You are here
Home > ଲାଟେଷ୍ଟ > ରବି ରାୟଙ୍କ ଶେଷ ଦର୍ଶନ କଲେ ନୀତିଶ କୁମାର

ରବି ରାୟଙ୍କ ଶେଷ ଦର୍ଶନ କଲେ ନୀତିଶ କୁମାର

ଭୁବନେଶ୍ୱର: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ପୂର୍ବତନ ବାଚସ୍ପତି ସ୍ୱର୍ଗତ ରବି ରାୟଙ୍କ ଶେଷ ଦର୍ଶନ କରିଛନ୍ତି । ଏହି ଅବସରରେ ନୀତିଶ କହିଥିଲେ, ସମାଜବାଦ ଆନେ୍ଦାଳନରେ ସ୍ୱର୍ଗତ ରାୟଙ୍କ ବଡ ଭୂମିକା ଥିଲା । ଯୁବାବସ୍ଥାରୁ ତାଙ୍କୁ  ଜାଣିଛି । ଲୋକସଭା ବାଚସ୍ପତି ଭାବେ ତାଙ୍କ ଐତିହାସିକ ଭୂମିକା ଥିଲା । ଏତଦଭିନ୍ନ   ନୀତିଶ କୁମାର ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।
  ଗତକାଲି ଲୋକସଭାର ପୂର୍ବତନ ପ୍ରଥମ ଓଡ଼ିଆ ବାଚସ୍ପତି ତଥା ଲୋହିଆ ଆଦର୍ଶର ଚିନ୍ତକ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରବି ରାୟଙ୍କର କଟକ ବଡ଼ ଡାକ୍ତରଖାନାରେ ମୃତୁ୍ୟ ଘଟିଛିଥିଲା । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ଏସସିବିରୁ ଏକ ଶୋଭାଯାତ୍ରାରେ ତାଙ୍କ ମରଶରୀରକୁ ରେଭେନସା ବିଶ୍ୱବିଦ୍ୟାଳୟକୁ ନିଆଯାଇଥିଲା । ସେଠାରେ କୁଳପତିଙ୍କ ସମେତ ବିଶ୍ୱବିଦ୍ୟାଳୟର ବହୁ ବରିଷ୍ଠ ଅଧିକାରୀ ଶବାଧାରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ମରଶରୀରକୁ କଲ୍ୟାଣୀନଗରସ୍ଥିତ ତାଙ୍କ ବାସଭବନକୁ ନିଆଯାଇଥିଲା । ସ୍ୱର୍ଗତ ରାୟ ୧୯୨୬ନଭେମ୍ବର ୨୬ରେ ଅବିଭକ୍ତ ପୁରୀ ଜିଲ୍ଲାର ଭଅଁରାଗଡ଼ରେ ଜନ୍ମଗ୍ରହଣ କରିଥିଲେ । ତକ୍ରାଳୀନ ରେଭେନ୍ସା ମହାବିଦ୍ୟାଳୟରୁ ଇତିହାସରେ ସ୍ନାତକଶିକ୍ଷା ଶେଷ କରିଥିଲେ । ୧୯୪୮ରେ ସେ ରେଭେନ୍ସା ମହାବିଦ୍ୟାଳୟ ଛାତ୍ର ସଂସଦର ସଭାପତିଭାବେ ନିର୍ବାଚିତ ହୋଇଥିଲେ । ମହାବିଦ୍ୟାଳୟରେ ଜାତୀୟ ପତାକା ଉଡାଇବା ଅଭିଯୋଗରେ ବି୍ରଟିଶ ପୋଲିସ ତାଙ୍କୁ ଗିରଫ କରିଥିଲା । ପରେ ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନଶିକ୍ଷା ଗ୍ରହଣ କରିଥିଲେ । ୧୯୪୯ରେ ସେ ଆଇନ ମହାବିଦ୍ୟାଳୟ ଛାତ୍ର ସଂସଦର ପ୍ରଥମ ସଭାପତିଭାବେ ମଧ୍ୟ ନର୍ବାଚିତ ହୋଇଥିଲେ । ୧୯୬୭ ମସିହାରେ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀରୁ ସଂଯୁକ୍ତ ସୋସଲିଷ୍ଟ ପାର୍ଟିରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ସଂସଦରେ ସେ ଓଡ଼ିଆରେ ଭାଷଣ ଦେଇଥିଲେ । ୧୯୭୪ରେ ପ୍ରଗତି ଦଳ ପକ୍ଷରୁ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୧୯୭୮ ମୋରାରଜୀ ଦେଶାଇଙ୍କ ମନ୍ତ୍ରିମଣ୍ଡଳ ଓ ପରେ ଚରଣ ସିଂହ ମନ୍ତ୍ରିମଣ୍ଡଳରେ ସେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ୧୯୮୯ ଅନୁଷ୍ଠିତ ଲୋକସଭା ନିର୍ବାଚନରେ କେନ୍ଦ୍ରାପଡା ଲୋକସଭା ଆସନରୁ ଜନତା ଦଳ ଟିକଟରେ ଲଢି ବିଜୟୀ ହୋଇଥିଲେ । ୯ମ ଲୋକସଭାରେ ସେ ପ୍ରଥମ ଓଡ଼ିଆଭାବେ ସର୍ବସମ୍ମତିକ୍ରମେ ଲୋକସଭା ବାଚସ୍ପତି ପଦ ଅଳଙ୍କୃତ କରିଥିଲେ  । ୧୯୯୦ରେ ପୃଥିବୀର ସମସ୍ତ ଗଣତାନ୍ତ୍ରିକ ଦେଶ ସମୂହର ବାଚସ୍ପତିଙ୍କ ସଭାପତି ଭାବେ ସେ ମଧ୍ୟ ନିର୍ବାଚିତ ହୋଇଥିଲେ  । ୧୯୯୬ରୁ ସକି୍ରୟ ଓ କ୍ଷମତା ରାଜନୀତିରୁ ଦୂରେଇ ଯାଇଥିଲେ ।

Loading...
ONA

Leave a Reply

Top