ରାଜା ଆଚାର୍ଯ୍ୟଙ୍କୁ ଜାମିନ

ଭୁବନେଶ୍ୱର: ଜୁଡୋକୋଚ୍ ବିରଞ୍ଚି ଦାଶ ହତ୍ୟାକାଣ୍ଡ ମାମଲାରେ ଆଜୀବନ ଜେଲ ଦଣ୍ଡ ପାଇଥିବା ରାଜା ଆଚାର୍ଯ୍ୟଙ୍କୁ ଗତକାଲି ସୁପ୍ରିମକୋଟ୍ ଜାମିନ ମଞ୍ଜୁର କରିଛନ୍ତି । ଆସନ୍ତା ସପ୍ତାହରେ ସେ ଜେଲରୁ ବାହାରିବା ଅନୁମାନ କରାଯାଉଛି । ତେବେ ସୁପ୍ରିମକୋର୍ଟଙ୍କ ଏହି ରାୟକୁ ନେଇ ବିରଞ୍ଚିଙ୍କ ପତ୍ନୀ ଗୀତାଞ୍ଜଳି ପଣ୍ଡା ଓ ଅଭିନେତ୍ରୀ ଲେସଲି ତ୍ରିପାଠୀ ବିଚଳିତ ହୋଇପଡିଛନ୍ତି । ଯଥାଶୀଘ୍ର ସୁରକ୍ଷା ଯୋଗାଇ ଦେବାକୁ ଉଭୟ ଦାବି କରିଛନ୍ତି । ଏହାଛଡା ଏହି ମାମଲାରେ ଅନ୍ୟ ୫ଜଣ ସାକ୍ଷୀଙ୍କୁ ମଧ୍ୟ ସୁରକ୍ଷା ଯୋଗାଇ ଦେବାକୁ ଗୀତାଞ୍ଜଳି ଓ ଲେସଲି ଦାବି କରିଛନ୍ତି । ୨୦୦୮ ଏପ୍ରିଲ ୩ ତାରିଖରେ ଜୁଡୋକୋଚ୍ ବିରଞ୍ଚିଙ୍କୁ ରାଜା ଆଚାର୍ଯ୍ୟ ଗୁଳି କରି ହତ୍ୟା କରିବା ଅଭିଯୋଗ ହୋଇଥିଲା । ସେହିବର୍ଷ ୨୮ ତାରିଖରେ ଗୋଆରୁ ରାଜାକୁ ବରଗଡ ପୋଲିସ୍ ଗିରଫ କରିଥିଲା । ୨୦୧୧ ମସିହାରେ ଭୁବନେଶ୍ୱର ଜିଲ୍ଲା ଦୌରାଜଜ ଏହି ମାମଲାକୁ ବିଚାର କରି ରାଜାକୁ ଆଜୀବନ ଜେଲ ଦଣ୍ଡାଦେଶ ଦେଇଥିଲେ ।