ମୁମ୍ବାଇ ଅଗ୍ନିକାଣ୍ଡରେ ଓଡ଼ିଆ ଯୁବକ ମୃତ

0
1

ଭୁବନେଶ୍ୱର: ମୁମ୍ବାଇର କମଲା ମିଲ୍ସ କମ୍ପାଉଣ୍ଡରେ ଘଟିଥିବା ଅଗ୍ନିକାଣ୍ଡରେ ୧୪ଜଣଙ୍କ ମୃତ୍ୟୁ ଘଟିଥିଲା । ଏଥିରେ ଜଣେ ଓଡ଼ିଆ ଯୁବକଙ୍କର ମଧ୍ୟ ମୃତ୍ୟୁ ହୋଇଛି । ତାଙ୍କ ନାଁ ସର୍ବଜିତ ପରିଡା । ତାଙ୍କ ଘର ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ବଡପାଟପୁର ଗାଁରେ । ଏନେଇ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆ ସରିଛି । ଶବ ବ୍ୟବଚ୍ଛେଦ ପରେ ତାଙ୍କ ମୃତଦେହକୁ ମୁମ୍ବାଇର ଏକ ଡାକ୍ତରଖାନାରେ ରଖାଯାଇଛି । ଅନ୍ୟ ୧୩ଟି ମୃତଦେହକୁ ସେମାନଙ୍କ ପରିବାର ଲୋକେ ନେଇ ସାରିଥିବା ବେଳେ କେବଳ ସର୍ବଜିତଙ୍କ ମୃତଦେହ ସେଠାରେ ଅଛି । ଗୁରୁବାର ରାତିପ୍ରାୟ ସାଢ଼େ ୧୨ଟାରେ ଏହି ଅଗ୍ନିକାଣ୍ଡ ଘଟିଥିଲା । କମଲା ମିଲ୍ସ କମ୍ପାଉଣ୍ଡରେ ଥିବା ମୋଜୋ ବିଷ୍ଟ୍ରୋ ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ ହୋଇଥିଲା । ଏହି ହୋଟେଲରେ ସର୍ବଜିତ କାମ କରୁଥିଲେ । ସେ ଗତ ୬ ମାସ ହେଲା ଏହି ହୋଟେଲରେ କାମ କରୁଥିଲେ ବୋଲି ତାଙ୍କର କିଛି ସହକର୍ମୀ ସୂଚନା ଦେଇଛନ୍ତି । ସର୍ବଜିତଙ୍କ ମୃତ୍ୟୁ ଖବର ପାଇବା ପରେ ତାଙ୍କ ଗାଁ ବଡପାଟପୁରରେ ଶୋକାକୂଳ ବାତାବରଣ ସୃଷ୍ଟି ହୋଇଛି । ଏତଦଭିନ୍ନ ଅଗ୍ନିକାଣ୍ଡରେ ୧୯ରୁ ଅଧିକ ଆହତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here