ରାଜ୍ୟଗୋଷ୍ଠୀ କ୍ରୀଡା : ୨୬ ସ୍ବଣ୍ଣ ସହ ୬୬ ପଦକ ହାତେଇଲା ଭାରତ

0
1

ନୂଆଦିଲ୍ଲୀ : ସରିଲା ରାଜ୍ୟଗୋଷ୍ଠି କ୍ରୀଡା । ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ୨୬ଟି ସ୍ୱର୍ଣ୍ଣ ପଦକ ସହିତ ମୋଟ ୬୬ ପଦକ ହାସଲ କରିବା ପରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛି । ୨୬ ସ୍ବଣ୍ଣ ସହ ୨୦ ରୁପା ଓ ୨୦ ବ୍ରୋଞ୍ଚ ବି ହାତେଇଛି ଭାରତ । ଗୋଲ୍ଡକୋଷ୍ଟରେ ଖେଳାଯାଉଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଆଜି ଶେଷ ଦିନରେ ଭାରତକୁ ସ୍ୱର୍ଣ୍ଣ ପଦକ ମିଳିଛି। ମହିଳା ବ୍ୟାଡ୍ମିଣ୍ଟନ୍ ସିଙ୍ଗଲ୍ସରେ ସାଇନା ନେହୱାଲ୍ ପିଭି ସିନ୍ଧୁଙ୍କୁ ମାତ ଦେଇଛନ୍ତି। ୨୧-୧୮ ଏବଂ ୨୩-୨୧ ସେଟ୍ରେ ସିନ୍ଧୁଙ୍କୁ ହରାଇଛନ୍ତି ସାଇନା। ଏହାପରେ ପିଭି ସିନ୍ଧୁଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ସେହିପରି ମିକ୍ସ ଟେବୁଲ ଟେନିସ୍ରେ ଭାରତକୁ ମିଳିଛି ବ୍ରୋଞ୍ଜ ପଦକ। ଭାରତର ମାଣିକ ବତ୍ରା ଏବଂ ସାଥିଆନ୍ ଗଣଶେଖରନ୍ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।
ଗୋଲ୍ଡକୋଷ୍ଟରେ ନିଜ ଅଭିଯାନ ଶେଷ କରିବା ସହ ଆଜି ଯାଏଁ ଏହି ସହାସମରରେ ଭାରତର ମୋଟ ପଦକ ସଂଖ୍ୟା ୫୦୪ରେ ପହଂଚିଛି । ଭାରତ ଚତୁର୍ଥ ଦେଶ ଭାବେ ୫୦୦ରୁ ଅଧିକ ପଦକ ଜିତିଛି ।
ରାଜ୍ୟଗୋଷ୍ଠୀ କ୍ରୀଡାରେ ଅଷ୍ଟ୍ରେଲିଆ ଏଜାବତ୍ ୯୩୨ଟି ସ୍ୱର୍ଣ୍ଣ ସହ ସମୁଦାୟ୨୪୧୬ଟି ପଦକ ହାସଲ କରି ଶୀର୍ଷରେ ରହିଛି । ତାହା ପଛକୁ ୭୧୪ଟି ସ୍ୱର୍ଣ୍ଣ ସହ ଇଂଲଣ୍ଡ ମୋଟ ୨୧୧୪ ପଦକ ଜିତି ଦ୍ୱିତୀୟ ସ୍ଥାନରେ ରହିଥିଲା ବେଳେ କାନାଡା ୪୮୪ଟି ସ୍ୱର୍ଣ୍ଣ ସହ ୧୫୫୫ ଟି ପଦକ ଜିତି ତୃତୀୟ ସ୍ଥାନରେ ରହିଛି । ସେହିପରି ଭାରତ ୧୮୧ଟି ସ୍ୱର୍ଣ୍ଣ ହାତେଇ ମୋଟ୍ ୫୦୪ଟି ପଦକ ସହ ଚତୁର୍ଥ ସ୍ଥାନ ଅଳଙ୍କୃତ କରିଛି ।
ଭାରତ ତୁଳନାରେ କମ୍ ସ୍ୱର୍ଣ୍ଣ ପଦକ ଜିତିଥିବା ହେତୁ ନ୍ୟୁଜିଲାଣ୍ଡ ତାଲିକାରେ ପଂଚମ ସ୍ଥାନରେ ରହିଛି । ନ୍ୟୁଜିଲାଣ୍ଡ ଜିତିଥିବା ସମୁଦାୟ ପଦକ ସଂଖ୍ୟା ୬୫୫ ଥିବାବେଲେ ସେଥିରୁ ସ୍ୱର୍ଣ୍ଣ ସଂଖ୍ୟା ୧୫୯ ।

LEAVE A REPLY

Please enter your comment!
Please enter your name here