ମୋମୋ ଆତଙ୍କ, ହାତ କାଟିଲେ ଯୁବକ

କଟକ, କିଛିଦିନ ତଳେ ରାଉରକେଲାରେ ଜଣେ ଇଞ୍ଜିନିୟର ମୋମୋ ଗେମ ଖେଳି ଆତ୍ମହତ୍ୟା କରିଥିବା ବେଳେ ଆଜି ପୁଣି କଟକର ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିବାକୁ ଯାଇ ନିଜର ହାତକୁ କାଟି ଦେଇଥିବାର ଅଭିଯୋଗ ହୋଇଛି । ଅପରି ଦୁଃସାହାସିକ କାମ କରିବା ପରେ ତାଙ୍କୁ ତୁରନ୍ତ କଟକ ମେଡିକାଲକୁ ନିଆଯାଇଥିଲା । ବର୍ତ୍ତମାନ ସେ ଏସସିବି ପ୍ଲାଶ୍ଟିକ ସର୍ଜରୀ ବିଭାଗରେ ଭର୍ତ୍ତି ହୋଇଛନ୍ତି । ଆହତ ଯୁବକ ଜଣଙ୍କ ହେଉଛନ୍ତି, କଟକ ଜିଲ୍ଲାର୍ଗତ ବୈୟାଳିଶିମୌଜାର ଝାରପଟା ଗାଁର ସୁନୀଲ ଦାସ । ସେ ଡାକ୍ତରଙ୍କୁ ନିଜେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ସେ ମୋମୋ ଚ୍ୟାଲେଞ୍ଜକୁ ଗ୍ରହଣ କରି ଏପରି କାଣ୍ଡ ଘଟାଇଛନ୍ତି ।

LEAVE A REPLY

Please enter your comment!
Please enter your name here