ଚେନାଇ : କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ରାସ୍ତା କଡରେ ମୋଚି ପାଖରେ ବସିଛନ୍ତି ଏବଂ ନିଜର ଯୋତା ସିଲେଇକୁ ଦେଖୁଛନ୍ତି। ଏଭଳି ଫଟୋଚିତ୍ର ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି।ଫଟୋରେ ମନ୍ତ୍ରୀ ଇରାନୀ ଏକ ହଳଦିଆ ଓ କଳାରଙ୍ଗ ମିଶା ଶାଢୀ ପିନ୍ଧିଛନ୍ତି।ତାଙ୍କ ଆଗରେ ଜଣେ ମୋଚି ଯୋତା ଶିଲେଇ କରୁଛନ୍ତି ଓ ସେ ତାଙ୍କ ଆଡକୁ ଚାହିଁ ରହିଛନ୍ତି।ରବିବାର ଦିନ ତାମିଲନାଡୁର ଏକ ରାସ୍ତା କଡ଼ରେ ବସିଥିବା ଜଣେ ମୋଚି ପାଖରେ ଅଟକି ନିଜ ଛିଣ୍ଡା ଚପଲ ମରାମତି କରୁଥିବାବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଫଟୋ ଇଣ୍ଟର୍ନେଟରେ ଭାଇରାଲ୍ ହୋଇ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।
ଉଲ୍ଲେଖଯୋଗ୍ୟ,ବିମାନରୁ ସ୍ମୃତି ଓହ୍ଲାଇବା ପରେ ତାମିଲନାଡୁ ବିଜେପି ଶାଖାର ସାଧାରଣ ସମ୍ପାଦକଙ୍କ ସହିତ କାରରେ ବସି ୧୬ କିଲୋମିଟର ବାଟ ଯିବା ପରେ ତାଙ୍କ ଚପଲ ଛିଣ୍ଡି ଯାଇଥିଲା।ଏହି ସମୟରେ ତାଙ୍କର ନଜର ପଡ଼ିଲା ରାସ୍ତା କଡ଼ରେ ବସିଥିବା ଏକ ମୋଚିଙ୍କ ଉପରେ।ସେ ସେଠାରେ ଗାଡ଼ିରୁ ଓହ୍ଲାଇ ସେହି ମୋଚି ନିକଟକୁ ଯାଇ ନିଜ ଜୋତା ମରାମତି କରିବାକୁ କହିଥିଲେ।ତେବେ ଜଣାଯାଇଛି ଯେ ମୋଚି ଜଣକ ନିଜର ପାରିଶ୍ରମିକ ଭାବେ ୧୦ ଟଙ୍କା ମାଗିଥିବା ବେଳେ ସ୍ମୃତି ତାଙ୍କୁ ୧୦୦ ଟଙ୍କା ପ୍ରଦାନ କରିଛନ୍ତି।