‘ଯୋଗ ଜୀବନ ଜିଇଁବାର କଳା’

1

ସ୍ୱାସ୍ଥ୍ୟ ପାଇଁ ଯୋଗ-ଏଥରର ଥିମ୍
ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳିତ
ବର୍ଷାରେ ତିନ୍ତି ପ୍ରଧାନମନ୍ତ୍ରୀଙ୍କ ସହ ଯୋଗ କଲେ ଲକ୍ଷ୍ନୌବାସୀ
ଯୋଗ ମନକୁ ସ୍ଥିର ରଖେ: ମୋଦି
ନୂଆଦିଲ୍ଲୀ: ବୁଧବାର ଅନ୍ତର୍ଜାତୀୟ ଯୋଗ ଦିବସ । ୨୦୧୫ରୁ ଆରମ୍ଭ ହୋଇଥିବା  ଯୋଗ ଦିବସ ଚଳିତ ଥର ତୃତୀୟ ବର୍ଷରେ ପହଞ୍ଚିଛି । ଏଥରର ଥିମ୍ ଥିଲା ସ୍ୱାସ୍ଥ୍ୟ ପାଇଁ ଯୋଗ । ଏହି ଅବସରରେ ଲକ୍ଷ୍ନୌରେ ଆୟୋଜିତ ଯୋଗ ଶିବିରରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯୋଗ  ଶିବିର ଆରମ୍ଭ ହେବା ପୂର୍ବରୁ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା । ଏହାସତ୍ତ୍ୱେ  ମୋଦି ଠିକ୍ ସମୟରେ ପହଞ୍ଚିଥିଲେ । ସାଥୀରେ ଉତ୍ତର ପ୍ରଦେଶ ରାଜ୍ୟପାଳ ରାମ ନାଇକ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ମଧ୍ୟ ଉପସ୍ଥିତ ଥିଲେ । ଲକ୍ଷ୍ନୌ ରମାବାଇ ପାର୍କରେ ବର୍ଷା ଚାଲିଥିବା ବେଳେ ମୋଦି ଯୋଗାସନରେ ବସିଥିଲେ ।
  ଯୋଗକୁ ଦୈନଦିନ ଜୀବନରେ ଏକ ଅଂଶ କରିବା ପାଇଁ ମୋଦି ଆହ୍ୱାନ ଦେଇଛନ୍ତି । ଯୋଗ ମନରେ ଶାନ୍ତି ଓ ସକାରାତ୍ମକ ଭାବନା ଜାଗ୍ରତ କରିଥାଏ ଯୋଗକୁ ଅନ୍ତରାଷ୍ଟ୍ରୀୟ ସ୍ୱୀକୃତି ମିଳିବା ପରେ ଲୋକମାନେ ଏହାକୁ ଆହୁରି ସହଜରେ ଗ୍ରହଣ କରିପାରିଛନ୍ତି । ବିଗତ ୩ ବର୍ଷ ମଧ୍ୟରେ ଅନେକ ଯୋଗ ପ୍ରତିଷ୍ଠାନ ସ୍ଥାପନ ହୋଇଛି । ଯୋଗ ଶିକ୍ଷକଙ୍କ ଚାହିଦା ବଢ଼ିଛି । ଯୁବ ବର୍ଗ ଯୋଗକୁ ବୃତ୍ତି ଭାବରେ ଗ୍ରହଣ କରିସାରିଲେଣି । ଜୀବନ ପାଇଁ ଲୁଣ ଯେମିତି  ଆବଶ୍ୟକ ଜିନିଷ, ଠିକ୍ ସେହିଭଳି ଯୋଗର ମହିମା ବି ଲୁଣ ଠାରୁ କୌଣସି ଗୁଣରେ କମ ନୁହେଁ ବୋଲି ମୋଦି କହିଛନ୍ତି ।
  “ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି, ଭାରତର ପ୍ରାଚୀନ ପରମ୍ପରାକୁ ଅନ୍ତରାଷ୍ଟ୍ରୀୟ ରୂପ ଦେବା ପାଇଁ ମୋଦିଙ୍କ ଚେଷ୍ଟା ସଫଳ ହୋଇଛି ।  ଯୋଗ ହେଉଛି ଜୀବନ ଜିଇଁବାର କଳା  । ମୋଦିଙ୍କ ଯୋଗ କାର୍ଯ୍ୟକ୍ରମରେ ପ୍ରାୟ ୫୫ ହଜାର ଲୋକ ଯୋଗାସନ କହିଛନ୍ତି  । ପ୍ରାୟ ୧୦୦ ଜଣ ବିଦ୍ୟାଙ୍ଗ ମୋଦିଙ୍କ ସହ ଯୋଗ କରିଥିଲେ । ସେହିଭଳି ଭାରତ ସମେତ ୧୫୦ଟି ଦେଶରେ ଯୋଗ ଦିବସ ପାଳନ କରାଯାଇଛି ।”
  ଅହମ୍ମଦାବାଦରେ ଯୋଗଗୁରୁ ବାବା ରାମଦେବ ଯୋଗ ଶିକ୍ଷା ଦେଇଛନ୍ତି  । ସେଠାରେ ଅନୁଷ୍ଠିତ ଶିବିରରେ ପ୍ରାୟ ୫ ଲକ୍ଷ ଲୋକ ସାମିଲ ହୋଇଥିବା ସୂଚନା ମିଳିଛି । ଏହି ଯୋଗ ଶିବିରକୁ ଗିନିଜ ବିକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ  ସ୍ଥାନ ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି ।
  ଦିଲ୍ଲୀର କର୍ଣ୍ଣାଟ ପେଲେସ ସ୍ଥିତ ସେଣ୍ଟ୍ରାଲ ପାର୍କରେ ଅନୁଷ୍ଠିତ ଯୋଗ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, କେନ୍ଦ୍ରମନ୍ତ୍ରୀ ଭେଙ୍କୟା ନାଇଡୁ ଓ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋଭିନ୍ଦ ଭାଗ ନେଇଥିଲେ ।

ରାଜ୍ୟର ବିଭିନ୍ନ ସ୍ଥାନରେ ଯୋଗ ଶିବିର
 ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ଯୋଗ ଶିବିରର ଆୟୋଜନ କରାଯାଇଥିଲା । ଭୁବନେଶ୍ୱରର ଜନତା ମଇଦାନରେ  ଏକ ବିଶାଳ ଯୋଗ ଶିବିର ଅନୁଷ୍ଠିତ ହୋଇଛି । ଦେଶର ବିଭିନ୍ନ ପ୍ରାନ୍ତରୁ ୧୩ଜଣ ଯୋଗ ଗୁରୁ ଆସି ଏହି ଶିବିରରେ ଅଂଶଗ୍ରହଣ କରି ଯୋଗର ବିଭିନ୍ନ ମୁଦ୍ରା ବିଷୟରେ  ଶିକ୍ଷା ଦାନ କରିଛନ୍ତି । ଦୈନଦିନ ଜୀବନରେ ଯୋଗର ଆବଶ୍ୟକତା ସମ୍ପର୍କରେ ସଚେତନ କରାଇଥିଲେ ଯୋଗ ଗୁରୁମାନେ । ଆଜିର ଶିବିରକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିଛନ୍ତି  । ଆୟୋଜିତ ଶିବିରରେ ପ୍ରାୟ ୧୫ ହାଜର ଜନସାଧାରଣ ଉପସ୍ଥିତ ଥିଲେ । ପୁରୀ ବେଳାଭୂମିରେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଓ ମାନସ ସାହୁଙ୍କ ଦ୍ୱାରା ବାଲୁକା କଳା ମାଧ୍ୟମରେ ଜନସାଧାରଣଙ୍କୁ ଯୋଗ ସମ୍ବନ୍ଧରେ ସଚେତନତା ବାର୍ତ୍ତା ଦିଆଯାଇଛି । ପୁରୀ ବେଳାଭୂମିରେ ଏହି ବାଲୁକା କଳା ଦେଖିବାକୁ ପର୍ଯ୍ୟଟକଙ୍କ ପ୍ରବଳ ଭିଡ୍ ଜମିଥିବା ଦେଖାଯାଇଛି  ।

LEAVE A REPLY

Please enter your comment!
Please enter your name here