ରାଉରକେଲା ଏନଆଇଟି: ଛାତ୍ରୀଙ୍କ ପାଇଁ ୫୦% ସଂରକ୍ଷଣ

2

ରାଉରକେଲା: ରାଉରକେଲା ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନଲୋଜୀ(ଏନଆଇଟି)ରେ ଛାତ୍ରୀମାନଙ୍କ ପାଇଁ ୫୦% ସିଟ୍ ସଂରକ୍ଷଣ ପାଇଁ ପ୍ରସ୍ତାବକୁ ନୀରିକ୍ଷଣ କରାଯାଉଛି । ପ୍ରଯୁକ୍ତି ପ୍ରତିଷ୍ଠାନ ଗୁଡିକର ପରିଚାଳନା ବୋର୍ଡ ବୈଠକ ଗତ ସପ୍ତାହରେ ମୁମ୍ବାଇରେ ଆୟୋଜିତ ହୋଇଥିବା ବେଳେ ଏଥିରେ ପ୍ରତିଷ୍ଠାନ ଗୁଡିକର ଗୁଣାତ୍ମକମାନ ବୃଦ୍ଧି ଦିଗରେ ମତ ବିନିମୟ ହୋଇଥିଲା । ଏନ ଆଟି ରାଉରକେଲାର ଭବିଷ୍ୟତ ଯୋଜନାକୁ ନେଇ ଉପସ୍ଥାପନା କରାଯାଇଥିଲା । ଏନଆଇଟି ରାଉରକେଲାରେ ଛାତ୍ରମାନଙ୍କ ପାଇଁ ୫୦% ସଂରକ୍ଷଣ ବ୍ୟବସ୍ଥା ପାଇଁ ଶିକ୍ଷାବିତ ପ୍ରମଥ ରାଜ ସିଂହ୍ନା ମତ ରଖିଥିଲେ । ବର୍ତ୍ତମାନ ଏହି ପ୍ରସ୍ତାବ ବିଚାରାଧୀନ ଥିବା ଏନଆଇଟି ରାଉରକେଲା ପକ୍ଷରୁ କୁହାଯାଇଛି । ସଂପ୍ରତି ରାଉରକେଲା ଏନଆଇଟିରେ ମୋଟ୍ ସଂଖ୍ୟାର ୧୪% ଛାତ୍ରୀ । ମାନବ ସମ୍ବଲ ବିକାଶ ମନ୍ତ୍ରଣାଳୟକୁ ଅଧିକ ୨୦% ସିଟ୍ ସଂଖ୍ୟା ବୃଦ୍ଧି ପାଇଁ ପ୍ରସ୍ତାବ ଦିଆଯାଇଛି । ୨୦୨୦ ସୁଦ୍ଧା ଛାତ୍ରୀଙ୍କ ପାଇଁ ଆଉ ୨୦ ପ୍ରତିଶତ ଆସନ ବୃଦ୍ଧି କରାଯିବା ନେଇ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ସବୁଜ ସଂକେତ ଦେଇଛି । ଏନଆଇଟି ଭଳି ଖ୍ୟାତି ସଂପନ୍ନ ପ୍ରଯୁକ୍ତି ଅନୁଷ୍ଠାନରେ ମହିଳାମାନଙ୍କ ଆସନରେ ସଂରକ୍ଷଣ ବ୍ୟବସ୍ଥା ମେଧାବିଙ୍କ ପ୍ରତି ବିପଦ ବୋଲି ଏନଆଇଟି ପୂର୍ବତନ ନିର୍ଦେଶକ ସୁନୀଲ ଷଡଙ୍ଗୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here