ଯାଜପୁରରେ ନବୀନଙ୍କ ଉପରେ ‘ବିଷ’ ଓଗାଳିଲେ ନିରଞ୍ଜନ

ଭୁନନେଶ୍ୱର: ଯାଜପୁର ଜିଲ୍ଲାରେ ଦଳୀୟ କର୍ମୀମାନଙ୍କୁ ଉଦବୋଧନ ଦେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଜୋରଦାର ବର୍ଷର୍ିଛନ୍ତି । ଏଥିସହ ଓଡିଶା ଲୋକଙ୍କୁ ମଧ୍ୟ ଭବିଷ୍ୟତ ପାଇଁ ସର୍ତକ କରା ଦେଇଛନ୍ତି । ରାଜ୍ୟର ସ୍ଥିତି କଣ ହେବାକୁ ଯାଉଛି ଏବଂ ଓଡିଶାର ବିକାଶ ଆଳରେ ଧୂଆଁ ବାଣ ମରାଯାଉଛି କହିବା ସହ ଏସବୁ ପାଇଁ ଆମେ ଦାୟୀ ବୋଲି ସେ କହିଛନ୍ତି । ଯଦି ପ୍ରକୃତରେ ଓଡିଶାର ସ୍ୱାଭିମାନ ଚାହୁଁଛନ୍ତି ତାହାହେଲେ ଏହି ସରକାରକୁ ହଟେଇବାକୁ ହେବ ବୋଲି ନିରଞ୍ଜନ ଆହ୍ୱାନ ଦେଇଛନ୍ତି ।
ନିରଞ୍ଜନ କହିଛନ୍ତି, ୧୫/୧୬ ବର୍ଷ ତଳେ ସାରା ଭାରତ ବର୍ଷରେ ଯେତେବେଳେ ଗରିବ ରାଜ୍ୟର ଚିତ୍ର କରାଯାଉଥିଲା ସେତେବେଳେ ଓଡ଼ିଶା ତଳେ ୬ଟି ରାଜ୍ୟ ଥିଲା । ଆଜି ଓଡ଼ିଶାର ବିକାଶ ହୋଇଥିବା ଚିକ୍ରାର କରାଯାଉଛି । ଓଡ଼ିଶାର ବିକାଶ କରାଯାଉଛି ବୋଲି କୁହାଯାଉଛି । ୧୫ ବର୍ଷ ପରେ ଆଜି ଓଡ଼ିଶା, ଛତିଶଗଡ଼ ହେଉଛନ୍ତି ଭାରତ ବର୍ଷର ସବୁଠାରୁ ଗରିବତମ ତମ ରାଜ୍ୟ । ତେବେ ଏହି ବିକାଶ ହୋଇଛି ଓଡ଼ିଶାର ? ଘୋଷବାପା ବିପିଏଲକାର୍ଡର ହିତାଧିକାରୀ ଥିଲେ, ବାପା ବିପିଏଲ କାର୍ଡର ହିତାଧିକାରୀ ଏବେ ପୁଅ ବି ବିପିଏଲକାର୍ଡର ହିତାଧିôକାରୀ । ତିନି ପୀଢ଼ି ଧରି ଓଡ଼ିଶାରେ ଏହି ବିକାଶ ହୋଇଛି । ଆଜି ସାରା ରାଜ୍ୟରେ ଚାଷୀ, ଯୁବକ, ମହିଳା, ଆଦିବାସୀ ଓ ଦଳିତମାନେ ବି ହତାସ । ତାହା ହେଲେ କି ବିକାଶ କଲେ । ଏହି ପ୍ରଶ୍ନ ମୁଁ ପଚାରିବାକୁ ଚାହୁଁଛି । ମୁଁ ଏକ ସ୍ୱାଭୀମାନି ଓଡ଼ିଆ । ମୁଁ ଟଙ୍କାକିଆ ଚାଉଳ ଚାହେଁନା । ଅଧିକ ରୋଜଗାର ଚାହେଁ । ମୁଁ ଭିକ୍ଷା କରିବା ପାଇଁ ଚାହେଁ ନାହିଁ । ମୁଁ ଶିକ୍ଷା ଚାହେଁ । ଶିକ୍ଷାର ଉନ୍ନତି ହେଉ । ଚାକିରି ମିଳୁ । ଓଡ଼ିଶାର ଅର୍ଥନୀତିକ ବିକାଶ ହେଉ । ଓଡ଼ିଶାର ଆର୍ôଥକ ବିକାଶ କଥା କହି ୧୮ ବର୍ଷ ଧରି କି ବିକାଶ ଓଡ଼ିଶାର କରିଛନ୍ତି ଯଦି ବିକାଶ ହୋଇଥାନ୍ତା ତାହାହେଲେ ମୁଣ୍ଡପାତି ସମର୍ଥନ କରିଥାନ୍ତି । ସେମାନେ ଖାଇଛନ୍ତି, ନେଇଛନ୍ତି ସେଥିପାଇଁ ଆମେ ଦାୟୀ । ସେମାନେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ନିର୍ବାଚନରେ ଜିତୁଛନ୍ତି ଆମେ ସିନା ସେ ଟଙ୍କା ନେଉଛୁ ବୋଲି ସେମାନେ ଖର୍ଚ୍ଚ କରୁଛନ୍ତି । ସେଥିପାଇଁ ଆମେ ଜନସାଧାରଣ ଦାୟୀ । ଆମେ ବିଜେଡି କି ବିଜେପି ବାଲାଙ୍କ ସହ ପଇସାରେ ଟକ୍କର ଦେଇ ପାରିବୁ ନାହିଁ । କିନ୍ତୁ ପଇସାରେ ଯଦି ଭୋଟ ଦିଆଯାଏ ତାଙ୍କର ଗୋଟିଏ ଧାରଣା ସୃଷ୍ଟି ହୋଇଛି ଏ ଓଡ଼ିଆ ଗୁଡ଼ାକ ଗରିବ ତାଙ୍କୁ ଟଙ୍କାକିଆ ଚାଉଳ କିଛି ଚପଲ, ମୋବାଇଲ ଦେଲେ ଭୋଟ ଆମକୁ ମିଳୁଥିôବ । ଏଥିରେ ଓଡ଼ିଶା ବିକାଶ ସମ୍ଭବ ନୁହେଁ । ଆମ ଯୁବକମାନଙ୍କ ପାଇଁ କର୍ମ ନିଯୁକ୍ତି ସୃଷ୍ଟି କରିବା ଦରକାର ।
ଉଡ଼ା ଯାହାଜ କିଣାରେ କେନ୍ଦ୍ରସରକାର କେତେ ଖାଇଲେ ମୁଁ ସେ ବିଷୟରେ କହିବାକୁ ଚାହେଁନି । କିନ୍ତୁ ଏତିକି କହିବାକୁ ଚାହେଁ ଏହାଦ୍ୱାରା ଓଡ଼ିଶାର କ୍ଷତି ହେଲା । ୩୦/୪୦ ହଜାର ଓଡ଼ିଶା ଯୁବକ ସୁନାବେଡ଼ାର ହାଲ୍ରେ ନିଯୁକ୍ତି ପାଇଥାନ୍ତେ । କାରଣ ଯଦି ୧୦୮ଟା ବିମାନ ଭାରତରେ ତିଆରି ହୋଇଥାନ୍ତା ଓ ତାର ଏକ ତୃତୀୟାଂଶ ସୁନାବେଡ଼ାରେ ତିଆରି ହୋଇଥାନ୍ତା । ସେଥିରେ ୧ ଲକ୍ଷ ୨୦ ହଜାର ଯୁବକ ନିଯୁକ୍ତି ପାଇଥାନ୍ତୋ । ଏଥିରେ ଓଡ଼ିଶାର ମଧ୍ୟ ୩୦/୪୦ ହଜାର ଯୁବକ ନିଯୁକ୍ତି ପାଇଥାନ୍ତେ । ଯାହାକୁ ମୋଦି ମାରିଦେଲେ । ଏପର୍ଯ୍ୟନ୍ତ ନବୀନ ବାବୁ ଏସମ୍ପର୍କରେ ପଦଟିଏ କହିଲେ ନାହିଁ । ବିମାନ କିଣା ଦ୍ୱାରା ଓଡ଼ିଶାର କ୍ଷତି ହେଲା ଏ ସମ୍ପର୍କରେ ନବୀନ ବାବୁ କହୁନାହାଁନ୍ତି କି କହିବେ ନାହିଁ । ଓଡ଼ିଶାରେ କଳି ଦିଲ୍ଲୀରେ କୋଳାକୋଳି । ବିଜେପି-ବିଜେଡି ଭିତରେ କିଛି ପାର୍ଥକ୍ୟ ନାହିଁ । ଓଡ଼ିଶାବାସୀ ୨୦ଟା ଏମ୍ପି ବିଜେଡିକୁ ଦେଇଛନ୍ତି । କିନ୍ତୁ ଓଡ଼ିଶାର ଦୁଃଖ ପାର୍ଲାମେଣ୍ଟରେ ପଡ଼ିଲା ନାହିଁ । ଏଥିପାଇଁ ସ୍ପେଶାଲ ଷ୍ଟାଟସ ଦେଇଦିଅ । ଓଡ଼ିଶାକୁ ଏତିକି ଦେଇଦିଅ । କିନ୍ତୁ ଯେଉଁଠି କହିବା କଥା ସେଠି ଆଦୌ ପାଟି ଫିଟେଇଲେ ନାହିଁ ଆମ ଏମ୍ପି ଭାଇଭଉଣୀମାନେ । ମୁଁ ଓଡ଼ିଶାବାସୀଙ୍କୁ ସତର୍କ କରାଇଦେବାକୁ ଚାହେଁ ମୁଁ ବଂଚି ଥିବି କି ନାହିଁ ୨୦ ରୁ ୩୦ ବର୍ଷ ପରେ ଆପଣମାନେ କୁଅରୁ ପିଇବା ପାଣି ପାଇବେ ନାହିଁ । ଆପଣ ଯେଉଁମାନେ ମହାନଦୀ ଅବବାହିକାରେ ଅଛନ୍ତି ଏ ସରକାର ଯେଉଁ ବ୍ୟବସ୍ଥା କରିଛି ସେଥିରେ ସେମାନେ ଆଉ ଭୂତଳ ଜଳ ପାଇବେ ନାହିଁ । ସବୁ ଶୁଖିଯିବ । ସତର୍କ ରହିଥାନ୍ତୁ । ଖାଲି ବର୍ଷାଦିନେ ନଈରେ ପାଣିଗଲେ ହେବ ନାହିଁ ଅନ୍ୟ ଦିନେ ଯଦି ନଈରେ ପାଣିର ସ୍ରୋତ ନ ରହିବ ତାହେଲେ ଭୂତଳ ଜଳସ୍ତର କମିଯିବ । ମହାନଦୀ ପ୍ରସଙ୍ଗରେ ୨୦୧୫ ଯାଏଁ ଚୁପଚାପ ରହିଲେ ସେତେବେଳେ ସାଲିସ୍ କଲେ ଏବେ ଚିକ୍ରାର କରୁଛନ୍ତି । ଛତିଶଗଡ଼ ରାଜ୍ୟର ସରକାର ୨୦୦୪ରୁ ୨୦୦୬ ମସିହାରେ ଯେଉଁ କାର୍ଯ୍ୟ କଲେ ଏ କାହିଁକି ସ୍ୱର ଉତ୍ତଳନ କଲେନି । ଏବେ ସ୍ୱର ଉତ୍ତୋଳନ କରୁଛନ୍ତି । ଶିଳ୍ପ ବ୍ୟବହାର ପାଇଁ ଯେପରି ପାଣି ଦିଆଯାଉଛି । ବୈତରଣୀ ନଦୀ କୂଳ ଓ ବ୍ରାହ୍ମଣୀ ନଦୀ କୂଳରେ ଯେତେ ଗାଁ ଅଛି ସେଠି ମଧ୍ୟ ଭୂତଳ ଜଳ ଶୁଖିଯିବ । ୧୮ ବର୍ଷ ତଳେ ସରକାରଙ୍କୁ ଆମେ ବସାଇଛେ ସବୁ ଦିନ ପାଇଁ ଆମକୁ ଭିକାରୀ କରିଦେବାକୁ ଚାହାଁନ୍ତି । ସବୁଦିନ ପାଇଁ ଆମକୁ ଶୁଷ୍କ ମରୁଭୂମିରେ ପକାଇବାକୁ ଚାହାଁନ୍ତି । ଏ ହେଉଛି ୧୮ ବର୍ଷ ଶାସନର ଅବଦାନ ।
ଆମର ଓଡ଼ିଶାରେ ଇସ୍ପାତ ବହୁତ ପ୍ରସ୍ତୁତ ହେଉଛି କିନ୍ତୁ ଏହାର ବ୍ୟବହାର ପାଇଁ ଆନୁସଙ୍ଗିକ ଶିଳ୍ପ ନାହିଁ । ଏହାର ୫୦ ଭାଗ ଯଦି ଓଡ଼ିଶାରେ ବ୍ୟବହାର ହୁଅନ୍ତା ତାହାହେଲେ ଏଥିରେ ହଜାରହଜାର ଯୁବକ ନିଯୁକ୍ତି ପାଇପାରନ୍ତେ । ଅନୁଗୁଳରେ ଆଲୁମିନିୟମ ଶିଳ୍ପ ଅଛି ସେଥିରୁ ଯେତିକି ଉତ୍ପାଦନ ହେଉଛି ତାହାର ଯଦି ୩୦ ଭାଗ ଆନୁସଙ୍ଗିକ ଶିଳ୍ପ କରାଯାଇ ପାରନ୍ତା ତାହାହେଲେ ହଜାର ହଜାର ଯୁବକ ନିଯୁକ୍ତି ପାଇପାରନ୍ତେ । ଓଡ଼ିଶାର ୬୦ ଲକ୍ଷ ଯୁବକ ହାଇଦ୍ରାବାଦ କଲିକତା, ସୁରଟ ବିଭିନ୍ନ ରାଜ୍ୟରେ ଯାଇ କାର୍ଯ୍ୟ କରୁଛନ୍ତି । କେଉଁଠି ପିଅନ, ସିକୁରିଟି ଗାର୍ଡ ହେଇଛନ୍ତି, କେଉଁଠି ହୋଟେଲରେ ବି ଯାଇ କାର୍ଯ୍ୟ କରୁଛନ୍ତି । ଛତିଶ ଲକ୍ଷ ଯୁବକ ଏମ୍ପଲୟମେଣ୍ଟ ଏକ୍ସଚେଞ୍ଜରେ ନାଁ ରେଜିଷ୍ଟ୍ରି କରି ବସିଛନ୍ତି । ଏହି ରାଜ୍ୟର ଯୁବକମାନଙ୍କ ଭିତରେ ଯଦି ଭାବନା ନ ଆସିବ ଯଦି ଚିନ୍ତା ନ କରିବେ ତାହେଲେ କିଛି ହେବ ନାହିଁ ।
ଖାଲି ମୁହଁରେ ଗାଳି ଦେଉଛନ୍ତି ନବୀନ ବାବୁ ଓଡ଼ିଆ ଜାଣି ନାହାଁନ୍ତି । ଏଥିପାଇଁ ଆମେ କଣ ନବୀନ ବାବୁଙ୍କୁ ଦୋଷ ଦେବା । ନବୀନ ବାବୁଙ୍କର କଣ କିଛି ଦୋଷ ଅଛି । ତାଙ୍କ ଘରେ ତାଙ୍କ ମା ଓଡ଼ିଆ ପଢ଼ିଲେନି, ତାଙ୍କ ବାପା ଓଡ଼ିଆ କହିଲେନି, ବାପା ମା ତାଙ୍କୁ କହିଲେ ଯେ ତୁ ଓଡ଼ିଆ ପଢ଼ ବୋଲି । ତାଙ୍କର କଣ ଦୋଷ ଓ ବୁଢ଼ା ବୟସରେ ଓଡ଼ିଆ ଶିଖିବେ । ସେ ଯଦି ଓଡ଼ିଆ ଖଣ୍ଡ ବିଖଣ୍ଡିତ କରି କହୁଛନ୍ତି ଆମେ ଭାରି ଖୁସି ହୋଇ ତାଳି ମାରିଛୁ । ତାଳି ମାରି ଖୁସି ହେଉଛେ ଯେ ଆମ ଓଡ଼ିଆକୁ ନବୀନ ପଟ୍ଟନାୟକ ଖଣ୍ଡବିଖଣ୍ଡିତ କରି କହୁଛନ୍ତି । ସେଥିପାଇଁ ଆମେ ଦୋଷୀ ନା ସିଏ?
ଯେପର୍ଯ୍ୟନ୍ତ ଓଡ଼ିଆ ପୁଅ ସ୍ୱାଭୀମାନି ହୋଇ ନଥିବ ସେ ପର୍ଯ୍ୟନ୍ତ ଏ ଟଙ୍କିକିଆ ଚାଉଳ ଖାଇ ଗରିବ ହୋଇ ରହିଥିôବ । ଏଠି ମା ମାନଙ୍କର ସମ୍ମାନ ନାହିଁ ଯୁବକମାନଙ୍କ ପାଇଁ କର୍ମନିଯୁକ୍ତି ନାହିଁ, ଚାଷୀର ଅର୍ଥନୀତିକ ପରିବର୍ତ୍ତନ ନାହିଁ । ଆଦିବାସୀ ଗରିବ ଲୋକଙ୍କର କୌଣସି ବିକାଶ ନାହିଁ । ଏ ହେଉଛି ଆମ ରାଜ୍ୟ ଶାସନ । ୧୮ ବର୍ଷ ତଳେ ଓଡ଼ିଶାର ଋଣ ଭାର ଥିଲା ୧୮ ହଜାର କୋଟି, ଆଜି ଓଡ଼ିଶାର ଋଣ ଭାର ୯୨ ହଜାର କୋଟି । ଏ ଋଣ ବୋଝ ଆମ ମୁଣ୍ଡ ଉପରେ ରଖି ଚାଉଳ ବାଣ୍ଟୁଛନ୍ତି । ଏ ଚାଉଳ ବାଣ୍ଟିବାରେ କିଛି ବାହାଦୂରି ନାହିଁ ।
ଡା. ଦାମୋଦର ରାଉତଙ୍କୁ ବହିଷ୍କାର କଲେ କି ରଖିଲେ ସେଥିରେ ଆମର କିଛି ଯାଏ ଆସେ ନାହିଁ । କିନ୍ତୁ ସେ ଯେଉଁ ପ୍ରଶ୍ନ ଉଠାଇଛନ୍ତି ସେ ପ୍ରଶ୍ନର କିଛି ଗୁରୁତ୍ୱ ଅଛି କି ନାହିଁ । ଦାମବାବୁ କହିଲେ ଚାରା ଦୁର୍ନିତୀ ହୋଇଛି । ବିଧାନସଭାରେ ସେ ବିଭାଗର ମନ୍ତ୍ରୀ ଉତ୍ତର ଦେଲେ ହଁ ଦୁର୍ନିତୀ ହୋଇଛି । ସମବାୟ ବିଭାଗରେ ଦୁର୍ନିତୀ ହୋଇଛି ବୋଲି ପ୍ରଶ୍ନ ଉଠାଇଲେ । ସମବାୟ ମନ୍ତୀ କହିଲେ ହଁ ଦୁର୍ନିତୀ ହୋଇଛି । ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଫେରି ଆସି କହିଲେ ଏହା ଅସତ୍ୟ । କିଛି ଦୁର୍ନିତୀ ହୋଇନି । ଏହା ହାସ୍ୟସ୍ପଦ କଥା । ମନ୍ତ୍ରୀ କହୁଛନ୍ତି ଦୁର୍ନିତୀ ହୋଇଛି । ମୁଖ୍ୟମନ୍ତ୍ରୀ କହୁଛନ୍ତି ଦୁର୍ନିତୀ ହୋଇନାହିଁ । ତାହାହେଲେ ଦୁର୍ନିତୀକୁ କିଏ ଘଣ୍ଟ ଘୋଡାଇଉଛି । ମୁଖ୍ୟମନ୍ତ୍ରୀ ନା ଦାମ ରାଉତ । ମୁଖ୍ୟମନ୍ତ୍ରୀ ହେଉଛନ୍ତି ଦୁର୍ନିତୀର ପୃଷ୍ଠପୋଷକ । ଗରିବ ଚାଷୀଙ୍କର ଯେଉଁ ଅଫିସର ମାନେ ପଇସା ମାରି ଖାଉଛନ୍ତି ତାଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଘଣ୍ଟ ଘୋଡଉଛନ୍ତି । ମନ୍ତ୍ରୀମାନେ ତାଙ୍କ ରୁମକୁ ଗଲେ ସେ ବସନ୍ତୁ ବୋଲି କୁହନ୍ତି ନାହିଁ । ଗଣତନ୍ତ୍ରର କିଭଳି ପରିସ୍ଥିତି ହୋଇଛି ତାହା ବୁଢନ୍ତୁ । ମନ୍ତ୍ରୀଙ୍କୁ ମଧ୍ୟ ସମ୍ମାନ ଦେବାକୁ କୁଣ୍ଠିତ । ସାଧାରଣ ଲୋକଙ୍କ ଦୁଃଖ ଏ ସରକାର ବୁଝିବ କଣ । ଏ ସବୁ ପରିସ୍ଥିତି କୁ ଆପଣ ବୁଝିବା ଦରକାର ।
ଆସନ୍ତୁ ଆମ ଭବିଷ୍ୟତ ଆମେ ଗଢିବା ଏବଂ ଦୁର୍ନିତୀ ଗ୍ରସ୍ତ ଓ ବିକାଶ ବିରୋଧୀ ଦଳକୁ ଶାସନରୁ ବିଦା କରିବା ବୋଲି ନିରଞ୍ଜନ ଆହ୍ୱାନ ଦେଇଛନ୍ତି ।