ରକ୍ତରଞ୍ଜିତ ହେଲା ଶୁଳିଆ ପୀଠ

1

ବଲାଙ୍ଗୀର: ପ୍ରଶାସନର ବାରଣ ସତ୍ୱେ ଶୁଳିଆ ପୀଠ ପୁଣି ରକ୍ତରଞ୍ଜିତ ହେଲା। ପୂର୍ବ ବର୍ଷ ଭଳି ଚଳିତ ଥର ବି ବଲାଙ୍ଗୀରର ପ୍ରସିଦ୍ଧ ଶୁଳିଆ ଯାତ୍ରାରେ ପଶୁ ବଳି ଦେଇଛନ୍ତି ମାନସିକଧାରୀ। ଖଇରଗୁରା ବଡ଼ଖଳା,କୁମୁରିଆର ଓ ସାନଖଳାରେ ଚାଲିଛି ପଶୁ ବଳି। ବଳି ପାଇଁ ପୂର୍ବରୁ ବାରଣ କରିଥିଲା ପ୍ରଶାସନ। ଯାତ୍ରା କମିଟି ସହ ଏକ ବୈଠକ ମଧ୍ୟ କରିଥିଲା। ପ୍ରଥମ ଥର ପାଇଁ ଯାତ୍ରା କମିଟି ପକ୍ଷରୁ ବଳି ଦେଉଥିବା ଲୋକଙ୍କ ତାଲିକା ପ୍ରସ୍ତୁତ କରାଯାଇଥିଲା। ବଳି ପ୍ରଥା ବନ୍ଦ ପାଇଁ ପୋଲିସ ଅଧିକାରୀ ବି ନିଜ ଆଡୁ ଅପିଲ୍ କରିଥିଲେ। କିନ୍ତୁ ଏସବୁ ସତ୍ୱେ ଆଦିବାସୀମାନେ ନିଜ ଜିଦରେ ଅଟଳ ରହି ବଳି ଦେଇଛନ୍ତି। ପରମ୍ପରା ଅନୁସାରେ ମଧ୍ୟ ରାତ୍ରିରେ ନିଶି ପୂଜା ପରେ ସକାଳୁ ସକାଳୁ ବାହାରିଥିଲା ଶୋଭାଯାତ୍ରା। ପାରମ୍ପାରିକ ଅସ୍ତ୍ରଶସ୍ତ୍ର ସହ ଆଦିବାସୀମାନେ ଶୋଭାଯାତ୍ରାରେ ବାହାରି ମୁଖ୍ୟ ପୀଠରେ ପହଞ୍ଚିଥିଲେ। ଏହାପରେ ପଶୁ ବଳି ଆରମ୍ଭ ହୋଇଥିଲା। ଶାନ୍ତିଶୃଙ୍ଖଳା ପାଇଁ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।

LEAVE A REPLY

Please enter your comment!
Please enter your name here