତି । ସେ କହିଛନ୍ତି, ଭୁବନେଶ୍ୱରରେ ହେବାକୁ ଥିବା  ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ୩୫୦ ପ୍ରତିନିଧି ଯୋଗେଦେବେ । ସମଗ୍ର ଦେଶ ଓଡ଼ିଶା ମାଟିକୁ ଛୁଇଁବା ପାଇଁ ଆସୁଛନ୍ତି ।

LEAVE A REPLY

Please enter your comment!
Please enter your name here