ମୋଦିଙ୍କ ମନ୍ତ୍ରିମଣ୍ଡଳରେ ୭ ଜଣ ଅବସରପ୍ରାପ୍ତ ସେନା କର୍ମଚାରୀ

2
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳ ରବିବାର ସମ୍ପ୍ରସାରଣ ହୋଇଛି । ମୋଦୀ ତାଙ୍କ ମନ୍ତ୍ରୀ ପରିଷଦରେ ଭାରତୀୟ ସେନା ଓ ପ୍ରଶାସନିକ ସେବାରୁ ଅବସର ନେଇଥିବା କର୍ମଚାରୀଙ୍କୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ସେ ତାଙ୍କ ମନ୍ତ୍ରିମଣ୍ଡଳରେ ୧୦ ପ୍ରତିଶତ ଅବସରପ୍ରାପ୍ତ ସେନା କର୍ମଚାରୀ ଓ ଅମଳା କର୍ମଚାରୀଙ୍କୁ ସ୍ଥାନ ଦେଇଛନ୍ତି । ୨୦୧୯ରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ମୋଦୀ ତାଙ୍କ ମନ୍ତ୍ରିମଣ୍ଡଳରେ ଅବସରପ୍ରାପ୍ତ ସେନା କର୍ମଚାରୀ ଓ ପ୍ରଶାସନିକ ଅଧକାରୀଙ୍କୁ ସ୍ଥାନ ଦେଇଥିବା ରାଜନୀତି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ।  ରାଜକୁମାର ସିଂହ, ହରଦୀପ ପୁରୀ, ସତ୍ୟପାଳ ସିଂହ ଓ ଅଲଫୋନ କନ୍ନାଥନମ ରବିବାର ରାଷ୍ଟ୍ରମନ୍ତ୍ରୀ ଭାବରେ ଶପଥ ଗ୍ରହଣ ନେଇଛନ୍ତି । ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପରେ ବର୍ତମାନ ମୋଦୀଙ୍କ ଟିମରେ ମନ୍ତ୍ରୀ ସଂଖ୍ୟା ୭୬କୁ ପହଞ୍ଚିଛି । ପୂର୍ବତନ ସେନ ମୁଖ୍ୟ ଭିକେ ସିଂହ, ରାଜ୍ୟବର୍ଦ୍ଧନ ସିଂହ ରାଠୋର ଓ ଅର୍ଜୁନ ରାମ ମେଘୱାଲ ହେଉଛନ୍ତି ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ । ଭିକେ ସିଂହ ଉତ୍ତରପ୍ରଦେଶର ଗାଜିଆବାଦରୁ ସାଂସଦ ଥିବା ବେଳେ ଏଥେନ୍ସରେ ଅନୁଷ୍ଠିତ ୨୦୦୪ ଅଲମ୍ପିକ୍ସ ରୌପ୍ୟ ପଦକ ବିଜେତା ରାଠୋରଙ୍କୁ ଖେଳ ଓ ଯୁବ ବ୍ୟାପାର ମନ୍ତ୍ରୀ (ସ୍ୱାଧୀନ) ଦାୟିତ୍ୱ ମିଳିଛି । ସେହିଭଳି ରାଠୋରଙ୍କୁ ସୂଚନା ଓ ପ୍ରସାରଣ ବିଭାଗର ଦାୟିତ୍ୱ ମିଳିଛି । ମେଘୱାଲଙ୍କୁ ଅର୍ଥ ଓ ଜଳ ସମ୍ବଳ ଏବଂ ଗଙ୍ଗା ସଫେଇ(ରାଷ୍ଟ୍ର ପାହ୍ୟା) ପଦ ମିଳିଛି ।
୧୯୭୯ ବ୍ୟାଚ କେରଳ କ୍ୟାଡର ଆଇଏଏସ ଅଫିସର କନ୍ନାଥନମଙ୍କୁ ପର୍ଯ୍ୟଟନ ବିଭାଗର ସ୍ୱାଧୀନ ଦାୟିତ୍ୱ ମିଳିଥିବା ବେଳେ, ତାଙ୍କ ପାଖରେ ରହିଛି ଇଲେକଟ୍ରୋନିକ୍ସ ଏଣ୍ଡ ଇନଫରମେସନ ଟେକ୍ନୋଲୋଜି ମନ୍ତ୍ରାଳୟରେ ମଧ୍ୟ ଦାୟିତ୍ୱ ମିଳିଛି । ସଂଯୁକ୍ତ ରାଷ୍ଟ୍ରରେ ଏକଦା ଭାରତର ରାଷ୍ଟ୍ରଦୂତ ଥିବା ହରଦୀପ ପୁରୀ ଗୃହ ଓ ନଗର ମାମଲା ମନ୍ତ୍ରାଳୟରେ ସ୍ୱାଧୀନ ଦାୟିତ୍ୱ ମିଳିଛି । ସେହିଭଳି ସତ୍ୟପାଳ ସିଂହଙ୍କୁ ମାନବ ସମ୍ବଳ ମନ୍ତ୍ରାଳୟ ଓ ଜଳ ସମ୍ବଳ ବିଭାଗ ସହିତ ଯୋଡ଼ା ଯାଇଛି ।

LEAVE A REPLY

Please enter your comment!
Please enter your name here