You are here
Home > ଲାଟେଷ୍ଟ > ଯୁଦ୍ଧପୋତ ‘କରଞ୍ଜ’ର ଜଳାବତରଣ

ଯୁଦ୍ଧପୋତ ‘କରଞ୍ଜ’ର ଜଳାବତରଣ

ନୂଆ ଦିଲ୍ଲୀ: ଯୁଦ୍ଧପୋତ ‘କରଞ୍ଜ’କୁ ମୁମ୍ବାଇର ମଝଗାଓଁ ଡକ୍ ସିପବିଲଡରସ ଲିମିଟେଡ(ଏମଡିଏଲ)ରୁ ଜଳାବତରଣ କରାଯାଇଛି । ପ୍ରୋଜେକ୍ଟ-୭୫ ଅଧିନରେ ନିର୍ମାଣ ହେବାକୁ ଥିବା ୬ଟି ଯୁଦ୍ଧପୋତ ମଧ୍ୟରୁ ଏହାର ସ୍ଥାନ ତୃତୀୟ । ଏହି ଶ୍ରେଣୀର ପ୍ରଥମ ଯୁଦ୍ଧପୋତ ‘କଲବରୀ’କୁ ଡିସେମ୍ବର ୧୪ ତାରିଖରେ ଜଳାବତରଣ କରାଯାଇଥିଲା । ଏହା ପରେ ୨ୟ ଯୁଦ୍ଧପୋତ ‘ଖଣ୍ଡେରୀ’ର ଜଳାବତରଣ ହୋଇଥିଲା,ବର୍ତ୍ତମାନ ଏହାକୁ ପରୀକ୍ଷାମୂଳକ ଭାବେ ପ୍ରୟୋଗ କରାଯାଉଛି । ସ୍କର୍ପିନ୍ ଶ୍ରେଣୀର ଯୁଦ୍ଧପୋତ ଭାରତୀୟ ନୌସେନା ପାଇଁ ପ୍ରାଥମିକ ଆବଶ୍ୟକତା ଥିଲା । ହିନ୍ଦ୍ ମହାସାଗରରେ ଚୀନ ନୌସେନା ସକ୍ରିୟ ଥିବାବେଳେ ଭାରତୀୟ ନୌସେନା ପାଇଁ ଏହାର ଆବଶ୍ୟକତା ଗୁରୁତ୍ୱପୂର୍ଣ୍ଣ ଥିଲା । ‘କରଞ୍ଜ’ର ଜଳାବତରଣରେ ଉତ୍ସବରେ ନୌସେନା ମୁଖ୍ୟ ଆଡମିରାଲ ‘ସୁନିଲ ଲାମ୍ବା’ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଆସନ୍ତୁ ଜାଣିବା ‘କରଞ୍ଜ’ ସମ୍ପର୍କରେ କିଛି ତଥ୍ୟ….

‘କରଞ୍ଜ’କୁ ସ୍ୱଦେଶୀ ବୁଡାଜାହଜ ଏବଂ ଏହାକୁ ‘ମେକ ଇନ ଇଣ୍ଡିଆ’ ଯୋଜନା ଅଧିନରେ ନିର୍ମାଣ କରାଯାଇଛି । ଏଥିରେ ଲଗାଯାଇଥିବା ଆଧୁନିକ ଜ୍ଞାନକୌଶଳ ଦ୍ୱାରା ଏହା ଶତ୍ରୁକୁ ଖୋଜି ତା ଉପରେ ସଠିକ ପ୍ରହାର କରି ପାରିବ । ‘କରଞ୍ଜ’ର ଲମ୍ବ ୬୭.୫ ମିଟର, ଉଚ୍ଚତା ୧୨.୩ ମିଟର ଏବଂ ଓଜନ ୧୫୬୫ ଟନ । ଏହା ଟର୍ପିଡୋ ଏବଂ ଆଣ୍ଟି ଶିଫ୍ଟ ମିସାଇଲରୁ ମଧ୍ୟ ଯୁଦ୍ଧ କରିପାରିବ । ଯୁଦ୍ଧ ସମୟରେ ‘କରଞ୍ଜ’ ସବୁପ୍ରକାର ପରିସ୍ଥିତିକୁ ସାମ୍ନା କରିବା ସହିତ ଶତ୍ରୁକୁ ଚକମା ଦେଇ ସୁରକ୍ଷିତ ଭାବେ ବାହାରି ଆସିପାରିବ । ‘କରଞ୍ଜ’କୁ କୌଣସି ରାଡାର ଧରିପାରବ  ନାହିଁ । ଏହା ବ୍ୟତିତ ଏଥିରୁ ଭୃପୁଷ୍ଠକୁ ମଧ୍ୟ ଲକ୍ଷ୍ୟଭେଦ କରାଯାଇପାରିବ । ଏହାକୁ ସବୁପ୍ରକାର ଯୁଦ୍ଧରେ ଯଥା ଏଣ୍ଟି-ସବମେରାଇନ ଏବଂ ତଥ୍ୟ ସଂଗ୍ରହ କାର୍ୟ୍ୟରେ ମଧ୍ୟ ନିୟୋଜିତ କରାଯାଇ ପାରିବ ।  ଏହାର ଏକ ବିଷେଶତ୍ୱ ହୋଉଛି କରଞ୍ଜରେ ଯଦି ଅମ୍ଳଜାନ ସରିଯାଏ ତେବେ ଏହା ଅମ୍ଳଜାନ ମଧ୍ୟ ପ୍ରସ୍ତୁତ କରିପାରିବ । ଏଥିପାଇଁ ଏହି ଅତ୍ୟାଧୁନିକ ଯୁଦ୍ଧପୋତଟି ଅଧିକ ସମୟ ପର୍ୟ୍ୟନ୍ତ ପାଣି ଭିତରେ ରହିପାରିବ । ‘କରଞ୍ଜ’ କୁ ଫ୍ରାନ୍ସର ଜ୍ଞାନକୌଶଳ ଦ୍ୱାରା ନିର୍ମାଣ କରାଯାଇଛି । ଫ୍ରାନ୍ସର ଡିସିଏନଏସ ଏହାର ନିର୍ମାଣରେ ସହଯୋଗ କରିଛି । ଏହାକୁ ଏକ ସ୍ୱତନ୍ତ୍ର ଡିଜାଇନରେ ପ୍ରସ୍ତୁତ କରାଯାଇଛି  ଯାହାଦ୍ୱାରା ‘କରଞ୍ଜ’ ସମସ୍ତ ଯୁଦ୍ଧରେ ସେନାର କାର୍ୟ୍ୟରେ ଆସିପାରିବ । ଏହା ସଠିକ ଯୁଦ୍ଧାସ୍ତ୍ର ଚୟନ କରି ଶତ୍ରୁ ଉପରେ ବଡଧରଣର ଆକ୍ରମଣ  ମଧ୍ୟ କରିପାରିବ ।

Loading...
ONA

Leave a Reply

Top