You are here
Home > ଲାଟେଷ୍ଟ > ଯୌନ ପିପାଷୁ ବାବା: ମୋକ୍ଷ ନାମରେ ଦାନ ନେଉଥିଲା ଯୁବତୀ

ଯୌନ ପିପାଷୁ ବାବା: ମୋକ୍ଷ ନାମରେ ଦାନ ନେଉଥିଲା ଯୁବତୀ

ନୂଆଦିଲ୍ଲୀ : ଦିଲ୍ଲୀ ପରି ବଡ଼ ସହରରେ  ଆସ୍ଥା ନାମରେ  ଚାଲିଥିବା ଯୌନ  କେଳେଙ୍କାରୀ ଏବେ ସମସ୍ତଙ୍କୁ ଆଚମ୍ଵିତ କରିଛି। କିଏ ଏହି  ବାବା ବୀରେନ୍ଦ୍ର ଦେବ ଦୀକ୍ଷିତ ଏବଂ କେମିତି ଥିଲା ତାଙ୍କ ଆଶ୍ରମ। ଶିକ୍ଷା ଦେବା ନାମରେ କେମିତି ଚଳାଇଥିଲା ନିଜର କଳା ଦୁନିଆ । ନିଜକୁ ଭଗବାନ ଦର୍ଶାଉଥିବା ବାବାଙ୍କ ପ୍ରକୃତ ସତ୍ୟ କଣ ଥିଲା ? ଏହି ଆଧ୍ୟାତ୍ମିକ ବିଶ୍ଵ ଵିଦ୍ୟାଳୟ ନାମରେ ଚର୍ଚ୍ଚିତ ଆଶ୍ରମ ଭିତରେ କଣ ହୋଇଥାଏ ? ଏହି ସମସ୍ତ ପ୍ରଶ୍ନ ଏବେ ମନରେ ଉଠୁଛି ଯେ ଦିଲ୍ଲୀ ଭଳି ସହରରେ ରୋହିଣୀ ବିଜୟ ବିହାର ଇଲାକାରେ  କେମିତି ବାବା ଚଳାଇଥିଲେ ନିଜର ସାମ୍ରାଜ୍ୟ। ଆଶ୍ରମ ନିଜକୁ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ଵରୀୟ ବିଶ୍ଵ ବିଦ୍ୟାଳୟର ସିଦ୍ଧାନ୍ତ ସହିତ ଜଡ଼ିତ ଥିବା ଦର୍ଶାଇଥାଏ।  ଭାରତରେ ଘୋଷିତ ଏବଂ ଅଘୋଷିତ ଭାବେ ପ୍ରାୟ ୨୦୦ଟି ଆଶ୍ରମ ରହିଛି।  ଫରୁଖାବାଦ, ଦିଲ୍ଲୀ, କୋଲକାତା, ଝାଂସୀ, ଲକ୍ଷ୍ନୌ, କାନପୁର, ବାନ୍ଦା, ମାଉଣ୍ଟ ଆବୁରେ ଆଶ୍ରମ ରହିଛି ।  ମୋକ୍ଷ ପାଇବା ପାଇଁ ଲୋକେ ନିଜର ପିଲାମାନଙ୍କୁ ଏହି ଆଶ୍ରମରେ ସମର୍ପିଥାନ୍ତି ଆଧ୍ୟାତ୍ମିକ ବିଶ୍ଵ ବିଦ୍ୟାଳୟରେ ପ୍ରାୟ ୭୦ ପ୍ରତିଶତୁ ଅଧିକ ମହିଳା ଅଛନ୍ତି ।  ବାବା ପ୍ରତ୍ୟେକ ଦିନ ଯୁବତୀଙ୍କ ବଳାତ୍କାର କରିଥାନ୍ତି । ପୀଡିତାମାନେ କହିଛନ୍ତି ଯେ ଆଶ୍ରମର ଆଲମାରିରେ କଣ୍ଡୋମ ଭରି ରହିଥାଏ ଏବଂ ଡ୍ରଗ୍ସ ମଧ୍ୟ ଦିଆଯାଇଥାଏ।  ଏହି କୋଠାରୁ ଚତୁଃପାର୍ଶ୍ଵକୁ ଲୁହାର ଗ୍ରୀଲ ଦ୍ଵାରା ଆବଦ୍ଧ କରାଯାଇଛି।  ଯେମିତି ବିନା ଅନୁମତିରେ କେହି ମଧ୍ୟ ଆଶ୍ରମ ଭିତରକୁ ଆସି ପାରିବେ ନାହିଁ। ରୋହିଣୀ ବିବେକ ବିହାରେ ଆଧ୍ୟାତ୍ମିକ ସ୍କୁଲ ନାମରେ ବୀରେନ୍ଦ୍ର ଦେବ ଦୀକ୍ଷିତ ଯୁବତୀଙ୍କୁ ଘରେ ରଖିବାର ସମସ୍ତ ବନ୍ଦୋବସ୍ତ କରିଥିଲା।  ଲୋକଙ୍କ ଅଭିଯୋଗ ଯେ ବାବା ନିଜର ଅନୁଗାମୀଙ୍କୁ ସେମାନଙ୍କର ଝିଅକୁ ବାବାଙ୍କଠାରେ ସମର୍ପିତ କରିବାକୁ କହୁଥିଲେ। କେବଳ ଏତିକି ନୁହେଁ ବାବା ଲୋକଙ୍କୁ ନିଜର କଥାରେ ପ୍ରଲୋଭିତ ଏବଂ ପ୍ରଭାବିତ କରି  ସଂପତ୍ତି ମଧ୍ୟ ହଡ଼ପ କରିଥାଏ।  ଯେ କୌଣସି ବ୍ୟକ୍ତି ବାବାଙ୍କ ଜାଲରେ ପଡ଼ିଯାଉଥିଲା ସେମାନେ ବର୍ଷ ବର୍ଷ ଧରି ନିଜର ଝିଅଙ୍କୁ ଦେଖିପାରୁ ନଥିଲେ। ବାବା ପରିବାର ଲୋକଙ୍କୁ ମଧ୍ୟ ସେମାନଙ୍କର ଝିଅ ସହିତ ଭେଟିବାକୁ ଦେଉଥିନଥିଲା । ଉଲ୍ଲଖଯୋଗ୍ୟ ଗୁରୁବାର ହାଇକୋର୍ଟଙ୍କ ଆଦେଶ ପରେ ଦିଲ୍ଲୀ ପୋଲିସ ଓ ଦିଲ୍ଲୀ ମହିଳାର ଆୟୋଗର ଅଧ୍ୟକ୍ଷ ସ୍ଵାତୀ ମାଲିଭାଲଙ୍କ ନେତୃତ୍ଵରେ ବିଶ୍ଵ ବିଦ୍ୟାଳୟର ଚଢ଼ାଉ କରାଯାଇଥିଲା। ପୁରା ବିଶ୍ଵ ଵିଦ୍ୟାଳୟରେ ସର୍ଚ୍ଚ ଅପରେସନ କରାଯାଇଥିଲା। 

Loading...
ONA

Leave a Reply

Top