You are here
Home > ବଡ଼ଖବର > ରତ୍ନଭଣ୍ଡାର ଯାଞ୍ଚ ରିପୋର୍ଟ ହାଇକୋର୍ଟରେ ଦାଖଲ କଲା ଶ୍ରୀମନ୍ଦିର ପ୍ରଶାସନ

ରତ୍ନଭଣ୍ଡାର ଯାଞ୍ଚ ରିପୋର୍ଟ ହାଇକୋର୍ଟରେ ଦାଖଲ କଲା ଶ୍ରୀମନ୍ଦିର ପ୍ରଶାସନ

କଟକ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଯାଞ୍ଚ ହୋଇଥିଲା ଗତକାଲି । ଆଜି ସେହି ଯାଞ୍ଚ ରିପୋର୍ଟକୁ ଶ୍ରୀମନ୍ଦିର ପ୍ରଶାସନ ଓଡ଼ିଶା ହାଇକୋର୍ଟରେ ଦାଖଲ କରିଛନ୍ତି । ଏକ ସିଲ୍ ଲଫାପା ମଧ୍ୟରେ ସୁରକ୍ଷିତ ମଧ୍ୟରେ ଏହି ଯାଞ୍ଚ ରିପୋର୍ଟକୁ ଶ୍ରୀମନ୍ଦିର ପ୍ରଶାସନ ଦାଖଲ କରିଛନ୍ତି । ଆସନ୍ତା ମଙ୍ଗଳବାର ଏହି ଯାଞ୍ଚ ସମ୍ପର୍କୀତ ମାମଲାର ପରବର୍ତ୍ତୀ ଶୁଣାଣୀ ହେବ ବୋଲି ଅଦାଲତ ପକ୍ଷରୁ ସୂଚନା ମିଳିଛି ।

ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଗତକାଲି ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । କିନ୍ତୁ ବାହାର କୋଠରୀ ଯାଞ୍ଚ କରିବା ପରେ ଚାବି ନଖୋଲିବାରୁ ଏବଂ ଆବଶ୍ୟକତା ନଥିବା ଦର୍ଶାଇ ଭିତର ଭଣ୍ଡାରଗୃହର ଯାଞ୍ଚ କାର୍ଯ୍ୟ ଅନୁଷ୍ଠିତ ହୋଇନଥିଲା । ଫଳରେ ଏହାକୁ ନେଇ ଶ୍ରୀଜଗନ୍ନାଥଙ୍କ ଭକ୍ତମାନେ କ୍ଷୋଭ ପ୍ରକାଶ କରିବା ସହିତ ଏହାକୁ ନେଇ ଏବେ ମଧ୍ୟ ଚର୍ଚ୍ଚା ବେଶ୍ ଜୋର ଧରିଛି । ଏବେ ବାକି ରହିଲା ହାଇକୋର୍ଟଙ୍କ ଶୁଣାଣୀ ଓ ନିର୍ଦ୍ଦେଶକୁ । ଯାଞ୍ଚ କାର୍ଯ୍ୟ କେତେ ସଫଳ ବା ବିଫଳ ହୋଇଛି ତାହା ଶ୍ରୀମନ୍ଦିର ପ୍ରଶାସନ ଦେଇଥିବା ରିପୋର୍ଟର ତର୍ଜମା କଲାପରେ ଜଣାପଡ଼ିବ ।

Loading...
ONA

Leave a Reply

Top