ଯୋଗେଶ ଅଯୋଗ୍ୟ

1

ସୁନ୍ଦରଗଡ଼: ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହଙ୍କ ସଭ୍ୟପଦ ରଦ୍ଦ ରହିଛି। ନାମାଙ୍କନ ପତ୍ର ଦାଖଲ ସମୟରେ ଜାତିକୁ ନେଇ ମିଥ୍ୟା ସତ୍ୟପାଠ ଦାଖଲ କରିବା ଅଭିଯୋଗରେ ହାଇକୋର୍ଟ ତାଙ୍କର ସଭ୍ୟପଦକୁ ରଦ୍ଦ କରିଛନ୍ତି। ମିଥ୍ୟା ସତ୍ୟପାଠ ନେଇ ହାଇକୋର୍ଟରେ ତାଙ୍କ ନାଁରେ ୨ଟି ମାମଲା ରହିଥିଲା। ଯାହାର ଶୁଣାଣି କରି କୋର୍ଟ ଆଜି ଏହି ରାୟ ଦେଇଛନ୍ତି।  ଯୋଗେଶ ସିଂହ ୨୦୧୪ ବିଧାନସଭା ନିର୍ବାଚନ ସମୟରେ ନିର୍ବାଚନ ଆୟୋଗଙ୍କ ନିକଟରେ ସମୟରେ ଜାତିକୁ ନେଇ ମିଥ୍ୟା ସତ୍ୟପାଠ ଦାଖଲ କରିଥିଲେ। ଏହି ଜାଲ ପ୍ରମାଣ ପତ୍ର ଦେଇ ସେ ନିର୍ବାଚନ ଲଢ଼ିଥିଲେ ଏବଂ ବିଜୟୀ ମଧ୍ୟ ହୋଇଥିଲେ। ଏହାକୁ ନେଇ ତାଙ୍କ ନାମରେ ହାଇକୋର୍ଟରେ ଦୁଇଟି ମାମଲା ରୁଜୁ କରାଯାଇଥିଲା।  ବିଜେପି ପ୍ରାର୍ଥୀ ସହଦେବ ଖାଖା ହାଇକୋର୍ଟର ଦ୍ଵାରସ୍ଥ ହୋଇ ଯୋଗେଶଙ୍କ ସଭ୍ୟ ପଦ ରଦ୍ଦ କରିବାକୁ କହିଥିଲେ। ଖାଖାଙ୍କ ବ୍ୟତୀତ ଅଜୟ ପଟେଲ ନାମକ ଜଣେ ବ୍ୟକ୍ତି ମଧ୍ୟ ମାମଲା ରୁଜୁ କରିଥିଲେ।  ଉଭୟ ମାମଲାକୁ ବିଚାର କରି ଆଜି ହାଇକୋର୍ଟ ତାଙ୍କର ନିର୍ବାଚନକୁ ଅସିଦ୍ଧ ଘୋଷଣା କରି ସଭ୍ୟ ପଦ ରଦ୍ଦ କରିଛନ୍ତି।  ଉଲ୍ଲେଖଯୋଗ୍ୟ ଯୋଗେଶ ସିଂହ କଂଗ୍ରେସ ପକ୍ଷରୁ ୨୦୧୪ରେ ସୁନ୍ଦରଗଡ଼ ବିଧାନସଭା ମଣ୍ଡଳିରୁ ନିର୍ବାଚନ ଲଢିଥିଲେ। ସେ ୨୦୧୪ ମେ ୧୮ରୁ ବିଧାୟକ ହୋଇଥିଲେ। ସେ ୨୦୦୨ ରୁ ୨୦୦୭ ପର୍ୟ୍ୟନ୍ତ ଜିଲ୍ଲା ପରିଷଦ ସଦସ୍ୟ ଥିଲେ। ଏହା ସହିତ ୨୦୦୭ ରୁ ୨୦୦୯ ପର୍ୟ୍ୟନ୍ତ ଯୁବ କଂଗ୍ରେସର ସଭାପତି ଥିଲେ। 

LEAVE A REPLY

Please enter your comment!
Please enter your name here