You are here
Home > ଏଣ୍ଟରଟେନମେଣ୍ଟ > ରଣବୀର-ଆଲିଆଙ୍କ ପ୍ରେମ ଗୁଜବକୁ ବିରାମ ପକାଇଲେ ରଣବୀର, କହିଲେ ଖୁବ ଶୀଘ୍ର ହେବ ବାହାଘର !

ରଣବୀର-ଆଲିଆଙ୍କ ପ୍ରେମ ଗୁଜବକୁ ବିରାମ ପକାଇଲେ ରଣବୀର, କହିଲେ ଖୁବ ଶୀଘ୍ର ହେବ ବାହାଘର !

ବଲିଉଡ କଳାକାର ବନ୍ନି ଅର୍ଥାତ୍ ରଣବୀର କପୁର କଥିତ ଗର୍ଲଫ୍ରେଣ୍ଡ ଆଲିଆ ଭଟ୍ଟଙ୍କ ସହ ପ୍ରେମ ଗାଡି ଜୋରରେ ଚାଲୁଥିବା ଖବରକୁ କିଛିଦିନ ତଳେ ରଣବୀର କପୁର ବିରାମ ଲଗାଇଛନ୍ତି । ବହୁତ ଜଲଦି ସେ ଆଲିଆ ଭଟ୍ଟଙ୍କୁ ବିବାହ କରିବାକୁ ଯାଉଛନ୍ତି ବୋଲି ସେ କହି ବୁଲୁଛନ୍ତି । ତେବେ ଚାଲନ୍ତୁ ଜାଣିବା ଆଲିଆଙ୍କ ପୂର୍ୱରୁ ରଣବୀର ଡେଟ କରିସାରିଥିବା ୧୨ଟି ସୁନ୍ଦରୀଙ୍କ ବିଷୟରେ …
୧. ରଣବୀର କପୁରଙ୍କ ପ୍ରଥମ ପ୍ରେମ ହେଉଛନ୍ତି ଅମ୍ବତିକା ମଲିକ । ବର୍ତ୍ତମାନ ଅମ୍ବତିକା ଇମ୍ରାନ ଖାନଙ୍କୁ ବିବାହ କରିଛନ୍ତି ।
୨. ଫିଲ୍ମ ସାବେରିଆ ସୁଟିଙ୍ଗ ସମୟରେ ସୋନମ କପୁର ପ୍ରେମରେ ପଡିଯାଇଥିଲେ । କିନ୍ତୁ ତାଙ୍କ ସଂପର୍କ ବେଶୀ ଦିନ ଯାଇନଥିଲା ।
୩. ତାପରେ ଫ୍ୟାଶନ ଡିଜାଇନର ନନ୍ଦିତା ମହତାନୀଙ୍କ ସହ ପ୍ରେମରେ ପଡିଯାଇଥିଲେ । ରଣବୀର ନନ୍ଦିତାଙ୍କ ଠାରୁ ୧୫ ବର୍ଷ ସାନ ଥିଲେ ।
୪. ରଣବୀର ଚେନ୍ନାଇର ଫ୍ୟାଶନ ଡିଜାଇନର ଏଂଜଲା ଜୋନ୍ସନଙ୍କ ପ୍ରେମରେ ମଧ୍ୟ କିଛି ଦିନ ଲାଗି ପଡିଥିଲେ ।
୫. ପ୍ରିୟଙ୍କା ଚୋପଡାଙ୍କ ସହ ମଧ୍ୟ ଗୋଟିଏ ବରଷ ସଂପର୍କରେ ଥିଲେ ରଣବୀର । ପରେ ସେମାନେ ଦୁହେଁ ଅଲଗା ହୋଇଯାଇତିଲେ ।
୬. ଦୀପିକା ରଣବୀରଙ୍କ ସଂପର୍କ ପାଖାପାଖି ୩ ବର୍ଷ ଚାଲିଥିଲା । କିନ୍ତୁ ରଣବୀରଙ୍କ ମାଆ ଦୀପିକାଙ୍କୁ ପସନ୍ଦ କରୁନଥିବାରୁ ସେ ଦୁହେଁ ଅଲଗା ହୋଇଯାଇଥିଲେ ।
୭. ଦୀପିକାଙ୍କ ପରେ କିଛି ଦିନ ନଗ୍ରିସ ଫାକରୀଙ୍କ ସହ ସଂପର୍କ ଗଢିତୋଳିଥିଲେ ରଣବୀର । କିନ୍ତୁ ତାହା ମଧ୍ୟ ବେଶୀ ଦିନ ଟିକି ନଥିଲା ।
୮. ଫିଲ୍ମ ଅଜବ ପ୍ରେମ କି ଗଜବ କାହାଣୀର ଆରମ୍ବରୁ ଉଭୟ ରଣବୀର ଓ କ୍ୟାଟ୍ରିନା କ୍ୟାଫଙ୍କୁ ମଧ୍ୟରେ ପ୍ରେମ ହୋଇଯାଇଥିଲା । କିନ୍ତୁ କିଛି ଭୁଲ ବୁଝାମଣା ଲାଗି ଏହି ଦୁଇ ଯୋଡି ଅଲଗା ହୋଇଯାଇଛି ।
୯. ତାପରେ ପାକିସ୍ତାନ ଅଭିନେତ୍ରୀ ମାହିରା ଖାନଙ୍କ ସହ କିଛି ଦିନ ଡେଟ କରିବା ପରେ ତାଙ୍କ ଠାରୁ ମଧ୍ୟ ଅଲଗା ହୋଇଯାଇଥିଲେ ରଣବୀର ।
୧୦. ଅମୀଷା ପଟେଲ ମଧ୍ୟ ରଣବୀରଙ୍କ ଆଖିରୁ ଖସିନାହାନ୍ତି । ସେ ମଧ୍ୟ ରଣବୀରଙ୍କ ସହ କିଛି ଦିନ ଡେଟ କରିଥିଲେ । ମାତ୍ର ସବୁ ଝିଅହ୍କ ପରି ସେ ମଧ୍ୟ ତାଙ୍କ ଠାରୁ ଅଲଗା ହୋଇଯାଇଥିଲେ ।
୧୧. କମଲ ହାସନଙ୍କ ଝିଅ ଶୃତି ହାସନ ମଧ୍ୟ ରଣବୀରଙ୍କ ସହ କିଛି ଦିନ ଡେଟ କରିଥିଲେ । ହେଲେ ତାଙ୍କ ସଂ୍ପର୍କ ମଧ୍ୟ ବେଶୀ ଦିନ ଯାଇନଥିଲା ।

Loading...
ONA

Leave a Reply

Top