You are here
Home > କର୍ପୋରେଟ୍ > ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ଆରମ୍ଭ: ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ଆରମ୍ଭ: ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରରେ ବୁଧବାର ସନ୍ଧ୍ୟାରୁ ଆରମ୍ଭ ହୋଇଛି ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କନକ୍ଲେଭ୍‌କୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି।  କନ୍‌କ୍ଲେଭ୍‌ ରାଜ୍ୟରେ କମ୍ପାନିମାନଙ୍କୁ ନିବେଶ ପାଇଁ ଆକୃଷ୍ଟ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିରେ ଅଂଶଗ୍ରହଣ କରିଥିବା କମ୍ପାନିମାନଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଏହି ଅବସରରେ ରାଜ୍ୟର ଶିଳ୍ପ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ହାଉସିଂ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ପର୍ୟ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଦକ୍ଷତା ବିକାଶ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା, ଅର୍ଥମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା, ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ଉଚ୍ଚ ଶିକ୍ଷା ମନ୍ତ୍ରୀ ପ୍ରଦୀପ କୁମାର ପାଣିଗ୍ରାହୀ, ବୟନ ଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ପଞ୍ଚାୟତିରାଜ ମନ୍ତ୍ରୀ ଦାମୋଦର ରାଉତ, ଓଡ଼ିଶା ଦକ୍ଷତା ବିକାଶ କର୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ, ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଓ ଉନ୍ନୟନ କମିସନର ଆର୍‌ ବାଳକୃଷ୍ଣନ ଉପସ୍ଥିତ ଥିଲେ।

୩ ଦିନ ଧରି ଏହି କନ୍‌କ୍ଲେଭ୍‌ ଚାଲିବ। ରାଜ୍ୟରେ ପୁଞ୍ଜିନିବେଶ ବୃଦ୍ଧି ସହ ବିଭିନ୍ନ ମଲ୍ଟି ନ୍ୟାସନାଲ୍‌ କମ୍ପାନିଙ୍କୁ ଆକୃଷ୍ଟ କରିବା ପାଇଁ ମେକ୍‌ ଇନ୍‌ ଓଡ଼ିଶାକୁ ଆୟୋଜନ କରାଯାଇଛି। ଏଥିରୁ ପ୍ରାୟ ୧ ଲକ୍ଷ ଟଙ୍କାର ପୁଞ୍ଜି ନିବେଶ ପାଇଁ ସୁଯୋଗ ସୃଷ୍ଟି ହେବାର ଆଶା ରଖିଛନ୍ତି ସରକାର। ଏହି କାର୍ୟ୍ୟକ୍ରମରେ ୩୦୦ କମ୍ପାନୀ ଅଂଶଗ୍ରହଣ କରିଛନ୍ତି। ରାଜ୍ୟ ସରକାରଙ୍କ ଭିଜନ୍‌ ୨୦୨୫ ଆଧାରରେ ଧାତୁ କ୍ଷେତ୍ରୀୟ ଡାଉନଷ୍ଟ୍ରିମ୍‌ ଓ ଆନୁସଙ୍ଗିକ ଉଦ୍ୟୋଗ, ଖାଦ୍ୟ ପ୍ରକ୍ରିୟାକରଣ, ସମୁଦ୍ରଜାତ ଖାଦ୍ୟ, ରାସାୟନିକ, ପେଟ୍ରୋଲଜାତ, ପ୍ଲାଷ୍ଟିକ, ପର୍ୟ୍ୟଟନ, ଟେକ୍ସଟାଇଲ୍‌ ଓ ଆପାରେଲ୍‌, ଇଲେକ୍ଟ୍ରୋନିକ୍ସ, ପ୍ରତିରକ୍ଷା, ଷ୍ଟାର୍ଟ ଅପ୍‌ ଆଦି କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ଏହି କନ୍‌କ୍ଲେଭ୍‌ରେ ଗୁରୁତ୍ୱ ଦିଆଯାଇଛି। ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରୱାଲ, ଆଦିତ୍ୟ ବିର୍ଲା ଗ୍ରୁପ୍ ଚେୟାରମ୍ୟାନ୍ କୁମାର ମଙ୍ଗଳମ ବିର୍ଲା, ଏସ୍‌ବିଆଇ ଅଧ୍ୟକ୍ଷା ଅରୁନ୍ଧତି ଭଟ୍ଟାଚାର୍ୟ୍ୟ, ଜେଏସ୍‌ଡବ୍ଲ୍ୟୁ ଚେୟାରମ୍ୟାନ୍ ସଜ୍ଜନ ଜିନ୍ଦଲ, ଆଦାନୀ କଂପାନୀ ମୁଖ୍ୟ ଗୌତମ ଆଦାନୀଙ୍କ ସମେତ ଟାଟା ଷ୍ଟିଲ୍‌, ଇସ୍ରୋ, ହାଲ୍, ଆଇଓସିଏଲ୍‌ର କର୍ତ୍ତୃପକ୍ଷ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି।

ଆସନ୍ତାକାଲି ସ୍ମାର୍ଟ ସିଟି, ରସାୟନ, ପର୍ୟ୍ୟଟନ ଓ ବୟନ ଶିଳ୍ପ ଉପରେ ସ୍ୱତନ୍ତ୍ର ଆଲୋଚନାଚକ୍ର ଆୟୋଜିତ ହେବ। ଡିସେମ୍ବର ୨ରେ ଖାଦ୍ୟ ପ୍ରକ୍ରିୟାକରଣ, ଦକ୍ଷତା ବିକାଶ, ଇଲେକ୍ଟ୍ରୋନିକ୍ସ ଉତ୍ପାଦ ଉତ୍ପାଦନ ଓ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ସଂପର୍କିତ ସ୍ୱତନ୍ତ୍ର ଆଲୋଚନାଚକ୍ର ଆୟୋଜିତ ହେବ।

Loading...
ONA

Leave a Reply

Top