ଯେଉଁ ଗାଁରେ ମହିଳା ସରପଞ୍ଚ ଅଛନ୍ତି , ସେହି ଗାଁରେ ଭ୍ରୁଣ ହତ୍ୟା ଅନୁଚିତ୍

1

ଅହମଦାବାଦ: ଦୁଇ ଦିନିଆ ନିଜ ରାଜ୍ୟ ଗୁଜୁରାତ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ଅବସରରେ ବୁଧବାର ୬ ହଜାର ମହିଳା ସରପଞ୍ଚ ସମ୍ମିଳନୀରେ ସାମିଲ ହୋଇଛନ୍ତି। ସମ୍ମିଳନୀକୁ ସମ୍ବୋଧିତ କରି ମୋଦୀ କହିଛନ୍ତି ଯେ ଯେଉଁ ଗାଁରେ ମହିଳା ସରପଞ୍ଚ ଅଛନ୍ତି ସେହି ଗାଁରେ ଭ୍ରୁଣ ହତ୍ୟା ହେବା ଅନୁଚିତ୍। ଗାଁ ରେ ଯେମିତି ବାଳକ ପାଠ ପଢ଼ୁଛନ୍ତି ସେମିତି ସୁବିଧା ବାଳିକାମାନଙ୍କୁ ମଧ୍ୟ ମିଳିବା ଉଚିତ।  ମୋଦୀ କହିଛନ୍ତି ଯେ ପୁରୁଷଙ୍କ ତୂଳନାରେ ମହିଳାମାନେ ଅଧିକ ଦାୟିତ୍ଵ ବହନ କରି ନିଜର କାମ ସୂଚାରୁ ରୂପେ କରିଥାନ୍ତି। ଯେଉଁ ଲୋକ ପ୍ରଥମରୁ ନିଜର ଲକ୍ଷ୍ୟ ବାଛି ନେଇଥାନ୍ତି ସେମାନେ ନିଜର ଲକ୍ଷ୍ୟ ପୂରଣ ନହେବା ପର୍ୟ୍ୟନ୍ତ ନିରନ୍ତର କାର୍ୟ୍ୟ କରିଚାଲିଥାନ୍ତି। ମୋଦୀ ଏହା ମଧ୍ୟ କହିଛନ୍ତି ଯେ  ଆଜି ପୁରୁଷଙ୍କ ତୂଳନାରେ  ଅଧିକ ମହିଳା ସରପଞ୍ଚ କାର୍ୟ୍ୟଶୀଳ ଅଛନ୍ତି। ମହିଳାଙ୍କୁ ଯେଉଁ କାମ ମିଳିଥାଏ ତାକୁ ପୁରା କରିବାକୁ ମହିଳାମାନେ ପ୍ରୟାସ କରିଥାନ୍ତି। 
ଏକ ସର୍ଭେ ଅନୁସାରେ ନୂଆ ଜିନିଷ ଶିଖିବାର ପ୍ରବୃତ୍ତି ପୁରୁଷଙ୍କ ତୂଳନାରେ ମହିଳାଙ୍କ ନିକଟରେ ଅଧିକ ଥାଏ ଏବଂ ନିଜର କାର୍ୟ୍ୟ ପୁରା କରିବା ପାଇଁ ମହିଳା କେବେ ପଛକୁ ହଟିନଥାଏ। ଯଦି କୈାଣସି ଗାଁରେ ମହିଳା ସରପଞ୍ଚ ଥିବେ ସେଠି କନ୍ୟା ଭ୍ରୁଣ ହତ୍ୟା ନହେବା ଉଚିତ ବୋଲି ମୋଦୀ କହିଛନ୍ତି। ସମ୍ମିଳନୀରେ ସାମିଲ ହେବା ପୂର୍ବରୁ ମୋଦୀ ସୋମନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ତାଙ୍କ ସହ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here